Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଉ କିଛି ସମୟ ପରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Odisha

ଆଉ କିଛି ସମୟ ପରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago
ଆଉ କିଛି ସମୟ ପରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦି । ଆଉ କିଛି ସମୟ ପରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର କରିବେ ଆନୁଷ୍ଠାନିକ ଉଦଘାଟନ । ଗତକାଲି ରାତି ପ୍ରାୟ 8ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରି ଯାପନ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ହୁଳହୁଳି, ଶଙ୍ଖନାଦ, ପାରମ୍ପରିକ ବାଦ୍ୟଯନ୍ତ୍ରରେ ପ୍ରକମ୍ପିତ ହୋଇ ଉଠିଥିଲା ଅଞ୍ଚଳ। ରାସ୍ତାର ଦୁଇପଟେ ହଜାର ହଜାର ଲୋକେ ଠିଆ ହୋଇ ପିଏମଙ୍କୁ ସ୍ବାଗତ କରିଥିଲେ। ରାଜ୍ୟରେ ବିଜେପି ସରକାର ଗଠନ ପରେ ଚତୁର୍ଥ ଥର ପାଇଁ ମୋଦି ଓଡ଼ିଶା ଗସ୍ତରେ ଆସିଛନ୍ତି । ସକାଳ 9ଟା 55ରେ ସମ୍ମିଳନୀ ସ୍ଥଳ ଜନତା ମଇଦାନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ଉତ୍ସାହ, ଉଦ୍ଦୀପନା ସହ ଗତକାଲିଠୁ ଶୁଭାରମ୍ଭ ହୋଇଛି 3 ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ । ସାମିଲ ହୋଇଛନ୍ତି 70ରୁ ଅଧିକ ଦେଶରୁ ଆସିଥିବା ପ୍ରବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
the-prime-minister-will-formally-inaugurate-the-pravasi-bharatiya-divas-programme-shortly | Argus News