ମରାମତି ନ ହେବାରୁ ରାସ୍ତା ପାଲଟିଛି ମରଣଯନ୍ତା

Key Points
ଦୀର୍ଘ ୨୪ବର୍ଷ ଶାସନ ପରେ ମଧ୍ୟ ଅଧିକ ସ୍ଥାନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବୋଲଗଡ଼ ବ୍ଲକ ବାଙ୍କୋଇ ଠାରୁ ବିନୋଦପଡା ପର୍ଯ୍ୟନ୍ତ ଥିବା ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତାର କନ୍ତାଇଲୋ ଠାରୁ ବିନୋଦପଡ଼ା ପର୍ଯ୍ୟନ୍ତ ମରାମତି ନହୋଇ ମରଣଯନ୍ତା ପାଲଟିଛି l
ଦୀର୍ଘ ୨୪ବର୍ଷ ଶାସନ ପରେ ମଧ୍ୟ ଅଧିକ ସ୍ଥାନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବୋଲଗଡ଼ ବ୍ଲକ ବାଙ୍କୋଇ ଠାରୁ ବିନୋଦପଡା ପର୍ଯ୍ୟନ୍ତ ଥିବା ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତାର କନ୍ତାଇଲୋ ଠାରୁ ବିନୋଦପଡ଼ା ପର୍ଯ୍ୟନ୍ତ ମରାମତି ନହୋଇ ମରଣଯନ୍ତା ପାଲଟିଛି l ଫଳରେ ଯାତାୟତ ପାଇଁ ହୀନସ୍ତା ଭୋଗୁଛନ୍ତି ଲୋକେ। ଏହି ରାସ୍ତାଟି ନିମ୍ନମାନର କାର୍ଯ୍ୟ ହେବା ଯୋଗୁ ହଇରାଣ ହେଉଛନ୍ତି ଲୋକ। ଉକ୍ତ ରାସ୍ତାଟି ସ୍ଥାନୀୟ ବ୍ଲକର ବାଙ୍କୋଇ ପୂର୍ତ୍ତ ରାସ୍ତା ଠାରୁ ମାଣିକପୁର, କନ୍ତାଇଲୋ ଗ୍ରାମଦେଇ ବିନୋଦପଡ଼ା ଠାରେ ୫୭ନଂ ଜାତୀୟ ରାଜପଥ କୁ ସଂଯୋଗ ହୋଇଛି। ଏହି ରାସ୍ତାଟି ସ୍ଥାନୀୟ ଅଞ୍ଚଳ ପାଇଁ ଯୋଗାଯୋଗ ପାଇଁ ଏକ ପ୍ରମୁଖ ରାସ୍ତା l
ଏହି ରାସ୍ତାରେ ବାଙ୍କୋଇ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ରୋଗୀମାନଙ୍କୁ ଜରୁରୀ କାଳୀନ ଚିକିତ୍ସା ସେବାପାଇଁ ଆମ୍ବୁଲାନ୍ସରେ ଖୋର୍ଦ୍ଧା ଭୁବନେଶ୍ୱର ନିଆଯାଇଥାଏ l ସେହିପରି ରାଜସୁନାଖଳାଠାରୁ ବାଙ୍କୋଇ ପର୍ଯ୍ୟନ୍ତ ପୂର୍ତ୍ତ ରାସ୍ତାରେ ଯାତାୟାତ ପାଇଁ କୌଣସି ବ୍ୟତିକ୍ରମ ଘଟିଵା ସମୟରେ ଯାତ୍ରୀବାହୀ ବସ ଠାରୁ ଆରମ୍ଭ କରି ଭାରୀଯାନ ଗୁଡିକ ପାଇଁ ରାସ୍ତାର ବିକଳ୍ପ ଭାବେ ଯାତାୟାତ କରିଥାନ୍ତି l ଏପରିକି ବିନୋଦପଡା ଠାରେ ଥିବା ରାଜସୁନାଖଳା ମହାବିଦ୍ୟାଳୟ ଓ ବାଙ୍କୋଇ ଠାରେ ଥିବା ମହାବିଦ୍ୟାଳୟ ଆଦିକୁ ଛାତ୍ରଛାତ୍ରୀ ମାନେ ଉକ୍ତ ରାସ୍ତା ଦେଇ ଯିବାଆସିବା କରିଥାନ୍ତି। ରାସ୍ତା ଅବସ୍ଥା ଏଭଳି ଥିବାରୁ ଲୋକେ ଯିବାଆସିବାରେ ସବୁଦିନ ହଇରାଣ ହେଉଛନ୍ତି। ତୁରନ୍ତ ଏହି ରାସ୍ତା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।