Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାମ୍ନାକୁ ଆସିଲା ୨୪ ବର୍ଷର ମିଛ ବିକାଶର ଅସଲ ସତ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସାମ୍ନାକୁ ଆସିଲା ୨୪ ବର୍ଷର ମିଛ ବିକାଶର ଅସଲ ସତ

Key Points

ଅଗନା ଅଗନି ଜଙ୍ଗଲ ମଧ୍ୟରେ ଗାଁ
ଗାଁକୁ ନାହିଁ ରାସ୍ତା
ସ୍ୱାଧିନତାର ଏତେ ବର୍ଷ ପରେ ବି ପହଂଚି ପାରୁନାହିଁ ସରକାରୀ ଯୋଜନା

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ । ଭଲ ରାସ୍ତାଟିଏ ନଥିବାରୁ ପିଢ଼ି ପିଢ଼ି ଧରି ଏହି ମାଟି ରାସ୍ତା ଭରସାରେ ଚାରିଖଣ୍ଡ ଗ୍ରାମବାସୀ । ଗୁରୁସିଙ୍ଗା ପଞ୍ଚାୟତର ଏହି ଗାଁ ଗୁଡ଼ିକ ହେଉଛି ଜିତରୁସାହି, ମଇନାପଦର, ଧୋବାସାହି ଏବଂ ବାଇଙ୍କା ଡ଼ଡ଼ି। ଖରାଦିନ ହେଲେ ଯେମିତି ସେମିତି ଚଳିଯାଏ ହେଲେ ବର୍ଷା ଦିନ କାଦୁଅ ପଚପଚ । ରାସ୍ତା ନାଁରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହେଉଥିବାବେଳେ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ, ନୂଆଁ ସରକାରଙ୍କ ଭରସାରେ ଏବେ ଅଞ୍ଚଳବାସୀ ।


ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ହଣ୍ଡରାହାଲ ପଞ୍ଚାୟତ ପାତ୍ରପୁଟ ଗାଁ ।ସ୍ୱାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁକୁ ଫିଟିନି ରାସ୍ତା । ଦୀର୍ଘ ବର୍ଷ ଧରି ରାସ୍ତା ନଥିବା ଫଳରେ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ଦୁର୍ଗମବାସୀ । ଆବଡ଼ା ଖାବଡା ରାସ୍ତାରେ ନିତି ଯାତାୟତ । ଗାଁରେ ବସବାସ କରୁଛନ୍ତି ପ୍ରାୟ ୩୦ରୁ ଅଧିକା ପରିବାର ।

କୋରାପୁଟ ଜିଲ୍ଲା ବନ୍ଧୁ ଗାଁ ବ୍ଲକ୍ ନୀଳବାଡି ପଞ୍ଚାୟତ ସାବଡାମ୍ ଗାଁ । ଗାଁର ତଳ ସାହି, ଉପର ସାହି ମିଶି ୩୫ ଆଦିବାସୀ ପରିବାର ବସବାସ କରିଆସୁଛନ୍ତି । ଜନସଂଖ୍ୟା କହିଲେ ୧୨୦ଜଣରୁ ଅଧିକ । ଗାଁକୁ ରାସ୍ତା କହିଲେ ୩ କିଲୋମିଟର ପାହାଡ଼ ଚଢା ପାଦ ଚଲା ରାସ୍ତା । ଗାଁରେ ବୁଢ଼ା ବୁଢ଼ୀ ମାନେ ବାର୍ଦ୍ଧକ ହେଉ ବା ଟଙ୍କିକିଆ ଚାଉଳ ହେଉ ଆଣିବା ପାଇଁ ଆଜି ବି ସେହି ପାହାଡିଆ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି ।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ପଂଚାୟତ କଂସାରିଖାଲ ଗାଁ । ରାସ୍ତା ଖାଲ ଖମାରେ ଭର୍ତ୍ତି । ଏହି ରାସ୍ତାରେ ଗାଡ଼ି ଯିବା ତ ଦୂରର କଥା ପାଦ ଚାଲିବା ମଧ୍ୟ କଷ୍ଟକର । ସାମାନ୍ୟ ବର୍ଷାରେ ସ୍ଥିତି ଦୟନୀୟ । ହଠାତ୍ କାହାର ଦେହ ଖରାପ କି ଗର୍ଭବତୀ ମହିଳାଙ୍କୁ ଖଟିଆ ହିଁ ଭରସା । ରାସ୍ତା ସୁରକ୍ଷିତ ନଥିବାରୁ ଏକପ୍ରକାର ବନ୍ଦ ଜୀବନ ବିତାଉଛନ୍ତି ଗାଁ ଲୋକେ ।

ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲା ପରେ ଫିଟିବାରେ ଲାଗିଛି ବିଜେଡି ସରକାର ଅସଲ ଗୁମର | ସାମ୍ନାକୁ ଆସୁଛି ମାଳମାଳ ମିଛ ପ୍ରତିଶୃତିର ଅସଲ ସତ | ଆଗକୁ ଏହି ଅପହଞ୍ଚ ଅଞ୍ଚଳରେ ପହଞ୍ଚିବ ବିକାଶର ଗାଡି । ଖୁବ ଶିଘ୍ର ସବୁ ଗାଁକୁ ରାସ୍ତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସରକାର। ଯୋଜନା ଥାଇବି ଅନେକ ଗାଁକୁ ସଂଯୋଗ ହୋଇ ପାରିନି ପକ୍କା ରାସ୍ତା ଫଳରେ ଯିବା ଆସିବାରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-real-truth-of-24-years-of-false-development-has-come-to-light | Argus News