President Droupadi Murmu / ପୁଣି ସତେଜ ହେଲା ୨୫ ବର୍ଷ ତଳର ସ୍ମୃତି !

Key Points
ତା'ପରେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମେ ୧୬ ଯାଏଁ ମତ୍ସ୍ୟ ଓ ପଶୁସମ୍ପଦ ଉନ୍ନୟନ ମନ୍ତ୍ରୀ।
ପୁଣି ସତେଜ ହେଲା ୨୫ ବର୍ଷ ତଳର ସ୍ମୃତି । ଓଡ଼ିଶା ବିଧାନସଭାର ରୁମ୍ ନଂ-୧୧ । ଇଏ ସେହି କୋଠରୀ ଯେଉଁଠି ରାଜ୍ୟ ମନ୍ତ୍ରୀପରିଷଦର ମନ୍ତ୍ରୀ ଭାବେ ୨୦୦୦ରୁ ୨୦୦୪ ଯାଏଁ ବସୁଥିଲେ ଦ୍ରୌପଦୀ ମୁର୍ମୁ । ବିଧାନସଭାକୁ ସମ୍ବୋଧନ ପରେ ସେହି କଠୋରୀକୁ ଗଲେ। ଯେଉଁ ଆସନ ତାଙ୍କୁ ପ୍ରଥମ ଥର ସାମ୍ବିଧାନିକ ପଦରେ ବସିବାର ଗୌରବ ଦେଇଥିଲା ଦୁଇ ଦଶନ୍ଧି ପରେ ପୁଣି ସେହି ଆସନରେ ବସିଲେ ।
'ରୁମ ନମ୍ବର ୧୧, ଓଡ଼ିଶା ବିଧାନସଭାର ସେହି ଠିକଣା, ଯାହା ସହ ଜଡ଼ିତ ଜନସେବାର ଅନେକ ସ୍ମୃତି । ଆଜି ସେ ସବୁ ହୋଇଛି ସତେଜ। ମନେପଡ଼େ କାଲି ଭଳି। ଏଇ ପରିସର... ଏଇ ଭବନ... ଏଇ କୋଠରୀ... ଏହି ଚୌକି... ରାଜନୈତିକ ଜୀବନର ଆଦ୍ୟ ପାହାଚ ଆଣି ପହଞ୍ଚାଇ ଦେଇଥିଲା ଏହି ଚୌକି ଯାଏଁ । ପ୍ରଥମ ଥର ବିଧାୟିକା, ପ୍ରଥମ ଥର ମନ୍ତ୍ରୀ । ଭୁବନେଶ୍ବରର ଏହି କୋଠରୀରୁ ଆରମ୍ଭ ହୋଇଥିବା ସାମ୍ବିଧାନିକ ପଦର ଯାତ୍ରା ଆଜି ନୂଆଦିଲ୍ଲୀର ରାଇସିନା ହିଲ୍ ଯାଏଁ ପହଞ୍ଚିଛି । କିନ୍ତୁ ଏବେ ବି ଏଇଠି ରହିଛି ୨୫ ବର୍ଷ ତଳର ସ୍ମୃତି' ।
ଆଜି ସେ ସବୁ ସ୍ମୃତି ହୋଇଛି ରୋମାନ୍ଥନ । ଓଡ଼ିଶା ବିଧାନସଭାର ରୁମ୍ ନଂ ୧୧ । ୨୦୦୦ରୁ ୨୦୦୪ ସେହି କୋଠରୀରେ ବସୁଥିଲେ ଦ୍ରୌପଦୀ ମୁର୍ମୁ, ସେତେବେଳେ ଥିଲେ ରାଜ୍ୟର ମନ୍ତ୍ରୀ । ୨୫ ବର୍ଷ ପରେ ପୁଣି ଆସିଲେ ସେହି କୋଠରୀକୁ, ଏଥର ସେ ରାଷ୍ଟ୍ରପତି । ୨୦୦୦ ମସିହା ବିଧାନସଭା ନିର୍ବାଚନରେ ରାଇରଙ୍ଗପୁର ଆସନରୁ ନିର୍ବାଚିତ ହୋଇ ଏହି ପବିତ୍ର ଗୃହକୁ ଆସିଥିଲେ ଦ୍ରୌପଦୀ ମୁର୍ମୁ । ବିଜେପି-ବିଜେଡି ମେଣ୍ଟ ସରକାରରେ ହୋଇଥିଲେ ମନ୍ତ୍ରୀ । ସେତେବେଳେ ସେହି କୋଠରୀ ଥିଲା ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ଚ୍ୟାମ୍ବର। ପ୍ରଥମେ ବାଣିଜ୍ୟ ପରିବହନ ମନ୍ତ୍ରୀ ଭାବେ ୨୦୦୦ ମସିହା ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ । ତା'ପରେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମେ ୧୬ ଯାଏଁ ମତ୍ସ୍ୟ ଓ ପଶୁସମ୍ପଦ ଉନ୍ନୟନ ମନ୍ତ୍ରୀ।
ବିଧାନସଭାରେ ଅଭିଭାଷଣ ପରେ ପୁଣି ଏହି ରୁମକୁ ଆସିଲେ ଦ୍ରୌପଦୀ ମୁର୍ମୁ। ପୁଣି ସେହି ଆସନରେ ବସିଲେ। ଏହି ଆସନ କେବଳ ପଦ ଦେଲା ତାହା ନୁହେଁ, ନିଜ ଭିତରେ ଦାୟିତ୍ବବୋଧକୁ ଆହୁରି ଶାଣିତ କଲା। ଆଉ ଦିନେ ନେଇ ବସାଇଲା ଦେଶର ସର୍ବୋଚ୍ଚ ନାଗରିକ ଆସନରେ । ୨୫ ବର୍ଷ ତଳର ସ୍ମୃତି ଆଜି ସବୁ ହୋଇଛି ରୋମାନ୍ଥନ ।
📱 Get Argus News App
✨Related Topics
Explore more stories