ସ୍କୁଲକୁ ଟ୍ୟାପ ଯୋଗେ ପାଣିଯୋଗାଣରେ ପୁରା ଦେଶରେ ଓଡିଶା ତଳ ଆଡୁ ଦିତୀୟ

ଭୁବନେଶ୍ୱର: ସାମ୍ନାକୁ ଆସିଲା ଓଡ଼ିଶାରେ ରୂପାନ୍ତରଣର ବାସ୍ତବତା । ସ୍କୁଲକୁ ଟ୍ୟାପରେ ପାଣି ସଂଯୋଗରେ ତଳଆଡୁ 2 ନମ୍ବରରେ ଓଡ଼ିଶା । ବିଦ୍ୟାଳୟକୁ ପାଣି କନେକସନରେ ଜାତୀୟ ହାର 90 ପ୍ରତିଶତରୁ ବେଶୀ । ଓଡ଼ିଶାରେ 70 ପ୍ରତିଶତରୁ ବି କମ୍ ସ୍କୁଲକୁ ଟ୍ୟାପ୍ ଯୋଗେ ମିଳୁଛି ପାଣି । ଅର୍ଗସ କ୍ୟାମେରାରେ କଏଦ ଫମ୍ଫା ରୂପାନ୍ତରୀକରଣର ଗ୍ରାଉଣ୍ଡ ଜିରୋର ନିଛକ ସତ ।
ସ୍କୁଲରେ ରଙ୍ଗ ମାରି ମିଛ ରୁପାନ୍ତରୀକରଣର ଖୋଲୁଛି ପୋଲ। ଲୋକସଭାର ଏ ତଥ୍ୟ ଉପରେ ନଜର ପକାନ୍ତୁ.. ଓଡିଶାର 30 ପ୍ରତିଶତ ସ୍କୁଲରେ ନାହିଁ ଟ୍ୟାପ ପାଣିର ସୁବିଧା। ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ଏ ତଥ୍ୟକୁ ଏକ୍ସରେ ପୋଷ୍ଟ କରି ଓଡିଶା ସ୍କୁଲର ବାସ୍ତବତାକୁ ସାମନାକୁ ଆଣିଛନ୍ତି.. ତଥ୍ୟ କହୁଛି ସାରା ଦେଶରେ ସ୍କୁଲରେ ଟ୍ୟାପ ପାଣି ଦେବାରେ ଓଡିଶା ତଳ ଆଡୁ ଦୀତୀୟ... ମୋଟ 53 ହଜାର 997 ସ୍କୁଲରୁ 37,668 ସ୍କୁଲକୁ ପାଣି ସଂଯୋଗ ହୋଇଛି.. ଅର୍ଥାତ 16, 329 ସ୍କୁଲ ବା 30 ପ୍ରତିଶତକ ସ୍କୁଲର ପିଇବା ପାଇଁ ପାଣି ସଂଯୋଗ ନାହିଁ.. ଗ୍ରାଉଣ୍ଡରେ ସତ ଆହୁରି ସାଂଘାତିକ
ସ୍କୁଲ ରୁପାନ୍ତରୀକରଣରେ ସରକାର ଖର୍ଚ୍ଚ କଲେ କୋଟି କୋଟି ଟଙ୍କା। କାନ୍ଥ ବାଡ ନୀଳ ରଙ୍ଗ ହେଲା।ହେଲେ ସ୍କୁଲରେ ହୋଇପାରିଲାନି ପିଇବା ପାଣିର ସୁବିଧା.. ବାଲେଶ୍ବରରୁ ବିଷମକଟକ॥ ରେଢେଖୋଲରୁ ଝରିଗାଁ।ସବୁଠି ସମାନ ଚିତ୍ର... ଟ୍ୟାପ ଯୋଗେ ପିଇବା ପାଣି ସଂଯୋଗ କେବଳ ପ୍ରଚାରରେ ସମୀତ। କେଳାକଟା ସରକାରୀ ପ୍ରାଥମିକ ବିଦ୍ୟାଳୟ, କନ୍ଧାଳ ସରକାରୀ ପ୍ରାଥମିକ ବିଦ୍ୟାଳୟ, ସାନ ନୂଆପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ କନ୍ଧାଳ ଅଙ୍ଗନବାଡି କେନ୍ଦ୍ର ର ଚିତ୍ର ଦେଖନ୍ତୁ... କେଉଁଠି ଟ୍ୟାପ ଲାଗିଛି, ଟାଙ୍କି ହୋଇଛି , ହେଲେ ପାଣି କିନ୍ତୁ ସଂଯୋଗ ହୋଇନି। କନ୍ଧରା ସ୍କୁଲର ଚିତ୍ର କହୁଛି ବର୍ଷ ବର୍ଷ ଧରି ଅଚଳ ପଡିଛି ପାଣି ସଂଯୋଗର ଏ ବ୍ୟବସ୍ଥା... ସ୍କୁଲ ପରିସରରେ ଅଙ୍ଗନବାଡି କେନ୍ଦ୍ର ବି ଅଛି ହେଲେ ପାଣି ପାଇଁ ଛୋଟ- ବଡ ସମସ୍ତେ ହେଉଛନ୍ତି ହନ୍ତସନ୍ତ। କେଳକଟା ସ୍କୁଲ ପରିସରରେ ଥିବା ଏକ ମାତ୍ର ଟିଉବୱେଲ ପୋତି ହୋଇପଡିଛି.. ଟ୍ୟାପ ସଂଯୋଗ ବି ହୋଇନି.. ସାନ ନୂଆପଡା ସ୍କୁଲରେ ଟ୍ୟାପ ସଂଯୋଗ ହୋଇନି କି ଟିଉୱେଲ ବି ନାହିଁ
ବାଲେଶ୍ବରର ରେମୁଣାର କରଞ୍ଜିଆ ପ୍ରାଥମିକ ବିଦ୍ୟାଳୟରେ ବି ସମାନ ସ୍ଥିତି.. ନଳକୁପ ଅଛି ପାଣି ବାହାରୁନି..ଟ୍ୟାପ ଲାଗିଛି କିନ୍ତୁ ପାଣି ଆସୁନି। ଉପକୁଳରୁ ଉପାନ୍ତ ସବୁଠି ସ୍କୁଲରେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ପିଲା.. ସ୍କୁଲ ଚାଲିଥିବା ବେଳେ ଘରୁ ପିଇବା ପାଣି ନେଇ ଆସନ୍ତି। ଝରୀଗାଁ ଧଅଁଡାମାଲ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ପିଲା..ସ୍କୁଲରେ ବିଜୁଳି ସଂଯୋଗ ହୋଇନି.. ଦୀର୍ଘ ଦିନ ଧରି ପାଣି ଟାଙ୍କି ତିଆରି ହୋଇଥିଲେ ଭୁଷୁଡି ମାଟିରେ ମିଶିଲାଣି.. ହେଲେ ଦିନଟିଏ ବି ପାଣି ଆସିଲାନି। ବିଷମ କଟକ ଡାକୁଲଗୁଡା ସ୍କୁଲରେ ଗୋଟିଏ ବର୍ଷ ହେଲାଣି ଟ୍ୟାପ ଲାଗିଛି। ହେଲେ ପାଣି ଆସୁନି । ଖାଲି ନାକୁ ସ୍କୁଲ ରୁପାନ୍ତରୀକରଣ। ପାଖାପାଖି 6872 ସ୍କୁଲକୁ ରୁପାନ୍ତରୀକରଣ କରି ସରକାର 3411 କୋଟି ଖର୍ଚ୍ଚ କରିଛନ୍ତି.. ହେଲେ ବାସ୍ତବତା ଆପଣଙ୍କ ସାମନାରେ। ଖାଲି ନୀଳ ରଙ୍ଗରେ ସୀମିତ ରୁପାନ୍ତରୀକରଣ। ଯଦି ସ୍କୁଲକୁ ପିଇବା ପାଣି ସୁବିଧା କରିପାରୁନାହାଁନ୍ତି 25 ବର୍ଷର ସରକାର, ତେବେ ରୁପାନ୍ତରୀକରଣ କାହା ପାଇଁ .. କେବଳ ଠିକାଦାରଙ୍କୁ ପୋଷିବା ପାଇଁ କି ?