ଯୋଜନା ବିଫଳ, ନିର୍ମାଣ ହୋଇପାରୁନି ପକ୍କା ରାସ୍ତା

Key Points
ଉପାନ୍ତରେ ବାଟ ଖୋଜୁଛି ବିକାଶ
ଯୋଜନା ବିଫଳ, ନିର୍ମାଣ ହୋଇ ପାରୁନି ପକ୍କା ରାସ୍ତା
ଖରାଦିନେ ବି ରାସ୍ତା କାଦୁଅମୟ
ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଉପାନ୍ତ ଅଂଚଳ ଘଣ୍ଟାପଡା ପଂଚାୟତ ର ହଳଦୀପାଳି ଗାଁ । ଏହି ଅଂଚଳରେ ଅଧିକ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରିଥାନ୍ତି I ତେବେ ରେକଡୋଲରୁ ହଳଦୀପାଳି ଯାଇଥିବା ରାସ୍ତା ଅବସ୍ଥା ଦେଖି ଲାଗୁଛି ଅଂଚଳରେ କେତେ ହୋଇଛି ବିକାଶ I ରାସ୍ତାର ସ୍ଥାନେସ୍ଥାନେ ବଡ଼ବଡ ଗାତ ସୃଷ୍ଟି ହୋଇଛି I ଫଳରେ ଯାତାୟତରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ଏହି ରାସ୍ତା ଦେଇ ଘଣ୍ଟାପଡା ଓ କୁଳୁତାଜୋର ପଂଚାୟତ ଅଂଚଳର 8ଖଣ୍ଡ ଗ୍ରାମଲୋକେ ଯାତାୟାତ କରିଥାନ୍ତି I କିନ୍ତୁ ରାସ୍ତା ଅତି ଶୋଚନୀୟ ହୋଈଥିବାରୁ ଯାତାୟାତ ସମୟ ରେ ବହୁ ଅସୁବିଧା ଭୋଗନ୍ତି ଲୋକେ I
ଖରା ଦିନେ କଷ୍ଟେ ମଷ୍ଟେ ଲୋକ ଯାତାୟାତ କରୁଥିବା ବେଳେ ବର୍ଷା ଦିନ ଆସିଲେ ବଢିଯାଏ ଅଞ୍ଚଳବାସୀଙ୍କ ଦୁଃଖ। ବର୍ଷା ଦିନେ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଈପଡେ I ଗାଁରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ହେଲେ ଆମ୍ବୁଲାନ୍ସ ଯିବା ଅସମ୍ଭବ ହୋଇନଥାଏ I ଫଳରେ ଲୋକେ ରୋଗୀଙ୍କୁ ବାଇକରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହିବାକୁ ପଡେ I ଏହି ରାସ୍ତା ମରାମତି ପାଇଁ ଟଙ୍କା ଆସିଛି, କିନ୍ତୁ କେବଳ ମୋରୁମ ବିଛେଇ ଦେଇ ଠିକାର ସାରି ଦିଅନ୍ତି ଫଳରେ ରାସ୍ତାର ଅବସ୍ଥାରେ ସବୁ ବେଳେ ଏମିତି ବୋଲି ଅଭିଯୋଗ ହୁଏ। ଉପାନ୍ତର ଏହି ସଡକ ଉପରେ କେବେ ପଡିବ ପ୍ରଶାସନର ନଜର I କେବେ ଲୋକଙ୍କୁ ମିଳିବ ଭଲ ରାସ୍ତା I