Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୩ ଖଣ୍ଡ ଗ୍ରାମବାସୀଙ୍କୁ କଲବଲ କରୁଛି ରାସ୍ତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
୩ ଖଣ୍ଡ ଗ୍ରାମବାସୀଙ୍କୁ କଲବଲ କରୁଛି ରାସ୍ତା

Key Points

ରାସ୍ତା ଯନ୍ତ୍ରଣାରେ ପୁଞ୍ଜିସିଲ

୩ ଖଣ୍ଡ ଗ୍ରାମବାସୀଙ୍କୁ କଲବଲ କରୁଛି ରାସ୍ତା 

ସ୍ୱଚ୍ଛ ଗାଁର ବିପର୍ଯ୍ୟୟ ରାସ୍ତା ବଖାଣୁଛି ଗ୍ରାମ ସଡକ ଯୋଜନାର ବାସ୍ତବତା। ଏଠି ରାସ୍ତା ସୃଷ୍ଟି କରୁଛି ପାହାଡ ମାଟି ଅତଡାର ଭ୍ରମ। ଆଉ ଏଇ ରାସ୍ତା ଭରସାରେ ୩ ଖଣ୍ଡ ଗ୍ରାମବାସୀ। କୋରାପୁଟ ଲକ୍ଷ୍ମୀପୁର ବ୍ଲକ୍ ଅଫିସ୍ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ରହିଛି ପୁଞ୍ଜିସିଲ ଗାଁ। ତାପରେ ରହିଛି ଆଉ ଦୁଇଟି ଗାଁ ବଡ଼ଶଙ୍କା ,ଚିଲିଶଙ୍କା । ଏହି ତିନି ଗାଁରେ ୧୨୦୦ରୁ ଅଧିକ ଆଦିବାସୀ ବସବାସ କରନ୍ତି। ମାତ୍ର ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା କିଛି ଏପରି। ଗାଁକୁ ସଂଯୋଗ କରୁଥିବା ଏହେଉଛି ମୁଖ୍ୟ ରାସ୍ତା। ଯାହା ତିନୋଟି ଗାଁ କୁ ସଂଯୋଗ କରେ। ମାତ୍ର ରାସ୍ତାର ଦୁରାବସ୍ଥା କଥା ନ କହିଲେ ଭଲ। ରାସ୍ତା ଏମିତି ଚାଲିକି ଗଲେବି ପାଦ ମୋଡି ହୋଇଯିବ। ଆଉ ଦୁଇ ଚକିଆରେ ଗଲେତ ପ୍ରତି ପାଦେପାଦେ ରହିଛି ବିପଦ।


ରାସ୍ତା ଦୁର୍ଦ୍ଦଶାର ଏ ହେଉଛି ବାସ୍ତବ ଚିତ୍ର। ଏଠି ଗମନାଗମନ ପାଇଁ ଉଦ୍ଦିଷ୍ଟ ରାସ୍ତା ଜମ ଯନ୍ତ୍ରଣା ସଦୃଶ। ଭଲ ରାସ୍ତା ଟିଏ ପାଇଁ ଅଞ୍ଚଳବାସୀ ବହୁବାର ପ୍ରଶାସନ ପାଖରେ ଦାବି କରିଛନ୍ତି କିନ୍ତୁ ଆଜିଯାଏଁ ହୋଇ ପାରିନି ରାସ୍ତା ମରାମତି। ଏପଟେ ରାସ୍ତା ପାଇଁ ଖରାବର୍ଷା ଶୀତ ହନ୍ତସନ୍ତ ହେଉଛନ୍ତି ୩ ଖଣ୍ଡ ଗ୍ରାମବାସୀ। ୨୪ ବର୍ଷ ସରକାରଙ୍କ ରାସ୍ତା ଧୋକାର ଏହେଉଛି ବାସ୍ତବ ଚିତ୍ର। ଏଠି ଗାଁ ଦାଣ୍ଡରେ ସ୍ବଚ୍ଛା ଗାଁ ବୋଲି ଲେଖା ଯାଇଛି ସତ ହେଲେ ଗାଁ ରାସ୍ତାର ଦୁରାବସ୍ଥା ନ କହିଲେ ଭଲ।ଛି ରାଜ୍ୟରେ ଏବେ ଡବଲ ଇଞ୍ଚିନ ସରକାର ଆସିବା ପରେ ବିକାଶ ପହଞ୍ଚି ପାରିବ ବୋଲି ଅଞ୍ଚଳବାସୀ ଆଶାବାଦୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-road-is-causing-distress-to-the-residents-of-the-three-section-village | Argus News