Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

Odisha

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

Ritu Das
Browse all articles by Ritu Das
·1 year ago·1 min read
ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଅର୍ଗସ ବ୍ୟୁରୋ: ବୌଦ୍ଧ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ କାର ଯୋଗେ ବିପୁଳ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ବଲାସୀଙ୍ଗା ଛକ ନିକଟରେ ଚଢାଉ କଲା ଆଦର୍ଶ ଥାନା ପୋଲିସ। କାରରୁ ପ୍ରାୟ ୭୦ କେଜି ଗଞ୍ଜେଇ ଜବତ କରାଯାଇଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଜଣେ ଅଭିଯୁକ୍ତ ବୌଦ୍ଧର ଏବଂ ଅନ୍ୟଜଣେ ସୋନପୁରର ହୋଇଥିବା ସୂଚନା ମିଳିଛି। ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ ।


ସୂଚନା ଅନୁଯାୟୀ ମନମୁଣ୍ଡା ପଟରୁ ବୌଦ୍ଧ ପଟକୁ ଏକ କାର ଯୋଗେ ବିପୁଳ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ ମୁନି କୌଣସି ସୂତ୍ରରୁ ଖବର ପାଇ ଏକ ଟିମ୍ ଗଠନ କରି ବଲାସୀଙ୍ଗା ଛକ ନିକଟରେ ଚଢାଉ କରିଥିଲେ। ସେହି ସମୟରେ ଗୋଟିଏ କାର ସେହି ବାଟ ଦେଇ ଯାଉଥିବା ବେଳେ କାରକୁ ଅଟକାଇ ତନଖି କରିବାରୁ ସେଥିରୁ ଗଞ୍ଜେଇ ଜବତ ହୋଇଥିଲା।  ସେପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରିଥିବା ବେଳେ ଗଞ୍ଜେଇ ପ୍ରାୟ ୬୯ କେଜି ବୋଲି ଜଣାପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The police sit down while selling ganza seized | Argus News