Videos
|
Odisha

ଓଡ଼ିଆଙ୍କୁ କଷ୍ଟ ଦେବାରୁ ୨୪ବର୍ଷର ବିଜେଡି ସରକାରଙ୍କୁ ଗଡାଇଦେଲେ ଓଡ଼ିଶାବାସୀ:ମୁଖ୍ୟମନ୍ତ୍ରୀ

Sangram Tripathy
Browse all articles by Sangram Tripathy
·2 years ago·2 min read
ଓଡ଼ିଆଙ୍କୁ କଷ୍ଟ ଦେବାରୁ ୨୪ବର୍ଷର ବିଜେଡି ସରକାରଙ୍କୁ ଗଡାଇଦେଲେ ଓଡ଼ିଶାବାସୀ:ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:ବିଜେଡି ନେତାଙ୍କ ନିଦ ହଜାଇଦେଲେ ମୋହନ,ଏମିତି କହିଦେଲେ ବାଧିଗଲା ବିଜେଡି ନେତାଙ୍କୁ । ଅବସର ଥିଲା ବିଜେପିର ମହା ସଦସ୍ୟତା ଅଭିଯାନ। ମୋହନ କହିଲେ ଓଡ଼ିଆଙ୍କୁ କଷ୍ଟ ଦେବାରୁ ୨୪ବର୍ଷର ବିଜେଡି ସରକାରଙ୍କୁ ଗଡାଇଦେଲେ ଓଡ଼ିଶାବାସୀ।  ପୂର୍ବରୁ ରାଜ୍ୟରେ ଚାଲିଥିଲା ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର। ମନ୍ତ୍ରୀ  ବିଧାୟକଙ୍କୁ ମଞ୍ଚତଳେ ଛିଡ଼ା କରାଇ ସିଏମଓ ଅଧିକାରୀ ମଞ୍ଚରେ ଦେଉଥିଲେ ଭାଷଣ। ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇବା ଓଡ଼ିଆଙ୍କୁ କଷ୍ଟ ଦେବା ବିଜେଡିକୁ ପଡିଲା ମହଙ୍ଗା।  ଆହୁରୀ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେଡି ସରକାର କେନ୍ଦ୍ର ଯୋଜନାକୁ ନିଜ ଯୋଜନା କହି ମାରୁଥିଲେ ଷ୍ଟିକର,ଜାଣିଗଲେ ଓଡ଼ିଶାବାସୀ,ଭୋଟ ପାଇଁ ହୀନ ଚକ୍ରାନ୍ତରେ ନିଜେ ଫସିଲା ବିଜେଡି । ସତ ଜାଣିଗଲେ ଓଡିଆ,

୨୪ ନିର୍ବାଚନରେ ଲୋକସଭାରୁ ମୂଳ ପୋଛ ହୋଇଯିବା ପରେ ବିଜେଡିର ସବୁଠୁ ବଡ଼ ଶକ୍ତି ଥିଲେ ରାଜ୍ୟସଭା ସାଂସଦ। ହେଲେ ଜଣକ ପରେ ଜଣେ ସାଂସଦ ବିଜେଡି ଛାଡ଼ି ବିଜେପିକୁ ପଳାଇବା ଦଳରେ ସୃଷ୍ଟି କରିଛି କମ୍ପନ। ଏତିକି ବେଳେ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ନିଆଁରେ ଘିଅ ଢାଳିବା ପରି ଦେଇଛନ୍ତି ବୟାନ। କହିଛନ୍ତି ଖାଲି ରାଜ୍ୟସଭା ସାଂସଦ ନୁହଁନ୍ତି ବିଜେଡିର ବହୁ ପଦାଧୀକାରୀ, ବିଧାୟକ ଓ ପୂର୍ବତନ ବିଧାୟକ ମଧ୍ୟ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ମାସେ ଦେଢମାସ ଭିତରେ ସେମାନେ ନେବେ ବିଜେପିର ସଦସ୍ୟତା। ସୁକାନ୍ତଙ୍କ ଏ ବୟାନ ବିଜେଡି ନେତାଙ୍କ ନିଦ ହଜାଇ ଦେଇଛି।ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ପୂର୍ବାନୁମାନ। କ୍ଷମତାରୁ ଯିବାର ୬ ମାସ ଭିତରେ ବିଜେଡିରେ ହେବ ବଡ଼ ବିସ୍ଫୋରଣ। ଆଉ ତାହା ଏବେ ଧୀରେ ଧୀରେ ସତ ହେବାରେ ଲାଗିଛି । ଜଣକ ପରେ ଜଣେ ରାଜ୍ୟସଭା ସାଂସଦଙ୍କ ଇସ୍ତଫା ସହ ବିଜେଡିର ଦୁର୍ଗ ଭୂଷୁଡ଼ିବା ଆରମ୍ଭ ହେବ ପରେ ଏବେ ମୋଦିଙ୍କ ଲାଇନରେ ବିଜେପି ନେତା ଦେଉଛନ୍ତି ବୟାନ। ଯାହାକି ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ବଡ଼ ଆଲୋଡନ। ଆଗକୁ କଣ ହେବ ବିଜେଡିର ସ୍ଥିତି,ଦଳକୁ ବଞ୍ଚାଇ ରଖିପାରିବେ ତ ନବୀନ,ବିଜେଡିର ବିସ୍ପୋରଣକୁ କେମିତି ରୋକିବେ ସୁପ୍ରିମୋ
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: