Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖଟିଆ ଭରସାରେ ରାମ୍ପଡିପଦରବାସୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଖଟିଆ ଭରସାରେ ରାମ୍ପଡିପଦରବାସୀ

Key Points

ପିଇବା ପାଣି ପାଇଁ ହାହାକାର
ଝରଣା ପାଣି ପାଇଁ ଚାଲିବାକୁ ପଡୁଛି ମାଇଲମାଇଲ ବାଟ
ରାମ୍ପଡିପଦରକୁ ନାହିଁ ସବୁଦିନିଆ ରାସ୍ତା
`ଆବାସ' ଏଠି ପହଞ୍ଚିବାକୁ ବାଟ ପାଉନି
ଖଟିଆ ଭରସାରେ ରାମ୍ପଡିପଦରବାସୀ

ଦୁର୍ଗମରେ ଦୁସ୍ଥ ଜୀବନର ଗାଥା ବୟାନ କରୁଛି କି ଗାଁକୁ ନାହିଁ ରାସ୍ତା। ନାହିଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା। ଆବାସ ଆଜିବି ଆକାଶ କଇଁଆ ଚିଲିକା ମାଛ। ଏମିତିରେ ସ୍ବାସ୍ଥ୍ୟ ଶିକ୍ଷା କଥା କିଏ ପଚାରେ । ବୋରିଗୁମ୍ମା ବ୍ଲକ ଚମ୍ପାପଦର ପଞ୍ଚାୟତର ରାମ୍ପଡି ପଦର । ଗାଁକୁ ଯିବାର ରାସ୍ତା ବୟାନ କରୁଛି ଗାଁ ବିକାଶର ବାସ୍ତବତା। ଜଙ୍ଗଲ ଭିତରେ ନାଲିମାଟିର ରାସ୍ତା। ଯେଉଁ ରାସ୍ତାରେ ଖରାଦିନେ ଗଲେବି ଗାଡିମଟର ଯାଇ ପାରିବନି। ଏମିତିକି ଆମ୍ବୁଲାନ୍ସ ମଧ୍ୟ ଆସି ପାରୁ ନଥିବାରୁ ଖଟିଆରେ ବୁହା ହେଉଛନ୍ତି ରୋଗୀ।

ପଞ୍ଚାୟତ ଠାରୁ ୪ କିମି ଦୂର ଗଲେ ପଡେ ରାମ୍ପଡି ପଦର । ମାତ୍ର ଆଜି ପର୍ଯ୍ୟନ୍ତ ରାସ୍ତା ହୋଇ ପାରୁନି। ଘଞ୍ଚଜଙ୍ଗଲ ମଝିରେ ଅଙ୍କା ବଙ୍କା ପଥୁରିଆ ରାସ୍ତା ଅତିକ୍ରମ କରି ଗାଁରେ ପହଞ୍ଚି ଥିଲା ଆମ ଅର୍ଗସ ଟିମ୍ l ଆଉ ପରିଖିଥିଲେ ବିକାଶର ବାସ୍ତବତା। ଗାଁ ରେ ୪୦ ପରିବାର ବସବାସ କରୁଛନ୍ତି। ଯେଉଁ ମାନଙ୍କ ପାଇଁ ପାଦଚଲା ସଂକୀର୍ଣ୍ଣ ଜଙ୍ଗଲ ପଥୁରିଆ ରାସ୍ତା ଗମନାଗମନର ମାଧ୍ୟମ।

ରାମ୍ପଡି ପଦରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅପହଞ୍ଚ। ପ୍ରତିଦିନ ପାଣି ମୁନ୍ଦାଏ ପାଇଁ ଗ୍ରାମବାସୀ ଏମିତି ଗରା ମାଠିଆ ଧରି ବାହାରି ପଡନ୍ତି। ଗାଁଠାରୁ କିଛି ଦୂରରେ ଥିବା ଜଙ୍ଗଲ ମଧ୍ୟରେ କିଛି ବାଟ ଗଲେ ପଡେ ଏହି ଝରଣା। ଯେଉଁଠାରେ ବିପଦସଙ୍କୁଳ ଅବସ୍ଥାରେ ଚାଲେ ଜଳ ସଂଗ୍ରହ। ବର୍ଷ ତମାମ ଏହି ପାହାଡିଆ ଝରଣା ନହେଲେ ଚୁଆ ପାଣି ହିଁ ଏମାନଙ୍କର ଭରସା ।

ଗାଁ ରେ ଅଙ୍ଗନୱାଡି କେନ୍ଦ୍ର ଟିଏ ନାହିଁ l ଫଳରେ କୁନି କୁନି ଶୁଶୁ ମାନେ ପୃଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେବା ସହ ପାଠପଢାରୁ ମଧ୍ୟ ବଞ୍ଚିତ ହୋଇ ରହିଛନ୍ତି l ଆଦିବାସୀ ସମ୍ପ୍ରଦାୟର ଲୋକେ ହୋଇଥିବାରୁ ଶିକ୍ଷାର ଅଭାବ କାରଣରୁ ଏମାନଙ୍କ ଭାଷା ଗତ ସମସ୍ୟା ସବୁ ବେଳେ ଉପୁଜେ l ସେଭଳି ସ୍ୱାସ୍ଥ୍ୟ ସେବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଗାଁର ଆଶା ଦିଦି ହିଁ ଗ୍ରାମବାସୀଙ୍କ ଏକ ମାତ୍ର ଭରସା। ସ୍ବାଧିନତାର ଏତେବର୍ଷ ପରେବି ଅସହାୟ ଦୁର୍ଗମବାସୀ। ଆଜିବି ଯୋଜନା ଏଠି ସାତସପନ। ନାହିଁ ନାହିଁରେ ବିତୁଛି ଗରିବ ଆଦିାବସୀଙ୍କ ଜୀବନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-people-of-ramdipada-who-live-in-hope-of-a-bed | Argus News