Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତା ସୃଷ୍ଟି କରୁଛି କୁତ୍ରିମ ପୋଖରୀର ଭ୍ରମ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାସ୍ତା ସୃଷ୍ଟି କରୁଛି କୁତ୍ରିମ ପୋଖରୀର ଭ୍ରମ

Key Points

ନାଲିମାଟି ଭରସାରେ ଉପାନ୍ତ ଅଞ୍ଚଳ
ବର୍ଷା ଦିନେ କଚ୍ଚା ରାସ୍ତା କରୁଛି କଲବଲ
ରାସ୍ତା ସୃଷ୍ଟି କରୁଛି କୁତ୍ରିମ ପୋଖରୀର ଭ୍ରମ

କୋରାପୁଟ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପାକଝୋଲା ପଞ୍ଚାୟତର ରାଜାନାଗୁଡ଼ା। ଏହି ରାସ୍ତା ଦେଇ ଦୁଧାରୀ, ପାକୋଝଲା, ଉପରକାଣ୍ଟି ସହ ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତର ଆଦିବାସୀ ଯାତାୟତ କରିଥାନ୍ତି। ମାତ୍ର ରାସ୍ତାର ଅବସ୍ଥା ଏମିତି ଆତଯାତ କରିବା ପାଇଁ ଡର ଲାଗୁଛି। ନାଲିମାଟି ରାସ୍ତାର ସ୍ଥାନେ ସ୍ଥାନେ ବଡବଡ ଗାତ ହୋଇଛି। ଯେଉଁ ବାଟେ ଯିବା ଆସିବା କରିବାକୁ ଡର ଲାଗୁଛି କାରଣ କେତେବେଳେ ଗାଡି ଦବିଯିବ କେହି କହି ପାରିବେନି। ଦୀର୍ଘଦିନରୁ ଲୋକେ ରାସ୍ତାଟିଏ ନିର୍ମାଣ କରିଦେବାକୁ ପ୍ରଶାସନକୁ ଗୁହାରି କରିଆସୁଥିଲେ ମଧ୍ୟ ପ୍ରଶାସନ କିମ୍ବା ଜନ ପ୍ରତିନିଧି ମାନେ କେହିବି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।

ସେମିଲିଗୁଡା ବ୍ଲକର ଚାରିଟି ପଂଚାୟତବାସୀଙ୍କ ପାଇଁ ରାସ୍ତା ସମସ୍ୟା ସାଜିଛି ଚିନ୍ତାର କାରଣ। କାରଣ ବଜାରଘାଟ ଠୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ଯିବାକୁ ହୁଏ। ଏ ସବୁ ପଞ୍ଚାୟତର ଅତି ନିକଟରେ ନାଲକୋ ଭଳି ପ୍ରକଳ୍ପ ରହିଥିଲେ ମଧ୍ୟ ରାସ୍ତା ମରାମତି ପାଇଁ କାହାର ଆନ୍ତରିକତା ନାହିଁ । ବରଂ କମ୍ପାନୀ ପାଇଁ ଟ୍ରକ ଆତଯାତ କରୁଥିବାରୁ ରାସ୍ତାର ଅବସ୍ଥା ବିଗୁଡୁଥିବା ଅଭିଯୋଗ ହୋଇଛି। ବର୍ଷ ପରେ ବର୍ଷ ବିତୁଛି କିନ୍ତୁ ପକ୍କା ସଡକ ଯୋଜନା ଏଠାରେ ପହଞ୍ଚି ପାରୁନି । ରାସ୍ତା ସମସ୍ୟା ପାଇଁ ପ୍ରତିଦିନ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବସାୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-road-is-creating-the-illusion-of-an-artificial-pond | Argus News