ଆବାସରୁ ବାଦ୍ ପଡିଛନ୍ତି ଦୁର୍ଗମର ପ୍ରକୃତ ହିତାଧିକାରୀ

Key Points
ବୟସର ଅପରାହ୍ନରେ ବଞ୍ଚିବା ପାଇଁ ସଙ୍ଘର୍ଷ
ମୁଣ୍ଡ ଉପରେ ନାହିଁ ପକ୍କା ଛାତ
ନୁଆଣିଆ ଘରେ ପସିଲା ବେଳକୁ ମୁଣ୍ଡରେ ବାଜୁଛି ଚାଳ
ଆବାସରୁ ବାଦ୍ ପଡିଛନ୍ତି ଦୁର୍ଗମର ପ୍ରକୃତ ହିତାଧିକାରୀ
ଆଦିବାସୀ ଅଧୁଷିତ ମୟୂରଭଞ୍ଜ ବଡ଼ସାହି ବ୍ଲକ୍ ଅଧିନରେ ଥିବା ଶିଆଳିଘାଟି ପଞ୍ଚାୟତ। ଏ ହେଉଛନ୍ତି ଅନୁପମା ଗିରି । ୭୨ ବର୍ଷ ବୟସ, ଚମ ଧୁଡୁଧୁଡୁ, ଦେହରେ କଥା କହିବାକୁ ଶକ୍ତି ନାହିଁ କି ଚାଲିବାକୁ ବଳ ନାହିଁ। ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଏତେବଡ ଦୁନିଆଁରେ ଅନୁପମାଙ୍କର ନାଁ ଆଗକୁ କେହି ଅଛି ନାଁ ପଛକୁ। ଅନୁପମା କୁହନ୍ତି ଏହି ଭଙ୍ଗା ଝାଟିମାଟି ର ଛିଣ୍ଡା ପଲିଥିନ୍ ଘୋଡ଼ା ହୋଇଥିବା ଘରେ ଆମେ ମାଆ ଝିଅ ରହୁଥିଲୁ । ହେଲେ ମାଆ ସବୁଦିନ ପାଇଁ ଆରପାରିକୁ ଚାଲିଯିବା ପରେ ୬୦ ବର୍ଷ ହେବ ଏହି ଭଙ୍ଗା କୁଡିଆରେ ଅଭିଶପ୍ତ ଜିବନ ବିତାଉଛନ୍ତି ଅନୁପମା । କିଛି ଦିନ ତଳେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ଟିଏ ମିଳିଲା । କିନ୍ତୁ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ପାଇଁ ବହୁବାର ସରପଞ୍ଚଙ୍କୁ ଜଣେଇବା ପରେ ମଧ୍ୟ ଘରବାଡ଼ି ପଟ୍ଟା ନଥିବାରୁ ଏଯାଏଁ ଘରଟିଏ ମିଳି ପାରିଲା ନାହିଁ । ସେହିପରି ସାଇବାଣୀ ସିଂ ଙ୍କର ମଧ୍ୟ ସମାନ ପରିସ୍ଥିତି । ସାଇବାଣୀ ଙ୍କର ନିଜର ବୋଲି କେହି ନାହିଁ । ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହୋଇ ଏକା ଏକା ଏହି ଝାଟିମାଟି କୁଡ଼ିଆରେ ଅତି ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି ସାଇବାଣୀ ସିଂ।
ଶିଆଳିଘାଟି ପଞ୍ଚାୟତ କାହିଁକି ପାଉଁଶିଆ ପଞ୍ଚାୟତରେ ବି ସମନା ଅବସ୍ଥା । ଏଠି ରହୁଥିବା ନହାନ୍ଦି ମୁର୍ମୁଙ୍କର ମଧ୍ୟ ଆହା ପଦିଏ କହିବାକୁ କେହି ନଥିବା ବେଳେ ଘରଟିଏ ନଥିବାରୁ ଅତି ଦୟନୀୟ ଜିବନ ବିତାଉଛନ୍ତି । ଟିକିଏ ନଜର ପକାନ୍ତୁ ଏହି ଗରିବ ଅସହାୟ ବୃଦ୍ଧ ମହିଳା ମାନେ ରହୁଥିବା ଘର ଉପରେ ।ଦିନରେ ଖରା ଆଉ ରାତିରେ ତାରା ଦେଖାଯାଉଥିବା ଭଙ୍ଗା ଝାଟିମାଟି କୁଡ଼ିଆରେ କିଭଳି ଦୁର୍ଦ୍ଦିନରେ ଜିବନ ବିତାଉଛନ୍ତି।ତେବେ ଘରଟିଏ ପାଇବା ପାଇଁ ଏହି ଅସହାୟ ମହିଳା ମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ନାଁ ମିଳୁଛି ଜାଗା , ନାଁ ମିଳୁଛି ଘର ।
ଦିର୍ଘ ବର୍ଷର ବିଜେଡି ସରକାର ସମୟରେ ଆବାସ ଯୋଜନା ବଣ୍ଟନରେ ପାତରଅନ୍ତର ନୀତି ପାଇଁ ଆଜି ଅନୁପମା ଗିରି, ସାଇବାଣୀ ସିଂ, ଖଡିକା ମଳିକ ଏବଂ ନହାନ୍ଦି ମୁର୍ମୁ ଙ୍କ ଭଳି ଅନେକ ଗରିବ ବୁଦ୍ଧା ଏବେ ଅସହାୟ।