ଆଜିବି ଜାରି ରହିଛି ବର୍ଷା
·1 year ago

ଅର୍ଗସ ବ୍ୟୁରୋ: ଗତକାଲି ସକାଳରୁ ଅବିରତ ବର୍ଷା ଚାଲିଛି। ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ ବର୍ଷା ଲାଗିରହିଛି। କେବଳ ଟୁଇନ୍ ସିଟି ନୁହେଁ, ରାଜ୍ୟର ୧୯ଟି ଜିଲ୍ଲାରେ ଅବସ୍ଥା ସମାନ। ରେକର୍ଡ ହୋଇଥିବା ବର୍ଷା ଅନୁପାତ ଅନୁଯାୟୀ ଖୋର୍ଦ୍ଧାରେ ୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି, ସେଭଳି ଜଗତସିଂହପୁରରେ ୬୧.୨ ମିଲିମିଟର, ପାରାଦୀପରେ ୬୧.୧ ମିଲିମିଟର, ଗୋପାଳପୁରରେ ୫୮.୬ ମିଲିମିଟର, ଭୁବନେଶ୍ବରରେ ୫୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁଯାୟୀ ଆଜି ଗତକାଲି ତୁଳନାରେ କମ୍ ବର୍ଷା ହେବ ଏବଂ ରବିବାର ପାଗରେ ପରିବର୍ତ୍ତନ ଆସିବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: