Videos
|
Odisha

ବର୍ଷା ଭାଙ୍ଗିଦେଲା ଶ୍ରେଣୀଗୃହ, ଏବେ କ୍ଲବ ଘରେ ପାଠ ପଢ଼ୁଛନ୍ତି ପିଲା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବର୍ଷା ଭାଙ୍ଗିଦେଲା ଶ୍ରେଣୀଗୃହ, ଏବେ କ୍ଲବ ଘରେ ପାଠ ପଢ଼ୁଛନ୍ତି ପିଲା

Key Points

ଭଙ୍ଗାଘରେ ହେଉଥିଲା ପାଠପଢା
ବର୍ଷା ଭାଙ୍ଗିଦେଲା ଶ୍ରେଣୀଗୃହ
ରାତି ହୋଇଥିବାରୁ ବଞ୍ଚିଗଲା ଜୀବନ
ଏବେ କ୍ଲବ ଘରେ ପାଠ ପଢ଼ୁଛନ୍ତି ପିଲା
ପିଲାଙ୍କ ଜୀବନ ସହ ଖେଳ

ମିଆଙ୍ଗପଦର ସ୍କୁଲ। ବିପସପୂର୍ଣ୍ଣ ଶ୍ରେଣୀଗୃହରେ ଏଠି ଚାଲିଥିଲା ପାଠପଢା। ଭାଗ୍ୟଭଲ ରାତି ଅଧିଆ ବିଦ୍ୟାଳୟ ଭାଙ୍ଗିଗଲା । ଏବେ କ୍ଳବ ଘରେ ଚାଲିଛି ଆଗାମି ଭବିଶ୍ୟତ ଗଠନ । ଏ ଚିତ୍ର କଳାହାଣ୍ଡି ଭବାନୀପାଟଣା ବ୍ଳକ ଯୁଗସାଇପାଟଣା ପଞ୍ଚାୟତ ମିଆଙ୍ଗପଦର ପ୍ରାଥମିକ ବିଦ୍ୟାଳୟର । ଏହି ବିଦ୍ୟାଳୟରେ ୬୪ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ଶ୍ରେଣୀ ଗୃହ ନଥିବାରୁ ଏହି ଭଙ୍ଗା ଘରେ ଚାଲିଥିଲା ପାଠପଢା ମାତ୍ର ୪ତାରିଖ ରାତିରେ ଲଗାଣ ବର୍ଷା ଯୋଗୁଁ ଛାତ ଭାଙ୍ଗି ପଡିଲା । ଫଳରେ ଏବେ ଗାଁରେ ଥିବା ଏହି ଛୋଟ କ୍ଳବ ଘରେ ଚାଲିଛି ପାଠପଢା।

ନଜର ପକାଇବା ଏହି ସ୍କୁଲ ଉପରେ । ଭଙ୍ଗା ଦଦରା ସ୍କୁଲ, କାନ୍ଥରୁ ସିମେଣ୍ଟ ଖସିଛି, ଛାତ ଭଙ୍ଗା । ସ୍କୁଲ ଘର ଆଖପାଖ ଜଙ୍ଗଲମୟ। ଦେଖିଲେ ଭୂତ କୋଠରୀ ଭଳି ଲାଗୁଥିବା ଗୃହରେ ଚାଲିଥିଲା ଦେଶର ଭବିଶ୍ୟତ ଗଠନ। ଏହାର ମରାମତି ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେବି ଏହାର ମରାମତି ପାଇଁ ପ୍ରଶାସନ କିଛି ପଦକ୍ଷେପ ନେଇ ନଥିଲା ଶେଷରେ ବର୍ଷାରେ ଭାଙ୍ଗି ଯାଇଛି ଶ୍ରେଣୀଗୃହ। ଏଠି ପ୍ରଶ୍ନ ଉଠୁଛି କୁଆଡେ ଗଲା ୫ଟି ସ୍କୁଲ । କାହିଁକି ଭଙ୍ଗାଘରେ ଚାଲିଥିଲା ପିଲାଙ୍କ ପାଠପଢା। କେବେ ନିର୍ମାଣ ହେବ ମିଆଙ୍ଗପଦରରେ ଶ୍ରେଣୀଗୃହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-rain-destroyed-the-classroom-now-the-children-are-studying-in-the-club-house | Argus News