Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମ ବୋଲି ହୋଇପାରୁନି ଆବାସ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦୁର୍ଗମ ବୋଲି ହୋଇପାରୁନି ଆବାସ

ପୂର୍ବ ସରକରାଙ୍କ ଯୋଜନା ପ୍ରହସନର ବାସ୍ତବତା ଦେଖିବାକୁ ମିଳିଛି ବିଜ୍ରାଦରରେ। ଯେଉଁଠି ଗୋଟିଏ କୁ ଦୁଇଟି ନୁହେଁ କୌଣସି ଯୋଜନା ପହଞ୍ଚି ପାରିନି। କଳାହାଣ୍ଡି ଜୁନାଗଡ଼ ବୁଢ଼ୀଦର ପଞ୍ଚାୟତର ବିଜ୍ରାଦର। ବଣ ପାହାଡ଼ ଘେରା ଗାଁ । ଏହି ଗାଁ ସରକାରଙ୍କ ରାଜସ୍ୱ ଗାଁ ହୋଇଥିବା ବେଳେ ରୁହନ୍ତି ୨୦ ଟି ଆଦିବାସୀ ପରିବାର। ମାତ୍ର ମୌଳିକ ସୁବିଧା ବିନା ଜଙ୍ଗଲି ଜୀବନ ବିତାନ୍ତି ଅଞ୍ଚଳବାସୀ। ଗାଁର ଏହି ଚିତ୍ର ବଖାଣୁଛି ଆବାସ ବାସ୍ତବତା। ନାଲି ମାଟିର ଘର ଉପରେ ଚାଳ ଛପର କି ଖପର। ଆବାସ ପାଇଁ ବାରମ୍ବାର ଆବେଦନ କରି ଆସୁଥିଲେବି ଏଯାଏଁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନି। ଗାଁରେ ବିଦ୍ୟୁତ ଯୋଗାଣ ହୋଇ ନଥିବା ବେଳେ ସମସ୍ତଙ୍କ ଘରେ ସୋଲାର ଲାଗିଛି। କିନ୍ତୁ କୌଣସି ଗୋଟିଏ ମଧ୍ୟ ସୋଲାର ଲାଇଟ ଜଳୁନାହିଁ ।

ବିଜ୍ରାଦରରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ଗାଇ ଗୁହାଳରେ ଚାଲିଛି ବିଦ୍ୟାଳୟ । ଶ୍ରେଣୀ ଗୃହ ନଥିବାରୁ ଖୋଲାମେଲାରେ ହେଉଛି ପାଠପଢା। କେତେବେଳେ ଗଛ ତଳେ ତ କେତେବେଳେ ଖୋଲା ଆକାଶ ତଳେ। ବାଉଁସ ବାଡ ଭିତରେ ଗୋରୁ ଗାଇ ବନ୍ଧାହେଲା ଭଳି ଏଠି ହେଉଛି ପାଠପଢା। କାରଣ ବିଦ୍ୟାଣର ଶ୍ରେଣୀଗୃହ ପାଲଟିଛି ଭୂତକୋଠୀ। ବିପର୍ଯ୍ୟସ୍ତ ଶ୍ରେଣୀଗୃହରେ ହୋଇ ପାରୁନି ପାଠପଢା। ମାତ୍ର ଏହି ସମସ୍ୟାର ସମାଧଆନ ହୋଇ ପାରୁନି।

ରାସ୍ତା ସମସ୍ୟା ମଧ୍ୟ ଗାଁରେ ଉତ୍କଟତର। ରାସ୍ତା ନ ଥିବାରୁ ୮ କିମି ପାହାଡ଼ ଚଢ଼ିବାକୁ ପଡୁଛି। ତାହା ପୁଣି ବଣ ଜଙ୍ଗଲ ଭରା ଏହି କଚ୍ଚା ରାସ୍ତା ଦେଇ। ଏଇ ରାସ୍ତାରେ ଝରଣା ଜଙ୍ଗଲ ପଡିଥାଏ। ଦିନ ବେଳାବି ଥାଏ ବନ୍ୟଜନ୍ତୁଙ୍କ ଭୟ।ଗ୍ରାମବାସୀମାନେ ଜାଣି ନାହାଁନ୍ତି ସରକାରୀ ଯୋଜନା । ଜଙ୍ଗଲୀ ମୁଲକରେ ରହି ପୋଡ଼ୁ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଛଡା ଆଉ କୌଣସି ସୁବିଧା ନାହିଁ । ବିକାଶ ନାଁ ରେ ୨୪ ବର୍ଷ ର ବିଜେଡି ସରକାର ଡିଣ୍ଡିମ ପିଟୁଥିଲେ ହେଲେ ରାଜନେତା,ନିର୍ବାଚିତ ପ୍ରତିନିଧି ଓ ଅଧିକାରୀଙ୍କ ନାଲିଫିତା ତଳେ ହଜିଗଲା ବିଜ୍ରାଦର ଗ୍ରାମବାସୀଙ୍କ ବିକାଶ । ନୀରିହ ଆଦିବାସୀ ଦଳିତ ମାନଙ୍କୁ ବିକାଶ ନାମରେ କେବଳ ପ୍ରତାରଣା ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-residence-cannot-be-considered-inaccessible | Argus News