ବର୍ଷେ ନ ପୂରୁଣୁ ପିଚୁ ଛାଡି ରାସ୍ତା ଅବସ୍ଥା ଶୋଚନୀୟ

Key Points
ମାଟି ଓ କଚା ରାସ୍ତାର ନବକଳେବର ହେବ। ପିଚୁ ଏବଂ କଂକ୍ରିଟ ରାସ୍ତା ନିର୍ମାଣ ହେବ । ଏଥିପାଇଁ ପୂର୍ବ ସରକାର ତଥା ବିଜେଡି ସରକାର ସମୟରେ କୋଟି କୋଟି ଟଙ୍କା ମଞ୍ଜୁର କରି ଠିକାଦାରଙ୍କୁ ପୋଷିଥିବା ଚିତ୍ର ସାମ୍ନାକୁ ଆସିଛି ।
ମାଟି ଓ କଚା ରାସ୍ତାର ନବକଳେବର ହେବ। ପିଚୁ ଏବଂ କଂକ୍ରିଟ ରାସ୍ତା ନିର୍ମାଣ ହେବ । ଏଥିପାଇଁ ପୂର୍ବ ସରକାର ତଥା ବିଜେଡି ସରକାର ସମୟରେ କୋଟି କୋଟି ଟଙ୍କା ମଞ୍ଜୁର କରି ଠିକାଦାରଙ୍କୁ ପୋଷିଥିବା ଚିତ୍ର ସାମ୍ନାକୁ ଆସିଛି । ସରକାରୀ ସ୍ତରରେ ଗ୍ରାମାଞ୍ଚଳରେ ଗମନଗମନ ପାଇଁ ବିନା ସୂଚନା ଫଳକରେ ରାସ୍ତା କାମ ଆରମ୍ଭ ହେଲା। ବହୁ ଅର୍ଥ ମଧ୍ୟ ବ୍ୟୟ କରାଗଲା l ମାତ୍ର ରାସ୍ତା ନିର୍ମାଣର ବର୍ଷେ ନପୂରୁଣୁ ପୁନଃ ରାସ୍ତାଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏନେଇ ଯାତାୟାତରେ ସମସ୍ୟା ଉପୁଜୁଛି। ବୋଲଗଡ଼ ବ୍ଲକ ହାଟବସ୍ତ ଠାରୁ କୋଡପଡା ଆରଡ଼ି ରାସ୍ତା ଶୋଚନୀୟ ହୋଇଛି। ବିନା ସୂଚନା ଫଳକରେ ନିର୍ମିତ ଏହି ରାସ୍ତାର ହାଟବସ୍ତ ମା' ଯୋଗମାୟା ଉଚ୍ଚ ବିଦ୍ୟାଳୟ ଠାରୁ କୋଡପଡା ଅଭିମୁଖେ ପ୍ରାୟ ଅଧ କିମି ରାସ୍ତା ପିଚୁ ହୋଇଥିଲା।
ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁ ଉକ୍ତ ପିଚୁ ରାସ୍ତାଟି ଉଭୟ ପାର୍ଶ୍ଵରେ ଦବି ଯିବା ସହିତ ପିଚୁ ଛାଡି ଶୋଚନୀୟ ପାଲଟିଛି। ରାସ୍ତାଟିର ପିଚୁ ହୋଇଥିବା ଅଂଶ ଏବେ ଶୋଚନୀୟ ହୋଇଗଲାଣି। ପ୍ରତିଦିନ ଏହି ରାସ୍ତାରେ ଛାତ୍ର ଛାତ୍ରୀଙ୍କଠାରୁ ଆରମ୍ଭ କରି ବହୁ ଲୋକ ଯିବାଆସିବା କରନ୍ତି। ରାସ୍ତାର ଦୂରାବସ୍ଥା ପାଇଁ ଲୋକେ ନିତିଦିନ ସମସ୍ୟା ଭୋଗୁଛନ୍ତି। ତୁରନ୍ତ ଏହି ରାସ୍ତା ମରାମତି କରି ପିଚୁ କରିବାକୁ ଜନସାଧାରଣରେ ଦାବି ହେଉଛି।