Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Lord Alarnath / ମିଛ କହି ଭୁଆଁ ବୁଲାଇଥିଲେ ପୂର୍ବ ସରକାର !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ମିଛ କହି ଭୁଆଁ ବୁଲାଇଥିଲେ ପୂର୍ବ ସରକାର !
Lord Alarnath

Key Points

ସରିପାରିଲାନି ଅଲାରନାଥଙ୍କ ମନ୍ଦିରର ବିକାଶ କାମ ।
ସୂଚନା ଅଧିକାର ଆଇନ ଖୋଲିଦେଲା ପୂର୍ବ ସରକାର ଅସଲ ମୁଖା ।

ଧରା ପଡିଲା ପୂର୍ବ ବିଜେଡି ସରକାର ମିଛ ପ୍ରଚାର। ମିଛ କହି ଠକିଦେଲେ ମହାପ୍ରଭୁଙ୍କୁ। ପୂର୍ବତନ ବିଜୁ ଜନତା ଦଳ ସରକାର ପ୍ରଭୁ ଅଲାରନାଥ ମନ୍ଦିରର ବିକାଶ ପାଇଁ ୮କୋଟି ଟଙ୍କା ଘୋଷଣା କଲେ। ୩ କୋଟି ଟଙ୍କା ଦେଲେ। ଯାହାର ଏକ୍ସକ୍ଲୁଜିଭ୍ ପ୍ରମାଣ ଲାଗି ଅର୍ଗସ୍ ନ୍ୟୁଜ୍ ହାତରେ। କାମ ବିଳମ୍ବ ହେବା ପଛର କାରଣ ହେଲା ଅଣଓଡ଼ିଆ ଠିକାଦାରଙ୍କ ହାତରେ ଦାୟିତ୍ୱ ।

ଉନ୍ନତି କାର୍ଯ୍ୟ ସରିବା ପରେ ଅଲାରନାଥଙ୍କ ଚାରିପାଖ ଭବ୍ୟ ଦେଖାଯିବ ବୋଲି ସ୍ବପ୍ନ ଦେଖାଇଥିଲେ ପୂର୍ବ ସରକାର। ହେଲେ ଘୋଷଣାର ୪ ବର୍ଷ ପରେ ଅଲାରନାଥ ମନ୍ଦିର ସହ ପୀଠର ଦୃଶ୍ୟ ଅତି ଶୋଚନୀୟ ଅବସ୍ଥାରେ ରହିଛି। ଅଲାରନାଥ ମନ୍ଦିର ସହ ଚାରିପାଖର ବିକାଶ ପାଇଁ ୨୦୨୨ ମସିହାରେ ପୂର୍ବ ସରକାର ୮କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ହେଲେ ଏହି କାମ କରୁଥିବା ଓବିସିସି ୩ କୋଟି ଟଙ୍କାର କାର୍ଯ୍ୟ କରୁଥିବା ସୂଚନା ଅଧିକାର ଆଇନ୍ ବଳରେ ମିଳିଛି ତଥ୍ୟ। ଏକ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ମଧ୍ୟ ଠିକାସଂସ୍ଥାକୁ ଟାର୍ଗେଟ୍ ଦେଇଥିଲେ ପୂର୍ବ ସରକାର।

ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ କହୁଛି ଅଲାରନାଥ ମନ୍ଦିରର ପୁନଃ ଉଦ୍ଧାର ପାଇଁ ପୂର୍ବ ସରକାର ଓବିସିସିକୁ ଦେଇଥିଲେ କାମ। ଓବିସିସି Ecolab Design Service (P) Ltd ନାମକ ଏକ ଅଣଓଡ଼ିଆ ଠିକା ସଂସ୍ଥା ହାତକୁ କାମ ଟେକି ଦେଇଥିଲା। ୧୨ ମେ ୨୦୨୩ ଠାରୁ ୧୧ ଏପ୍ରିଲ ୨୦୨୪ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଠିକା ସଂସ୍ଥା ଚୁକ୍ତି କରିଥିଲା। ହେଲେ କାର୍ଯ୍ୟାଦେଶ ଶେଷ ହେବାର ଏକ ବର୍ଷ ପୁରିଲାଣି । ଅଣ ଓଡିଆ ଠିକାସଂସ୍ଥା ଏପର୍ଯ୍ୟନ୍ତ ମାତ୍ର ୨୪.୯୨ ପ୍ରତିଶତ କାର୍ଯ୍ୟ ଶେଷ କରିଛି। ଯେଉଁ କାର୍ଯ୍ୟ ହୋଇଛି ତାହା ପୁଣି ନିମ୍ନ ମାନର ହୋଇଥିବା ଅଭିଯୋଗ ହେଉଛି ।

ଡ୍ରେନ୍ କାର୍ଯ୍ୟ ଶେଷ ହୋଇଛି ଏବଂ ମନ୍ଦିର ସମ୍ମୁଖ ପ୍ଲାଜା ସହ ମନ୍ଦିର ଭିତରେ ଖଣ୍ଡଲାଇଟ୍ କାର୍ଯ୍ୟ ଚାଲିଛି। ନୂତନ ଠିକା ସଂସ୍ଥାକୁ କାର୍ଯ୍ୟ ଦେଇ ମନ୍ଦିର ବିକାଶ କାର୍ଯ୍ୟ ତ୍ବରାନିତ କରିବା ସହ ବିଳମ୍ବ କରିଥିବା ଅଣ ଓଡିଆ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଅଲାରନାଥ ମନ୍ଦିର ଭିତର ସହ ସମ୍ମୁଖର ଉନ୍ନତିକରଣ, ଚନ୍ଦନପୋଖରୀ, ତୁଳସୀ ବନ, ଉଭୟ ରାସ୍ତା ସଂପ୍ରସାରଣ, ପାର୍କିଂ ସ୍ଥାନର ବିକାଶ ଏବଂ ୨ଟି ଐତିହାସିକ ଗେଟ୍ ନିର୍ମାଣ ପାଇଁ ହୋଇଛି ଟେଣ୍ଡର। ହେଲେ ଅଣଓଡ଼ିଆ ଠିକାଦାରର ମନମୁଖି କାର୍ଯ୍ୟ ଲାଗି କାମ ସରୁନଥିବା ଅଭିଯୋଗ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Lord Alarnath | The previous government had spread lies and created chaos in the name of Alarnath Temple! | Argus News