ଓଡିଶାର ବିକାଶ ପାଇଁ ଦିନରାତି ପ୍ରୟାସ କରୁଛି ବର୍ତ୍ତମାନର ସରକାର

ଭୁବନେଶ୍ୱର: ଓଡ଼ିଶାର ବିକାଶ ପ୍ରସଙ୍ଗରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂ । କହିଲେ, ଓଡ଼ିଶାରେ ଦୀର୍ଘ ସମୟ ଧରି ଚାଲିଥିଲା ଏକଛତ୍ରବାଦ ଶାସନ । କେବଳ ନିର୍ବାଚନ ଜିତିବା ପାଇଁ ପ୍ରୟାସ କରିଥିଲା ବିଜେଡି ସରକାର । ଓଡ଼ିଶାର ବିକାଶ ପାଇଁ ଦିନରାତି ପ୍ରୟାସ କରୁଛି ବର୍ତ୍ତମାନର ସରକାର । ଓଡିଶାର ବିକାଶ ପ୍ରସଙ୍ଗରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ପଞ୍ଚାୟତିରାଜ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ। ଭୁବନେଶ୍ବରରେ ଆୟୋଜିତ ପଶୁ ପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ମୌସୁମୀ ବୈଠକରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି , ଓଡ଼ିଶାରେ ଦୀର୍ଘ ସମୟ ଧରି ଚାଲିଥିଲା ଏକଛତ୍ରବାଦ ଶାସନ। କେବଳ ନିର୍ବାଚନ ଜିତିବା ପାଇଁ ବିଜେଡି ସରକାର ପ୍ରୟାସ କରିଥିଲା । କିନ୍ତୁ ବର୍ତ୍ତମାନର ସରକାର ଓଡ଼ିଶାର ବିକାଶ ପାଇଁ ଦିନ ରାତି ପ୍ରୟାସ କରୁଛନ୍ତି।
ତେଣୁ ଆମେ ଓଡ଼ିଶାର ବିକାଶ ଦିଗରେ ସବୁବେଳେ ସାହାଯ୍ୟ କରିବା ପାଇଁ ଆଗେଇ ଆସିବୁ । ପଶୁ ପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ମୌସୁମୀ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଲଡ଼ ପ୍ଲସ କ୍ଷୀର ପ୍ୟାକେଟର ଉଦଘାଟନ କରିଛନ୍ତି। ବଜାରରେ ଉପଲବ୍ଧ ହେବ ଏହି ଗେରୁଆ ରଙ୍ଗର ପ୍ୟାକେଟ କ୍ଷୀର। ଏହି ନୂଆ କ୍ଷୀର ପ୍ୟାକେଟ ଅନ୍ୟ କ୍ଷୀର ଅପେକ୍ଷା ଅଧିକ ଗୁଣବତ୍ତା ବହନ କରୁଛି ବୋଲି କହିଛନ୍ତି ପଶୁ ପାଳନ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗୋକୁକନନ୍ଦ ମଲିକ। ଏଥିସହ ଭୁବନେଶ୍ବରରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓମଫେଡ ଭେଣ୍ଡିଂ ମେସିନ। ଡିଜିଟାଲ ପେମେଂଟ ମାଧ୍ୟମରେ ଗ୍ରାହକ ପାଇପାରିବେ ଓମ୍ଫେଡ଼ର ସମସ୍ତ ସାମଗ୍ରୀ। ନୂଆ ସରକାରର ୧୦୦ ଦିନିଆ ଟାର୍ଗେଟ ଭିତରେ ପଶୁ ସମ୍ପଦ ବିଭାଗକୁ ମିଳିବ ଅଗ୍ରାଧିକାର। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ ହେବାକୁ ଯାଉଛି। ସେଥିପାଇଁ ପ୍ରାୟ ୧୪୨୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ମୌସୁମୀ ବୈଠକରେ ୧୫ ରାଜ୍ୟର ବିଭିନ୍ନ ଉଦ୍ୟୋଗୀ ଓ ଅଧିକାରୀ ସାମିଲ ହୋଇଥିଲେ ।