Videos
|
Odisha

ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ପ୍ରସାଦ ହିଁ ମହାପ୍ରସାଦ: ଗଜପତି ମହାରାଜ ଦିବ୍ୟସିଂହ ଦେବ

Rashmita Mishra
Browse all articles by Rashmita Mishra
·1 year ago·1 min read
ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ପ୍ରସାଦ ହିଁ ମହାପ୍ରସାଦ: ଗଜପତି ମହାରାଜ ଦିବ୍ୟସିଂହ ଦେବ

Key Points

ଦୀଘାରେ ପୁଣି ଜଗନ୍ନାଥ ସଂସ୍କୃତି, ପରମ୍ପରା ସହ ଖେଳ
ଦୀଘା ଜଗନ୍ନାଥ ମନ୍ଦିରରେ ପ୍ରସାଦକୁ ମହାପ୍ରସାଦ ନାଁରେ ଦିଆଯାଉଛି
ସବୁ ପ୍ରସାଦ ନୁହେଁ ମହାପ୍ରସାଦ : ଗଜପତି ମହାରାଜ ଦିବ୍ୟସିଂହ ଦେବ
ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ପ୍ରସାଦ ହିଁ ମହାପ୍ରସାଦ
ଆଉ କୌଣସି ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ମହାପ୍ରସାଦ ନୁହେଁ

ସବୁ ପ୍ରସାଦ ନୁହେଁ ମହାପ୍ରସାଦ। କେବଳ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ପ୍ରସାଦ ହିଁ ମହାପ୍ରସାଦ । ଆଉ କୌଣସି ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ମହାପ୍ରସାଦ ନୁହେଁ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି । ଯେ କୌଣସି ଜଗନ୍ନାଥ ମନ୍ଦିରକୁ ଧାମ ବୋଲି କହିବା ଯେପରି ଭୁଲ, ସେପରି ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ପ୍ରସ୍ତୁତ ମହାପ୍ରସାଦ ନୁହେଁ । ଅନ୍ୟ ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ହେଉଛି ଜଗନ୍ନାଥ ପ୍ରସାଦ । ଦିଘା ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ ପ୍ରସାଦକୁ ମହାପ୍ରସାଦ ନାଁରେ ଦିଆଯାଉଥିବା ଅତ୍ୟନ୍ତ ଦୁଃଖଦାୟକ । ଏହା ଆମ ସମସ୍ତଙ୍କୁ ବ୍ୟଥିତ କରିଛି ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-prasad-offered-to-lord-jagannath-in-puri-is-the-greatest-prasad- | Argus News