Videos
|
Odisha

ନାହିଁ ନାହିଁର ଜୀବନ ବଞ୍ଚୁଛନ୍ତି ଜିମାରାଓ ବାସୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ନାହିଁ ନାହିଁର ଜୀବନ ବଞ୍ଚୁଛନ୍ତି ଜିମାରାଓ ବାସୀ

ଅର୍ଗସ ବ୍ୟୁରୋ: ରୟଗଡା ଗୁଡାରି ବ୍ଲକ ମଧୁବନ ପଞ୍ଚାୟତ। ପଞ୍ଚାୟତର ଗାଁକୁ ପକ୍କା ରାସ୍ତାଟିଏ ନାହିଁ। ସେହି ଗାଁ ଗୁଡିକ ମଧ୍ୟରୁ ଜିମାରାଓ ଅନ୍ୟତମ। ଗାଁରେ 200ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି। ସ୍ଵାଧିନତାର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଅଧିବାସୀ । ରାସ୍ତା ଏହି ଗାଁ ପାଇଁ ମୁଖ୍ୟ ସମସ୍ୟା। ଦୈନିନ୍ଦିନ ଯିବା ଆସିବା ପାଇଁ ଏହି କଚ୍ଚା ରାସ୍ତା ଭରସା। ଖରା ଦିନେ ଯେମିତି ସେମିତି ଚଳିଯାଏ କିନ୍ତୁ ବର୍ଷାହେଲେ ଯାତାୟତ ଠପ୍।


ଗାଁରେ ଆବାସ ଯୋଜନା ସମ୍ପୁର୍ଣ୍ଣ ଫେଲ କହିଲେ ଚଳେ। ପକ୍କା ଘର ଟିଏ ପାଇଁ ବାରମ୍ବାର ଲୋକେ ଦାବି କରି ଆସୁଥିଲେବି ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ପକ୍କା ଘର। ଆଜିବି ପକ୍କାଘର ସପ୍ନରେ ଝାଟିମାଟି ଘରେ ଜୀବନ କାଟୁଛନ୍ତି ଆଦିବାସୀ ପରିବାର। ଗାଁକୁ ହୋଇନି ବିଦ୍ୟୁତ ସଂଯୋଗ ଫଳରେ ସଧ୍ୟା ହେଲେ ଏଠି ଖେଳେ ଅନ୍ଧାରୀ ରାଜ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜିମାରାଓରେ ଶିକ୍ଷା ବ୍ୟବସ୍ଥା କୋମାରେ କହିଲେ ଚଳେ । ପ୍ରଥମିକ ବିଦ୍ୟାଳୟ ରହିଛି କିନ୍ତୁ ତାହା ଭୂତ କୋଠିରେ ପରିଣତ ହୋଇଗଲାଣି। କିଛିବର୍ଷ ପୂର୍ବେ ପବନରେ ଟିଣ ଗୁଡିକ ଉଡିଯାଇଛି। ଯାହା ବର୍ତ୍ତମାନ ସୁଦ୍ଧା ମରାମତି ହୋଇନାହିଁ । ଫଳରେ ପାଠ ପଢା ହୋଇ ପାରୁନି। ଉପାନ୍ତରେ ବ୍ୟବସ୍ଥାର ବିକଳ ଚିତ୍ର ଜିମାରାଓ । ଏଠି ଯୋଜନା ଅପହଞ୍ଚ। ଯାହାବି ପହଞ୍ଚିଛି ସେ ବି ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁନି।

the-residents-of-jimarao-are-living-a-life-of-poverty | Argus News