Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାହାଙ୍ଗାକୁ ଅଶାନ୍ତ କରିବା ଲାଗି ହୋଇଥିବା ଷଡ଼ଯନ୍ତ୍ରର ଖୋଲିଛି ପୋଲ

Rashmita Mishra
Browse all articles by Rashmita Mishra
·1 year ago·2 min read
ମାହାଙ୍ଗାକୁ ଅଶାନ୍ତ କରିବା ଲାଗି ହୋଇଥିବା ଷଡ଼ଯନ୍ତ୍ରର ଖୋଲିଛି ପୋଲ

Key Points

ମାହାଙ୍ଗାକୁ ଅଶାନ୍ତ କରିବା ଲାଗି ହୋଇଥିବା ଷଡ଼ଯନ୍ତ୍ରର ଖୋଲିଛି ପୋଲ
ବିଜୁ ବାବୁଙ୍କ ମୂର୍ତ୍ତି ଭଙ୍ଗାଯିବା ପଛରେ ପ୍ରତାପ ଜେନାଙ୍କ ସମର୍ଥକଙ୍କ ମୁଖ୍ୟ ରୋଲ
ପ୍ରତାପଙ୍କୁ ମାଷ୍ଟରମାଇଣ୍ଡ ଦର୍ଶାଇ ନ୍ୟାୟ ପାଇଁ ଲଢେଇ ପରିବାର ସଂଗଠନ ପକ୍ଷରୁ FIR
ଏବେ ପ୍ରଶ୍ନ ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର ?
ମାହାଙ୍ଗାକୁ ଅଶାନ୍ତ କରିବା ନେଇ ପ୍ରତାପ ଜେନାଙ୍କ ରେକର୍ଡ ବହୁ ପୁରୁଣା
ପୂର୍ବରୁ ଅଛି ଅଭିଯୋଗ- ପ୍ରତାପଙ୍କ ନିର୍ଦ୍ଦେଶରେ ହୋଇଥିଲା ମାହାଙ୍ଗା ଟ୍ରିପଲ ମର୍ଡର ଘଟଣା

ମାହାଙ୍ଗାରେ ବିଜୁ ବାବୁଙ୍କ ମୂର୍ତ୍ତି ଭଙ୍ଗା ମାମଲାର ଅଭିଯୁକ୍ତଙ୍କ ସ୍ବୀକାରୋକ୍ତି ପରେ ଘଟଣା ପଛରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକା ନେଇ ହୋଇଛି ବଡ଼ ଖୁଲାସା। ପ୍ରତାପ ଜେନା ହିଁ ପୁରା ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ କରି ନ୍ୟାୟ ପାଇଁ ଲଢେଇ ପରିବାର ସଂଗଠନ ପକ୍ଷରୁ ଭଦ୍ରେଶ୍ବର ଥାନାରେ ଦିଆଯାଇଛି ଏତଲା। ଅଭିଯୋଗ କରୀ ଦିଲ୍ଲୀପ ସାହୁ ଏତଲାରେ ଦର୍ଶାଇଛନ୍ତି ମାହାଙ୍ଗାକୁ ଅଶାନ୍ତ କରିବାକୁ ଚାହୁଁଛନ୍ତି ପ୍ରତାପ ଜେନା।

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାର ଦୁଇ ଅଭିଯୁକ୍ତ ନନ୍ଦକିଶୋର ମଲିକ ଓ ବିଶ୍ୱଜିତ ମହାପାତ୍ର ଜାମିନରେ ଆସିବା ପରେ କହିଥିଲେ ବିଜେଡି ନେତା ବିସ୍ମୟ ମହାପାତ୍ର ଓରଫ୍ ଇଲୁ ସେମାନଙ୍କୁ ମଦ ପିଆଇ ମୃର୍ତ୍ତି ଭାଙ୍ଗିବାକୁ କହିଥିଲା। ଇଲୁ ହେଉଛି ପ୍ରତାପ ଜେନାଙ୍କ ଅତି ଖାସ୍। ଏପରିକି ପ୍ରତାପ ଜେନା ନିଜେ ପ୍ରତିବାଦ ସଭାରେ କହିଛନ୍ତି, ଇଲୁ ହେଉଛି ମୋ ଲୋକ।

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀର ଠିକ୍ ପୂର୍ବ ଦିନ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଦ୍ରେଶ୍ୱର ଥାନା ଉମର ହନୁମାନ ଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଥିଲା। ଏହାକୁ ନେଇ ଖୁବ୍ ରାଜନୀତି କରିଥିଲା ବିଜୁ ଜନତା ଦଳ। ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲା।

ଏବେ ସତ ସାମ୍ନାକୁ ଆସିବା ପରେ ସ୍ପଷ୍ଟ ହୋଇଯାଇଛି ସରକାରଙ୍କ ବଦନାମ କରିବା ସହ ମାହାଙ୍ଗାକୁ ଅଶାନ୍ତ କରିବାକୁ ଖୋଦ୍ ବିଜେଡି ହିଁ କରିଥିଲା ଷଡ଼ଯନ୍ତ୍ର।

ମାହାଙ୍ଗାକୁ ଅଶାନ୍ତ କରିବା ନେଇ ପ୍ରତାପ ଜେନାଙ୍କ ବିରୋଧରେ ଅଭିଯୋଗ ନୂଆ ନୁହେଁ। 2021 ମସିହା ଜାନୁଆରୀ 2 ତାରିଖରେ ମାହାଙ୍ଗାର ନୃତଙ୍ଗରେ ଘଟିଥିଲା ନାରକୀୟ କାଣ୍ଡ। ଦୁଇ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୃବୁର୍ତ୍ତ । 12 ଜଣଙ୍କ ସହ ମୁଦାଲା ନମ୍ବର 13 ଥିଲେ ସେତେବେଳର ଆଇନ ମନ୍ତ୍ରୀ ପ୍ରତାପ ଜେନା । ପରିବାର ଲୋକେ ଅଭିଯୋଗ କରିଥିଲେ ପ୍ରତାପଙ୍କ ଇସାରାରେ ହୋଇଛି ଏହି ଜଘନ୍ୟ କାଣ୍ଡ। ତାର କିଛି ଦିନ ପରେ ମୁଖ୍ୟ ଅଭିଯୁକ୍ତ କାବୁଆ ଓରଫ୍ ପ୍ରଫୁଲ୍ଲ ବିଶ୍ବାଳର ମୃତ୍ୟୁ ବଢାଇଥିଲା ସନ୍ଦେହ। କାବୁଆର ମୃତଦେହ ମିଳିଲା ପ୍ରତାପ ଜେନାଙ୍କ ପରିବାରର ମାଲିକାନାରେ ଥିବା ଦୁଃଶାସନ ଜେନା ୟାର୍ଡ ନିକଟରୁ, .ଯାହାକୁ ନେଇ ପୁଣିଥରେ ବିବାଦକୁ ଆସିଥିଲେ ସେତେବେଳର ଆଇନ ମନ୍ତ୍ରୀ ପ୍ରତାପ ଜେନା।

ତେବେ ଚାର୍ଜସିଟରୁ ପ୍ରତାପ ଜେନାଙ୍କ ନାଁ କାଟିଦେଲା ପୋଲିସ। କୁଳମଣି ବରାଳଙ୍କ ପୁଅ ଏନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶୁଣାଣି ବେଳେ ସାଂଘାତିକ ତଥ୍ୟ ଆସିଥିଲା ସାମ୍ନାକୁ। ପ୍ରତାପ ଜେନା ମୁଖ୍ୟ ଅଭିଯୁକ୍ତ କାବୁଆକୁ ପୋନ୍ କରିଥିବାର ହୋଇଥିଲା ଅଭିଯୋଗ। ତାଙ୍କ ସହଯୋଗୀମାନେ ମଧ୍ୟ କାବୁଆକୁ ଫୋନ୍ କରୁଥିବାର ପ୍ରମାଣ ଆସିଥିଲା ସାମ୍ନାକୁ। ସାଲେପୁର ଜେଏମ୍ଏସି କୋର୍ଟ ମାମଲାର ଶୁଣାଣି କରି ପ୍ରତାପଙ୍କ ବିରୋଧରେ ଦଫା 302ରେ ମାମଲା ଚଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପ୍ରତାପ ଜେନା। ହାଇକୋର୍ଟ ପ୍ରତାପ ଜେନାଙ୍କୁ କ୍ଲିନଚେଟ୍ ଦେବା ସହ ମାମଲାକୁ ରଦ୍ଦ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛନ୍ତି କୁଳମଣି ବରାଳଙ୍କ ପୁଅ ରଂଜିତ ବରାଳ। ଏବେ ପୁଣି ପ୍ରତାପଙ୍କ ବିରୋଧରେ ଆସିଛି ମାହାଙ୍ଗାକୁ ଅଶାନ୍ତ କରିବା ନେଇ ଷଡ଼ଯନ୍ତ୍ରର ଅଭିଯୋଗ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-plot-to-destabilize-mahanga-has-been-foiled | Argus News