ନୂଆବର୍ଷକୁ ଭବ୍ୟ ସ୍ବାଗତ କଲେ ରାଜ୍ୟବାସୀ
·1 year ago·1 min read

ନୂଆ ବର୍ଷକୁ ଭବ୍ୟ ସ୍ବାଗତ କଲେ ରାଜ୍ୟବାସୀ। ବିଶେଷ କରି ଟୁଇନ୍ ସିଟି ଭୁବନେଶ୍ୱର ଓ କଟକରେ ଉତ୍ସାହ ଓ ଉଦ୍ଦୀପନା ସହ ନୂଆ ବର୍ଷ ପାଳନ କରିଥିବା ଦେଖିବାକୁ ମିଳିଥିଲା। କ୍ଲବ, ହୋଟେଲ, ରେଷ୍ଟୁରାଣ୍ଟ ସବୁଠି ଧୁମ ଜମିଥିଲା ନାଚଗୀତର ଆସର। ଜିରୋ ନାଇଟ ସେଲିବ୍ରେସନରେ ସାମିଲ ହୋଇଥିଲେ ସମସ୍ତେ। ରଙ୍ଗୀନ ଆଲୋକମାଳା ସହ ଡିଜେ, ସେଲିବ୍ରେଟି ସିଙ୍ଗର ଓ ଡ୍ୟାନସ ଗାର୍ଲଙ୍କ ନୃତ୍ୟ ସମସ୍ତଙ୍କୁ ମତୁଆଲା କରିଥିଲା।
ଗୀତ ଓ ମ୍ୟୁଜିକ ତାଳେ ତାଳେ ଝୁମିଥିଲେ ଅନେକ, ଆଉ ରାତି ୧୨ଟା ହେବାକ୍ଷଣି କହିଥିଲେ ସ୍ବାଗତଂ ନବବର୍ଷ ୨୦୨୫। ଏହାପରେ ନିଜର ପ୍ରିୟଜନଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଥିଲେ। ରାଜଧାନୀ ଭୁବନେଶ୍ବର ଓ କଟକ ବେଶ ଜମିଥିଲା ନାଚଗୀତର ଆସର । ବହୁ ସଂଖ୍ୟାରେ ଲୋକ ଏସବୁ ସ୍ଥାନରେ ଏକତ୍ର ହୋଇ ନାଚି, ଗାଇ ଖୁସି ମନାଇଥିଲେ। ବିଳମତ ରାତି ପର୍ଯ୍ୟନ୍ତ ଏସବୁ କାର୍ଯ୍ୟକ୍ରମ ଜାରି ରହିଥିଲା। ରାଜ୍ୟର ସବୁ ବଡ଼ ବଡ଼ ସହରରେ ନୂଆ ବର୍ଷକୁ ସ୍ୱାଗତ ଲାଗି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: