Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିଅନଙ୍କ ସାଂଘାତିକ ବୟାନ, ପ୍ରିନ୍ସପାଲଙ୍କ ଦେହରେ ଲାଗିଥାନ୍ତା ନିଆଁ

Banajyotshna Ray
Browse all articles by Banajyotshna Ray
·12 months ago·2 min read
ପିଅନଙ୍କ ସାଂଘାତିକ ବୟାନ, ପ୍ରିନ୍ସପାଲଙ୍କ ଦେହରେ ଲାଗିଥାନ୍ତା ନିଆଁ

Key Points

ପଦାରେ ପଡ଼ିଲା ସବୁ ସତ
ଏଫଏମ୍‌ କଲେଜ ଛାତ୍ରୀଙ୍କ ମୃତ୍ୟୁ ପଛରେ କାହା ହାତ ?
ପିଅନଙ୍କ ସାଂଘାତିକ ବୟାନ, ପ୍ରିନ୍ସପାଲଙ୍କ ଦେହରେ ଲାଗିଥାନ୍ତା ନିଆଁ

ସାରା ରାଜ୍ୟ ବାଲେଶ୍ଵର ପୀଡିତାଙ୍କୁ ନେଇ ଦୁଃଖରେ ମର୍ମାହତ । ସବୁରି ମୁହଁରେ ଚର୍ଚ୍ଚା, ନ୍ୟାୟ ପାଇବାକୁ ନିଆଁରେ ଜଳିବାର ରାସ୍ତା ବାଛିଥିଲେ ପୀଡିତା । ଏହି ଘଟଣାକୁ ୫ ଦିନରୁ ଅଧିକ ହେଲାଣି ହେଲେ ଏବେବି ଅନେକ ଗୁମର ଲୁଚି ରହିଛି। କିଏ କହୁଛି ସତ କିଏ କହୁଛି ମିଛ ତାହା ଜଣାପଡିନଥିବାବେଳେ ଫକୀର ମୋହନ କଲେଜର ପିଅନଙ୍କ ବୟାନ ଏବେ ଦ୍ୱନ୍ଦକୁ ଦ୍ୱିଗୁଣିତ କରୁଛି। ଫକୀର ମୋହନ କଲେଜର ଛାତ୍ରୀ ଆତ୍ମହତ୍ୟା ଘଟଣାରେ କଲେଜ ପ୍ରିନ୍ସିପାଲଙ୍କ ଅଫିସ ନିକଟରେ ଥିବା ପିଅନ ଯିଏକି ପ୍ରତ୍ୟକ୍ଷଦର୍ଶୀ ତାଙ୍କ ଆଗରେ ସବୁ ଘଟଣା ଘଟିଯାଇଥିଲା।


ସବୁ ଦେଖିଥିଲେ, ହେଲେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା ବି କରିନଥିଲେ, କେବଳ ଚୁପ ରହିଥିଲେ। ପିଅନ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ କଲେଜ ପ୍ରିନ୍ସିପାଲ କହିଛନ୍ତି ତଦନ୍ତ ହେଲେ ପୁରା ଘଟଣା ଜଣାପଡିଛି। ଯଦି ସେହିଦିନ ପିଅନ ଚେଷ୍ଟା କରିଥାନ୍ତେ, ତେବେ ହୁଏତ ଆଜି ମୃତ ଛାତ୍ରୀ ଜଣଙ୍କ ଆମ ଗହଣରେ ଥାନ୍ତେ। ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚହଳ ପକାଇଛି। ପଦାକୁ ଆସିଛି ରସିକିଆ ସମୀର ସାର୍‌ଙ୍କ ଭିଡିଓ। ଏହାରି ଭିତରେ ଏଫଏମ କଲେଜର ପିଅନ କରିଛନ୍ତି ବଡ଼ ଖୁଲାସା। ସେଦିନ ଛାତ୍ରୀ ଜଣଙ୍କ ମୃତ୍ୟୁବେଳେ ପ୍ରିନ୍ସପାଲଙ୍କ ଅଫିସ ସାମ୍ନାରେ କ’ଣ ହୋଇଥିଲା ସେନେଇ ବଡ଼ ଗୁମର ଫିଟାଇଛନ୍ତି ପିଅନ। ସବୁଠାରୁ ବଡ଼କଥା ହେଉଛି ମୃତ ଛାତ୍ରୀ ଏମିତି ଜାଗାରେ ନିଜ ଦେହରେ ନିଆଁ ଲଗାଇଛନ୍ତି ଯେଉଁଠି ସିସିଟିଭି ଫୁଟେଜ ନ ଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ପ୍ରଶ୍ନ ଉଠୁଛି କି ଯଦି ପିଅନ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ, ତେବେ କରୁଥିଲେ କଣ ? ମୃତ ଛାତ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ସେ ଦୌଡି ଦୌଡି ପ୍ରିନ୍ସପାଲଙ୍କ ରୁମକୁ ଯିବାକୁ ଚେଷ୍ଟା କରିଥିଲେ। ହେଲେ ଜଳିପୋଡି ଯାଉଥିବା ଛାତ୍ରୀଙ୍କୁ ପିଅନ ବଞ୍ଚେଇବା ପରିବର୍ତ୍ତେ ଅଟକାଇ ଦେଇଥିଲେ। କାଳେ ପ୍ରିନ୍ସପାଲଙ୍କ ଦେହରେ ନିଆଁ ଲାଗିଯିବ । ଏଥିରୁ ଜଣାପଡୁଛି ଯେ, ପ୍ରିନ୍ସପାଲ ଅଫିସ ଭିତରେ ଥିଲେ। ଆଉ ବାହାରେ ଛାତ୍ରୀ ଜଣଙ୍କ ଜଳୁଥିଲେ। ଏହା କେତେ ଭୟଙ୍କର ହୋଇପାରେ ଆପଣ ଆକଳନ ମଧ୍ୟ କରିପାରୁଥିବେ। ନିଆଁ ଦେହରେ ଛଟପଟ ହେଉଥିବାବେଳେ ତାଙ୍କୁ ବଞ୍ଚେଇବା ପରିବର୍ତ୍ତେ ତାଙ୍କୁ ନିଜ କଲେଜରୁ ହିଁ ସୁରକ୍ଷା ନ ଦିଆଯାଇପାରି ତଡି ଦିଆଯାଇଥିଲା ବୋଲି କୁହାଯାଉଛି।


ଯାହାର ଫଳସ୍ୱରୂପ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ତେବେ ମୃତ ଛାତ୍ରୀ ଜଣଙ୍କ ପେଟ୍ରୋଲ କେଉଁଠାରୁ ଆଣିଲେ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ସତ ଜଣାପଡିନଥିବାବେଳେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା।


Sponsored
the-peons-statement-in-fm-college-student-news | Argus News