Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ବିଷାକ୍ତ ହୋଇଗଲାଣି ପୁରୀ ଜିଲ୍ଲାରେ ପ୍ରବାହିତ ନଦୀର ଜଳଧାରା

Rashmita Mishra
Browse all articles by Rashmita Mishra
·1 year ago·2 min read
 ବିଷାକ୍ତ ହୋଇଗଲାଣି ପୁରୀ ଜିଲ୍ଲାରେ ପ୍ରବାହିତ ନଦୀର ଜଳଧାରା

ଅର୍ଗସ ବ୍ୟୁରୋ: ବିଷାକ୍ତ ହୋଇଗଲାଣି ପୁରୀ ଜିଲ୍ଲାରେ ପ୍ରବାହିତ ନଦୀର ଜଳଧାରା । ତୃଷ୍ଣା ମେଣ୍ଟାଉଥିବା ନଦୀର ଅମୃତ ଧାରା ଏବେ ବିଷାକ୍ତ। କେଉଁଠି ନଦୀଗର୍ଭକୁ ଅଣନିଶ୍ବାସୀ କରିଦେଲାଣି ନର୍ଦ୍ଦମା ପାଣି, ତ ଆଉ କେଉଁଠି କୁଢକୁଢ ଦଳରେ ପରିପୂର୍ଣ୍ଣ ହୋଇ ନଇ ତାର ଅସ୍ତିତ୍ବ ହରାଇଲାଣି। ସେପଟେ ବିଷ ଜ୍ବଳାରେ ପୁରୀ ଜିଲ୍ଲାର 136 କିଲୋମିଟର ନଦୀପଥର ସ୍ଥିତି ସଙ୍ଗୀନ ରହିଥିବା ବେଳେ ପ୍ରତ୍ୟକଟି ମହଲରୁ ତତ୍କାଳୀନ ବିଜେଡି ସରକାରଙ୍କ ଅପାରଗତା ଓ ଅବହେଳାକୁ ଦାୟୀ କରାଯାଇଛି। ବିଷାକ୍ତ ହେବାରେ ଲାଗିଛି ପୁରୀର ଅମୃତ ଜଳଧାରା। କୁଢକୁଢ ଦଳ ସାଙ୍ଗକୁ ପ୍ରଦୂଷିତ ପାଣି ନଦୀର ଜଳକୁ କରୁଛି ଅଵକ୍ଷୟ। ଏ ଦୃଶ୍ୟ ହେଉଛି ଭୁଵନେଶ୍ବର ଗଙ୍ଗୁଆ ନଳାପାଣି ପିପିଲିର କଣ୍ଟି ଠାରେ ଥିଵା ଦୟା ନଦୀର ଦୃଶ୍ୟ। ନଦୀର ପୁନରୁଦ୍ଧାର ପାଇଁ ସ୍ଥିତି ଅନୁଧ୍ୟନ କରାଯାଇ 100 କୋଟି ଟଙ୍କା ବ୍ୟୟରେ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ହେବ। ଏପଟେ ଦୟାନଦୀ ପରି ଲୁଣା ନଦୀର ଅଵସ୍ଥା ଵେହାଲ। ଦଳ ମାଡିଯିବା ସହ ନଦୀଶଯ୍ୟା ପୋତି ହେଲାଣି। ସେଥିପାଇଁ ଡେଲାଙ୍ଗ କଣାସ ଅଞ୍ଚଳରେ ଜଳ ନିଷ୍କାସନରେ ହେଉଛି ସମସ୍ୟା।  

 କାକଟପୁରର ପୂଣ୍ୟତୋୟା ପ୍ରାଚୀ ନଦୀ ଏବେ ବିଲୁପ୍ତ ପ୍ରାୟ। ଜରାଜୀର୍ଣ୍ଣ ଅବସ୍ଥାରେ ଏହି ନଦୀର କିଛି ଅଂଶ ଠାଏ ଠାଏ ସ୍ଥିତି ଜାହିର କରୁଥିବା ବେଳେ ଆଉ କେତେକ ସ୍ଥାନରେ ନଦୀ ଶୁଖୁଲା ପଡିଛି। କାକଟପୁରର ବହୁ ନାମିଦାମୀ ହୋଟେଲର ଆବର୍ଜନା ପ୍ରାଚୀ ନଦୀରେ ମିଶି ନଦୀ ଜଳକୁ ବିଷାକ୍ତ କରୁଛି। ସେପଟେ ନିମାପଡାର ଜୀବନରେଖା ଓ ଚାଷୀଙ୍କ ଭାତ ହାଣ୍ଡି ହେଉଛି କୁଶଭଦ୍ରା ନଦୀ। ନା ବନ୍ୟା ସମୟରେ ପାଣି ଆସୁଛି ନା ବର୍ଷା ସମୟରେ ପାଣି ଜମୁଛି, ଜଳସ୍ତର ସମ୍ପୂର୍ଣ୍ଣ କମିବାରେ ଲାଗିଛି। କୁଶଭଦ୍ରା ନଦୀରେ ପାଣି ନଥିବାରୁ ଚାଷୀମାନେ ଚାଷ କରିପାରୁନଥିବା ସହ ବାଲିମାଫିଆ ମାନେ ବାଲି ତାଡି ନେଉଥିବା ଅଭିଯୋଗ ହୋଇଛି।  

 ପୁରୀ ଜିଲ୍ଲାର ପ୍ରାକୃତିକ ଜଳଉତ୍ସ ଏବେ ବିଷ ବଳୟରେ ପରିପୂର୍ଣ୍ଣ ହେବାସହ ଅବକ୍ଷୟ ହେବାରେ ଲାଗିଛି। ତେଣୁ ଜିଲ୍ଲାର ସମସ୍ତ ନଦୀକୁ ପୁନରୁଦ୍ଧାର କରିବା ସହ ଏଥିପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ସାଧାରଣରେ ଦାବି ହୋଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The river flowing in Puri district has become poisonous | Argus News