Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ

Key Points

ସ୍ଥାୟୀ ମରାମତି ହୋଇଛି ବୋଲି କୁହାଯାଇପାରିବ - ଅରବିନ୍ଦ ପାଢ଼ୀ
ମୋଟ 95 ଦିନ ରତ୍ନଭଣ୍ଡାର ମରାମତି କାମ ହୋଇଛି
95 ଦିନରେ ମୋଟ 333 ଘଣ୍ଟାର କାମ ହୋଇଛି
ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଠିକ୍ ନ ଥିଲା

ସରିଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ। ଆଜି ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି ASIର ପ୍ରତ୍ୟକ୍ଷ ତତ୍ବାବଧାନରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରର ମରାମତି ସମ୍ପୂର୍ଣ୍ଣ ହୋଇଛି। ମୋଟ 95 ଦିନ ରତ୍ନଭଣ୍ଡାରର ମରାମତି କାମ ହୋଇଛି। ଏଥିରେ ପ୍ରାୟ 333 ଘଣ୍ଟାର କାମ ହୋଇଥିବା ରେକର୍ଡ କରାଯାଇଛି। ରତ୍ନଭଣ୍ଡାରର ସ୍ଥିତି ଠିକ୍ ନ ଥିଲା। ମରାମତି ବେଳେ 520 ଖଣ୍ଡ ପଥର ବଦଳାଯାଇଛି। ସ୍ଥାୟୀ ମରାମତି ହୋଇଛି ବୋଲି କୁହାଯାଇପାରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।


ପୂର୍ବରୁ ରତ୍ନଭଣ୍ଡାର କାର୍ଯ୍ୟ ନିଳାଦ୍ରୀ ବିଜେ ମଧ୍ୟରେ ସରିବା ନେଇ ଗଜପତି ସମୀକ୍ଷା ପରେ ସୂଚନା ଦେଇଥିଲେ । ଗଜପତି କହିଥିଲେ , ଆସନ୍ତା ଶହ ଶହ ବର୍ଷ ଧରି ରତ୍ନ ଭଣ୍ଡାର ସୁରକ୍ଷିତ ରହିବ ଭଳି କାର୍ଯ୍ୟ କରାଯାଇଅଛି । ଅନ୍ୟପଟେ ମରାମତି କାର୍ଯ୍ୟ ସରିବା ପରେ ବାହାର ଷ୍ଟ୍ରଙ୍ଗ ରୁମରେ ଥିବା ରତ୍ନ ଅଳଙ୍କାର ଭିତର ଭଣ୍ଡାରକୁ ଯିବ। ପରେ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ଗଣତି ମଣତି କାର୍ଯ୍ୟ ହେବ ବୋଲି ସେ କହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The renovation work of the temple's Ratnabhandar has been completed | Argus News