Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କମିଲା ସୁନା ଦର, ୨୨ କ୍ୟାରେଟ୍ ସୁନା ଦର ୪୦୦ ଟଙ୍କା କମିଛି

Banajyotshna Ray
Browse all articles by Banajyotshna Ray
·1 year ago·1 min read
କମିଲା ସୁନା ଦର, ୨୨ କ୍ୟାରେଟ୍ ସୁନା ଦର ୪୦୦ ଟଙ୍କା କମିଛି

Key Points

ପୁଣି କମିଲା ସୁନା ଦର।

ଲଗାତାର ଚତୁର୍ଥ ଥର ପାଇଁ ହ୍ରାସ ହୋଇଛି ସୁନା ଦର।

ପୁଣି କମିଲା ସୁନା ଦର। ଲଗାତାର ଚତୁର୍ଥ ଥର ପାଇଁ ହ୍ରାସ ହୋଇଛି ସୁନା ଦର। ବର୍ତ୍ତମାନ ଏଖବର ପରେ ଗ୍ରାହକଙ୍କ ମନରେ ସାମାନ୍ୟ ଖୁସି ଆସିଯାଇଛି। ସୁନା ଦର ଧିରେ ଧିରେ ହୋଇ ଏତେ ବଢ଼ିଗଲା ଯେ, ସମସ୍ତେ ଚିନ୍ତିତ ଥିଲେ। ହେଲେ ବର୍ତ୍ତମାନ ସାମାନ୍ୟ ଆଶ୍ୱସ୍ତି । 

ଭୁବନେଶ୍ୱରରେ ସୁନା ଦର: ଆଜି ଭୁବନେଶ୍ୱରରେ ସୁନା ଦର ବହୁତ ହ୍ରାସ ଘଟିବା ଦେଖିବାକୁ ମିଳିଛି। ୨୨ କ୍ୟାରେଟ୍ ସୁନା ଦର ଗତକାଲି ୧୦ ଗ୍ରାମ ପିଛା ୮୯ ହଜାର ୩୫୦ ଟଙ୍କା ଥିଲା।ଏଥିରେ ଆଜି ୪୦୦ ଟଙ୍କା କମିଛି। ଯେଉଁଥିରେ ମୂଲ୍ୟ ପରିବର୍ତ୍ତନ ହୋଇ ସୁନା ଦର ୮୮ ହଜାର ୯୫୦ ଟଙ୍କାରେ ବିକ୍ରି ହେଉଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୪୪୦ ଟଙ୍କା ହ୍ରାସ ପାଇଛି। ଆଜି ଏହି ସୁନା ଦର ୧୦ ଗ୍ରାମ ପିଛା ୯୭ ହଜାର ୦୪୦ ଟଙ୍କାରେ ବିକ୍ରି ହେଉଛି।

ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୯ ହଜାର ୪୯୦ ଟଙ୍କାରେ ବିକ୍ରି ହେଉଛି। ଏଥିସହ ୨୪ କ୍ୟାରେଟ୍ ସୁନା ଦର ୯୭ ହଜାର ୬୨୯ ଟଙ୍କା ରହିଛି। ସେହିପରି ଅହମଦାବାଦରେ ୨୨ କ୍ୟାରେଟ୍ ସୁନା ଦର ୮୯ ହଜାର ୩୯୦ ଟଙ୍କା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-price-of-gold-in-india-has-decreased-by-rs-440-for-24-carats-and-rs-400-for-22-carats-in-the-last-24-hours | Argus News