Videos
|
Odisha

ଜୀଵନ ନେଇଦଲା ନଦୀ

Rashmita Mishra
Browse all articles by Rashmita Mishra
·2 years ago
ଜୀଵନ ନେଇଦଲା  ନଦୀ

ଅର୍ଗସ ବ୍ୟୁରୋ : ନଦୀରେ  ଗାଧୋଇବା ସମୟରେ ବୁଡି ଛାତ୍ରର ମୃତ୍ୟୁ। ଏଭଳି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଳକ ମୁରକୁଣ୍ଡି ସ୍ଥିତ ଚିତ୍ରୋତଳା ନଦୀରେ। ମୃତ ଛାତ୍ର ଜଣକ ହେଲେ ସାଲେପୁର ବ୍ଳକ ମୁରକୁଣ୍ଡି ଗ୍ରାମର ଅମୂଲ୍ୟ କୁମାର ବେହେରାଙ୍କ ପୁତ୍ର ପ୍ରୀତି ରଞ୍ଜନ ବେହେରା।ସେ ସାଲେପୁର କଲେଜର +2 ଛାତ୍ର ଅଟନ୍ତି।  ସୂଚନା ମୁତାବକ ପ୍ରୀତି ରଞ୍ଜନ ବେହେରା

ସାଙ୍ଗ ମାନଙ୍କ ସହ  ଚିତ୍ରୋତଳା ନଦୀକୁ ଗାଧୋଇବା ପାଇଁ ଯାଇ ଥିବା ବେଳେ ନଦୀରେ ବୁଡିଯାଇଥିଲେ। ନଦୀରେ ବୁଡି ମୃତ୍ୟୁ ହୋଇଥିଲା। ସ୍ତାନୀୟ ଲୋକେ ଓ ସାଲେପୁର ଅଗ୍ନିଶମ ବାହିନୀ ବହୁ  ଖୋଜାଖୋଜି ପରେ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ଘଟଣା ସ୍ଥଳରେ କିଶୋରନଗର ପୋଲିସ ପହଞ୍ଚି ମୃତ ଛାତ୍ରର ଶବକୁ ଜବତ କରି ଏକ ଅପମୃତ ମାମଲା ରୁଜୁକରି ଶବବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ କରୁଥିବା ନେଇ ସୂଚନା ମିଳିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The river took life | Argus News