ଚାଷୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଠକି ଦେଇଗଲା ପୂର୍ବ ସରକାର

ଚାଷ ଜମିରେ ପହଞ୍ଚିବ ପାଣି । ମିଳିବ ଜଳସେଚନ ସୁବିଧା । କେତେ ସ୍ବପ୍ନ ଦେଖିଥିଲା ଚାଷୀ । ହେଲେ ପୂର୍ବ ବିଜେଡି ସରକାରର ଅପାରଗତାରୁ ସବୁ ସ୍ବପ୍ନ ଧୂଳିସାତ୍ ହୋଇଯାଇଛି ।... ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ସିଲେଟ ପାଣି ଗାଁରେ ଗଭୀର ନଳକୂପ ପାଇଁ 2019 ମସିହାରେ ପଞ୍ଜିକରଣ କରି ଅର୍ଥ ଜମା କରିଥିଲେ ଚାଷୀ । ଦୀର୍ଘ ସମୟ ଅପେକ୍ଷା କରିବା ପରେ 2022/23 ମସିହାରେ ଓଡ଼ିଶା ଉଠା ଜଳସେଚନ ନିଗମ ପକ୍ଷରୁ ବିଲ ମଝିରେ ଟ୍ରାନ୍ସଫର୍ମର ବସିଲା । ହେଲେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହେଲା ନାହିଁ କି ବୋରୱେଲରେ ମୋଟର ଲାଗି ନାହିଁ । ପାଣିକୁ ଚାତକ ପକ୍ଷୀ ଭଳି ଚାହିଁ ବସିଛନ୍ତି ଚାଷୀ ।
ମରୁଡି ପ୍ରପୀଡ଼ିତ ଅଞ୍ଚଳରେ ଏଠି ଜଳସେଚନ ସୁବିଧା ନଥିବାବେଳେ ଚାଷୀଙ୍କୁ କେବଳ ବର୍ଷା ସାହା । ଏନେଇ ଅନେକବାର ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ ବି ଆଜିକାଲି କହି ଭୂଆଁ ବୁଲାଉଛନ୍ତି ଅଧିକାରୀ । ସେପଟେଓଡ଼ିଶା ଉଠା ଜଳସେଚନ ନିଗମ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ଯଥାଶୀଘ୍ର ବିଦ୍ୟୁତ ବିଭାଗ ସହ ଆଲେଚନା କରି ସମସ୍ୟାର ସମାଧାନ କରାଯିବ । ପୂର୍ବ ବିଜେଡି ସରକାରରୁ ପ୍ରତାରିତ ଚାଷୀଙ୍କ ଦୁଃଖ ବୁଝି କେବେ ସମାଧାନ କରୁଛି ବିଜେପି ସରକାର ? ତା ଉପରେ ନଜର ।
