ପୁଣି ଖୋଲିବ ମହାନଦୀ ଫର୍ଦ୍ଦ
ଅର୍ଗସ ବ୍ୟୁରୋ: ପୁଣି ଖୋଲିବ ମହାନଦୀ ଫର୍ଦ୍ଦ ଲେଖା ଛିଡାଇଥିଲେ ନବୀନ । ରମଣ ସିଂଙ୍କ ମିଟିଙ୍ଗରୁ ଉଠି ଆସି ଟ୍ରିବ୍ୟୁନାଲ ଗଠନ ପାଇଁ ଅଡିବସିଥିଲେ । ଉମା ଭାରତୀ, ତତ୍କାଳୀନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ 6 ବର୍ଷ ପରେ ବି ଫଳ ଶୂନ । ଆପୋଷ କଥାବାର୍ତ୍ତା ଶୁଖିଲା ଓଡିଶା ମାଟିକୁ କରିବ କି ଶସ୍ୟ ଶାମଳା । ମହାନଦୀକୁ ମା' କହି ଡାହାଣୀ ସଜାଇଥିଲେ ନବୀନ ସରକାର । ଆପୋଷ ଆଲୋଚନା ନ କରି ଆନ୍ଦୋଳନ କଲେ । ଟ୍ରିବ୍ୟୁନାଲକୁ ଗଲେ ହେଲେ 6 ବର୍ଷ ପରେ ବି ମାମଲା ଯୋଉଠି ସେଇଠି । ଆପୋଷ ଆଲୋଚନାରେ ମହାନଦୀ ବିବାଦର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ସରକାର। ହେଲେ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକରୁ ଅଧାରୁ ଉଠି ଚାଲି ଆସି ଟ୍ରିବ୍ଲନାଲ ଗଠନ ପାଇଁ ଦାବି କରିଥିଲେ ନବୀନ। 2018 ମାର୍ଚ୍ଚ 12ରେ ଟ୍ରିବ୍ୟୁନାଲ ଗଠନ ହେଲା ।
ଏହା ଭିତରେ 32ଥର ବୈଠକ ବସିଲାଣି । ଏବେ କିନ୍ତୁ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ପଦ ଖାଲି.. 5 ମାସ ହେବ ବୈଠକ ବସିନି.. ଏବେ ଟ୍ରିବ୍ୟୁନାଲରେ ବିବାଦକୁ ଆଗକୁ ନ ଟାଣି ସମାଧାନର ଆଶା ଜଗାଇଛନ୍ତି କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ । ରାଜ୍ୟ ବିଜେପି ବି ସମାଧାନ ବାହାରିବାର ଆଶା ରଖିଛି ଆପଣଙ୍କ ଆଗରେ ମହନଦୀର ଦୁଇଟି ଚିତ୍ର ଗୋଟିଏ ଖରାଦିନର ଓ ଅନ୍ୟଟି ବର୍ଷା ଦିନର ଗତବର୍ଷ ବଡ ନଦୀର ବଡ ବନ୍ୟା ଏଥର ଉପକୁଳ ଲୋକଙ୍କ ପାଇଁ ଆଣିଥିଲା ବଡ ବିପତ୍ତି । ବନ୍ୟା ପାଇଁ ଛତିଶଗଡର ଦୋଷ ଦେଇ ନିଜ ମୁଣ୍ଡରୁ ଦୋଷ ଖସାଇବାର ଉଦ୍ୟମ କରିଥିଲେ ରାଜ୍ୟ ସରକାର..ହେଲେ ତଳମୁଣ୍ଡରେ ବ୍ୟାରେଜ ପ୍ରଶ୍ନର ସିଧା ଉତ୍ତର ଦେଲେନି.. ମନ୍ତ୍ରୀ କହିଲେ ଯୋଜନା କରୁଛୁ ଆଉ ଯନ୍ତ୍ରୀ କହିଲେ ବ୍ୟାରେଜ ବଦଳରେ ନଦୀ ଭିତରେ ଜଳାଶୟ କରିବୁ ।
ବର୍ଷା ଦିନେ ମହାନଦୀର 52 ପ୍ରତିଶତ ପାଣି ସମୁଦ୍ରକୁ ବହିଯାଉଛି । ଏ ପାଣିକୁ ଅଟକାଇବା ପାଇଁ ସରକାର ନା ବ୍ୟାରେଜ କଲେ ନା ଛତିଶଗଗଡ ସହ ଆପୋଷ ଆଲୋଚନା କରି ବିବାଦର ସମାଧାନ କଲେ । ଏହା ଭିତରେ ଟ୍ରିବ୍ୟୁନାଲରେ ମାମଲା ଗଡି ଗଡି ଚାଲିଛି.. 6 ବର୍ଷରେ 15 କୋଟି 58 ଲକ୍ଷ ଟଙ୍କା ଖର୍ଚ୍ଚ ହଲାଣି.. ତେବେ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ସମାଧାନର ଆଶା ଜଗାଇବା ପରେ ନଜର କେବେ ହେବ ଆପୋଷ ଆଲୋଚନା ଓ କେବେ ବାହାରିବ ସମାଧାନର ରାସ୍ତା