ଏବେ ବି ଯାଉନି ବିଜେଡି ନେତାଙ୍କ ଅହଙ୍କାର
·1 year ago·1 min read

ଅର୍ଗସ ବ୍ୟୁରୋ: ଏବେ ବି ଯାଉନି ବିଜେଡି ନେତାଙ୍କ ଅହଙ୍କାର । ଲୋକେ ସରକାର ପରିବର୍ତ୍ତନ କଲେ ହେଲେ ସରକାର ଭାଙ୍ଗିବାକୁ ଦମ୍ଭୋକ୍ତି ଦେଖାଉଛନ୍ତି ବିଜେଡି ନେତା । ବିଜେଡି ନେତା ଅତନୁ ସବ୍ୟସାଚ୍ଚୀଙ୍କ ବିସ୍ଫୋରକ ବୟାନ୍...କହିଲେ ପୁଣି ଥରେ ନବୀନ ହେବେ ମୁଖ୍ୟମନ୍ତ୍ରୀ..ବିଜେଡି ନେତା ଦେବାଶିଷ ସାମନ୍ତରାୟ, ମୁନା ଖାଁ ଓ ଅମର ପଟ୍ଟନାୟକଙ୍କ ପରେ ବିଜେଡି ସରକାର ଗଠନ ନେଇ ଅତନୁଙ୍କ ଦମ୍ଭୋକ୍ତି ...ସେ କହିଛନ୍ତି ଓଡ଼ିଶା ଲୋକ ପ୍ରସ୍ତୁତ ହୋଇସାରିଲେଣି ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ । ବିଜେଡିର 51, କଂଗ୍ରେସର 14 ସ୍ୱାଧୀନ 3 ଆଉ ବା କେତେ ବାକି ରହିଲା , ମାତ୍ର 10 ଟା । ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯାହା କହିଛନ୍ତି ତାର ନିଶ୍ଚିତ ସତ୍ୟତା ଥିବ। ରାଜନୀତି ରେ ସବୁ କିଛି ସମ୍ଭବ। କଂଗ୍ରେସ ସହ ମେଣ୍ଟ ହେବ ନା ନାହିଁ ଦଳର ନେତା ନିଷ୍ପତ୍ତି ନେବେ ବୋଲି ବିଜେଡି ବିଧାୟକ ରମାକାନ୍ତ ଭୋଇ କହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: