ପ୍ରକଳ୍ପ କାମ ସରିନି, ଉଦଘାଟନ କେମିତି କଲେ ?

ଅନୁଗୁଳ: ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରକଳ୍ପ ଉଦଘାଟନ କରିବା ପାଇଁ ଭାରି ତରତର ନବୀନ ବାବୁ । ପ୍ରକଳ୍ପ କାମ ସରୁ କି ନସରୁ ଭାରି ତରତର ଆମ ମୁଖ୍ୟମନ୍ତ୍ରୀ । ସେଇଥି ଲାଗି ତ ମନଜୋର ଡ୍ୟାମର ଉଦଘାଟନ କରିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେମିତି ମାଟି ଠାଏ ,ପାଇପ୍ ଠାଏ ହୋଇ ପଡିଛି । ଏମିତିକି ପାଇପ ଗୁଡିକୁ ମାଟିରେ ପୋତା ମଧ୍ୟ ହୋଇନି । ଖାଲି ସେତିକି ନୁହେଁ ଜମି ଗୁଡିକରେ ଲାଗିଥିବା ପାଇପ ପଏଣ୍ଟ ଗୁଡିକରେ ଏତେ ନିମ୍ନମାନର କାର୍ଯ୍ୟ ହୋଇଛି ଯେ ହାତ ମାରିଲେ ଢଳି ପଡୁଛି ଟାଙ୍କି I କାମ ଏତେ ନିମ୍ନମାନର ହୋଇଛି ଯେ ଧରୁଧରୁ ଗଳିପଡୁଛି । ଆଉ ଏମିତି ଅବସ୍ଥାରେ ମୁଖ୍ୟମନ୍ତ୍ରୀ ପୁଣି ଉଦଘାଟନ କରିଦେଲେ। ରାଜ୍ୟ ସରକାରଙ୍କ ଏଭଳିଆ କାର୍ଯ୍ୟକୁ ନିନ୍ଦା କରିଛନ୍ତି ଚାଷୀ। ଦୀର୍ଘ ଦିନର ଅପେଧା ଥିଲା ଚାଷ ଜମିକୁ ମନଜୋରି ଡ୍ୟାମର ପାଣି ପାଇବୋଲି ହେଲେ ..।
କୋଟିକୋଟି ଟଙ୍କାର ମୂଲ୍ୟରେ ନିର୍ମିତ ମନଜୋର ଜଳ ସେଚନ ପ୍ରକଳ୍ପର ଭୂତଳ ଜଳ ଯୋଗାଣ ମାଧ୍ୟମରେ ଲୋକଙ୍କ ଚାଷ ଜମିକୁ ପାଣି ଦେବାର ବ୍ୟବସ୍ଥା ରହିଥିବା ବେଳେ କାମ ନସରୁଣୁ କିନ୍ତୁ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ଚାଷ ଜମିରେ ପଡିପାରୁନାହିଁ ପାଣି । ଉଚ୍ଚ ଜମି ଗୁଡିକରେ ପାଣିର ବ୍ୟବସ୍ତା କରି କିନ୍ତୁ ଖାଲ ଜମିକୁ ପାଣି ବ୍ୟବସ୍ଥା କରିଥିବାରୁ ହତାଶରେ ଚାଷୀ । ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ନିମ୍ନମାନର କାର୍ଯ୍ୟକରି ଠିକା କମ୍ପାନୀ ମାଲେମାଲ ହେଉଛି I ଗତ 12 ତାରିଖରେ ଭରଚୁଆଲ ମାଧ୍ୟମରେ ସମ୍ପୃକ୍ତ ପ୍ରକଳ୍ପ ର ଲୋକାର୍ପଣ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ପାଇଁ ପ୍ରାୟ 51 କୋଟି 71 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ପ୍ରକଳ୍ପ ନସରୁନୁ ନିର୍ବାଚନକୁ ଦୃଷ୍ଟିରେ ରଖି ଉଦଘାଟନ କରିଦେଇଛନ୍ତି ରାଜ୍ୟସରକାର। ଆଠମଲ୍ଲିକ ରେ ବୁଡି ଯାଉଥିବା ବିଜେଡି କୁ ଉଦ୍ଧାର ପାଇଁ ଏହା ଏକ ପ୍ରୟାସ ଓ ଲୋକ ଙ୍କୁ ନିର୍ବାଚନୀ ଲଲିପପ ବୋଲି ଚର୍ଚ୍ଚା ଜୋର ଧରିଛି।
ଅଧିକ ଦେଖନ୍ତୁ :