ରଥଯାତ୍ରାରୁ ନୀଳାଦ୍ରିବିଜେ ମଧ୍ୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

Key Points
ନୀଳାଦ୍ରିବିଜେ ଭିତରେ ରତ୍ନଭଣ୍ଡାର ମରାମତି
ରଥଯାତ୍ରାରୁ ନୀଳାଦ୍ରିବିଜେ ମଧ୍ୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା
ରଥଯାତ୍ରାରୁ ନୀଳାଦ୍ରିବିଜେ ମଧ୍ୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ASI ଡ଼ିଜି ଏବଂ ତାଙ୍କ ଟିମ୍ ଆସି ଜଗନ୍ନାଥ ମନ୍ଦିରର ମରାମତି କାମର ସମୀକ୍ଷା କରିଛନ୍ତି । ଏଥିସହ ରତ୍ନଭଣ୍ଡାର କାମର ସମୀକ୍ଷା କରିଛନ୍ତି । ରଥଯାତ୍ରା ସମୟରେ ଗର୍ଭଗୃହରେ ଯେଉଁ ଯେଉଁ ମରାମତି କାମ ହୁଏ ସେ ନେଇ ସମୀକ୍ଷା ହୋଇଛି । ମନ୍ଦିର ଢାଞ୍ଚାରେ କୌଣସି ପରିବର୍ତ୍ତନ ନକରି ପବିତ୍ର ପୀଠର ସଂରକ୍ଷଣ ବାବଦରେ ଆଲୋଚନା ହୋଇଛି । ମନ୍ଦିରର ଆବଶ୍ୟକତା ଦୃଷ୍ଟି କୋଣରୁ ମନ୍ଦିର ପ୍ରଶାସକ ଏଏସଆଇ ଡିଜିଙ୍କୁ ଅବଗତ କରାଇଛନ୍ତି ।
ମନ୍ଦିରର ସଂରକ୍ଷଣ ପାଇଁ ଯେଉଁ ସବୁ ଜ୍ଞାନ କୌଶଳର ଆବଶ୍ୟକତା ରହିଛି ସେ ନେଇ ଆଲୋଚନା ହୋଇଛି । ଏବେ ଠାକୁରଙ୍କ ଚାପ ଖେଳ ପାଇଁ ରତ୍ନଭଣ୍ଡାର ମରାମତି ବନ୍ଦ ଅଛି । ଠାକୁରଙ୍କ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଉଛି । ଠାକୁର ରଥକୁ ଆସିଲେ ମରାମତି କାମ ଆରମ୍ଭ ହେବ ଏବଂ ନୀଳାଦ୍ରିବିଜେ ଭିତରେ ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।
