Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ବିଫଳ ୨୪ ବର୍ଷର ପୂର୍ବ ବିଜେଡି ସରକାର

Odisha

ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ବିଫଳ ୨୪ ବର୍ଷର ପୂର୍ବ ବିଜେଡି ସରକାର

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ବିଫଳ ୨୪ ବର୍ଷର ପୂର୍ବ ବିଜେଡି ସରକାର

Key Points

କଟକ ଜିଲ୍ଲା ଗ୍ରାମାଞ୍ଚଳରେ ଉତ୍କଟ ପାନୀୟ ଜଳ ସମସ୍ୟା
ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ବିଫଳ ୨୪ ବର୍ଷର ପୂର୍ବ ବିଜେଡି ସରକାର
୧୫୪ କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ଫେଲ୍ 
କୋଟି କୋଟି ଟଙ୍କାର ପ୍ରକଳ୍ପ ହୋଇଗଲା ଉଦ୍ଭାନ।

କଟକ ଜିଲ୍ଲାର କେବଳ ଏମିତି କିଛି ଅଞ୍ଚଳ ନୁହେଁ ବରଂ ମୋଟ ୧୪ ଟି ବ୍ଲକ ଅଧୀନରେ ଥିବା ବିଭିନ୍ନ ଗ୍ରାମାଞ୍ଚଳରେ ଏପରି ସମସ୍ୟା ଦେଖାଦେଇଛି। କଟକ ଜିଲ୍ଲା ଆଠଗଡର ତିଗିରିଆ ବ୍ଲକ ମହାନଦୀ ଅବବାହିକା ହାଟ୍ଟମାଳ ଗ୍ରାମର ଦୃଶ୍ୟ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବଡ଼ ବଡ଼ ଦୁଇଟି ଟାଙ୍କି ନିର୍ମାଣ ହୋଇଛି, ପାଇପ ବିଛା ଯାଇଛି, ଟ୍ୟାପ ନିର୍ମାଣ ହୋଇଛି। ହେଲେ ଟୋପାଏ ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ। ସେହିପରି ବଡମ୍ବା ନରସିଂହପୁରର ଖୁଣ୍ଟକଟା ଗାଁରେ ସମାନ ଅବସ୍ଥା। ପୂର୍ଵ ସରକାରଙ୍କ ସମୟରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ପାନୀୟ ଜଳ ପ୍ରକଳ୍ପ। କିନ୍ତୁ ଏବେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରିନି। ଅଧିକାଂଶ ସାହିରେ ପାଇପ ବି ବିଛା ଯାଇନାହିଁ। ସ୍ଥାନୀୟ ଲୋକେ ଗାଁ ଠାରୁ ୨କିମି ଦୂରରୁ ପାଣି ଆଣି ବ୍ୟବହାର କରୁଛନ୍ତି।

କେବଳ ଆଠଗଡ, ତିଗିରିଆ, ବଡମ୍ବା ନରସିଂହପୁର ନୁହେଁ ବରଂ କଟକ ସଦରର କିଶନନଗର ତହସିଲ ଅନ୍ତର୍ଗତ ରାମକମରପୁର ଗ୍ରାମରେ ମଧ୍ୟ ସେହି ସମାନ ଅବସ୍ଥା। ଏଠି ମଧ୍ୟ ପୂର୍ବ ସରକାର ସମୟରେ ବସୁଧା ଯୋଜନାରେ ୧୨୨,୧୬ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ପାଣି ଟାଙ୍କିରୁ ପ୍ଲାଷ୍ଟର ଛାଡି ରଡ଼୍ ଦେଖାଯାଉଛି। ୨୦୦ ରୁ ଉର୍ଦ୍ଧ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଏହି ଟାଙ୍କି ତିଆରି ହୋଇଥିଲା। ହେଲେ ଏଠାକାର ଗ୍ରାମବାସୀଙ୍କୁ ବର୍ତ୍ତମାନ ବିଶୁଦ୍ଧ ପାନୀୟ ଜଳ ମିଳିବା କଷ୍ଟକର। ସେହିପରି କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଡମପଡା, ଗୋପାଳପୁର, ଢଅଂସର ଭଳି ବିଭିନ୍ନ ପଞ୍ଚାୟତରେ ବସୁଧା ଯୋଜନା ନାଁ ରେ ବଡ଼ ବଡ଼ ଟାଙ୍କି ତିଆରି ହୋଇଛି, ପାଇପ ପଡିଛି କିନ୍ତୁ ପାଇପରେ ଆସୁନି ପାଣି। ଯାହାକୁ ନେଇ ପୂର୍ବ ସରକାର ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ।


୨୪ ବର୍ଷର ପୂର୍ବ ସରକାର ଜିଲ୍ଲାରେ ସତ ପ୍ରତିଶତ ପାନୀୟଜଳ ନ ଯୋଗାଇବା ସବୁଠାରୁ ବଡ଼ ବିଫଳତା ବୋଲି କହୁଛନ୍ତି ଜନ ସାଧାରଣ। ଏବେ ବିଜେପି ସରକାର ଠୁ ଆଶା ସ୍ଥିତିରେ ପରିବର୍ତ୍ତନ ଆସିବ । ଉତ୍କଟ ପାଣି ସମସ୍ୟାର ସମାଧାନ ବାଟ ବାହାରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The previous BJD government of 24 years failed to provide clean drinking water. | Argus News