କଟକରେ ବିଜେଡି ସ୍ଥିତି ଟଳମଳ

ଅର୍ଗସ ବ୍ୟୁରୋ: ବିଜେଡିର ପିଛା ଛାଡୁନି ଗୋଷ୍ଠୀ କନ୍ଦଳ। କଟକରେ ବିଜେଡି କଳି ଦାଣ୍ଡରେ ପଡି ହାଟରେ ଗଡୁଛି। କଟକ ଭାଇଚାରା ସଂଘ ପକ୍ଷରୁ ସିଏମସି ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ସହରର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ହୋଇଥିଲା ହଲ୍ଲାବୋଲ। ସିଏମସିର ଅପାରଗତ ଯୋଗୁ ସହରରେ ମଶାଙ୍କ ଉପଦ୍ରବ୍ୟ ବଢୁଥିବା ଅଭିଯୋଗ ହୋଇଛି । ମଶା ତେଲ ମଧ୍ୟ ପଡୁନାହି। ପୂର୍ବ ଅପେକ୍ଷା ସହରରେ ମଶା ଘନତା ବୃଦ୍ଧିକୁ ନେଇ ମହାନଗର ନିଗମ କାର୍ଯ୍ୟଳୟ ସମୁଖରେ ପ୍ରତିବାଦ କରିଛି ସଂଘ। ସାମାଜିକ ସଙ୍ଗଠନ ବ୍ୟାନରରେ ହୋଇଥିବା ବିକ୍ଷୋଭରେ ବିଜେଡି ଯୁବ ଏବ ଛାତ୍ରଜନତା ଦଳର କର୍ମକର୍ତ୍ତା ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।
ମହାନଗରନିଗମ ନିର୍ବାଚନ ସମୟରେ ମେୟର କଟକକୁ ୟୁରୋପ ସହର ଭଳି ବିକଶିତ କରିବା ସହ ମଶା ମୁକ୍ତ ସହର କରିବାକୁ ଦେଇଥିଲେ ପ୍ରତିଶ୍ରୁତି । କିନ୍ତୁ ସୁବାସ ସିଂ ମେୟର ନିର୍ବାଚିତ ହେବା ପରେ କଟକ ସହର ସମସ୍ୟା ଭୁଲିଯାଇଥିବା ଅଭିଯୋଗ ହୋଇଛି ।ଏପରି କି ସିଏମସିର ଅବହେଳା ଯୋଗୁ ମଶା ଡେନସିଟି ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି। ନାଳ ନର୍ଦ୍ଧମା ସଫା ହୋଇନି ବର୍ଷା ହେଲେ ଜଳ ବନ୍ଧି ସମସ୍ୟା ସୃଷ୍ଟି ହେଉଛି । କେବଳ ସେତିକି ନୁହେଁ ସହରର ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡିଛି,ନଦେଖିଲେ ବିଶ୍ବାସ ହେବନି।
ସବୁଠୁ ବଡ଼ କଥା ହେଉଛି ମେୟରଙ୍କ ବିରୋଧରେ ଗର୍ଜିୁଥିବା ଏହି ସଂଗଠନର କର୍ମକର୍ତା ହେଉଛନ୍ତି ବିଜେଡି ରାଜ୍ୟ ଛାତ୍ର ଯୁବ ଜନତା ଦଳର ବିଭିନ୍ନ ପଦପଦବୀରେ ଥିବା କର୍ମୀ। ସିଏମସି ମେୟର ଓ କାଉନସିଲ ମଧ୍ୟ ବିଜେଡି ହାତରେ ଥିବାବେଳେ ବିଜେଡି ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନେ ଏପରି ଅନ୍ୟ ଏକ ସଂଗଠନ ବ୍ୟାନରରେ ମେୟର ଓ ସିଏମସିକୁ ଘେରିବା ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇଛି। ତେବେ ଏ ବାବଦରେ ମେୟର ସୁବାସ ସିଂ କହିଛନ୍ତି ସହରର ସମସ୍ୟାର ସମାଧାନ ପାଇଁ କାମ ଜାରି ରହିଛି। କିଛି ଲୋକ ନିଜ ଅସ୍ତିତ୍ୱ ବଞ୍ଚାଇବା ପାଇଁ ବିରୋଧ କରୁଥିବା ସେ ପାଲଟା ଜବାବ ଦେଇଛନ୍ତି । ବିଜେଡି ପରାଜିତ ପ୍ରାର୍ଥୀ ପ୍ରକାଶ ବେହେରା ଜିଲ୍ଲା ସଭାପତି ମଧ୍ୟ ଦଳରେ ରହି କାମ କରୁଛନ୍ତି ଦଳରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ ବୋଲି କହିଛନ୍ତି । କାମ ନକରି ମେୟର କେବଳ ପ୍ରଚାରରେ ବ୍ୟସ୍ତ ବୋଲି ସଂଙ୍ଘଠନ ପକ୍ଷରୁ ଅଭିଯୋଗ କରାଯିବା ସହ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ଚେତାବନି ଦେଇଛି ସଂଘ । ଅନ୍ୟପଟେ ଦଳ ଏ କନ୍ଦଳ ଏକଥା ପ୍ରମାଣ କରୁଛି କଟକରେ ବିଜେଡି ଦୁଇଫାଳ