Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଣ୍ଠୁଏ ଆଣ୍ଠୁଏ ପାଣି କାଦୁଅରେ ଭରି ରହିଛି ରାସ୍ତା

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଆଣ୍ଠୁଏ ଆଣ୍ଠୁଏ ପାଣି କାଦୁଅରେ ଭରି ରହିଛି ରାସ୍ତା

Key Points

କାଦୁଅରେ ନସର ପସର ବଡକେଡମ୍
ବିଲ କାଦୁଅ ଠୁ ବଳିଯିବ ରାସ୍ତା କାଦୁଅ
ଆଣ୍ଠୁଏ ଆଣ୍ଠୁଏ ପାଣି କାଦୁଅରେ ଭରି ରହିଛି ରାସ୍ତା

ଆଣ୍ଠୁଏ ଆଣ୍ଠୁଏ ପାଣି କାଦୁଅରେ ଭରି ରହିଛି ରାସ୍ତା । ଆଉ ସେହି ରାସ୍ତାରେ ନସର ପସର ହୋଇ ଯାତାୟତ କରୁଛନ୍ତି ଗ୍ରାମବାସୀ । ବର୍ଷା ଦିନେ ରାସ୍ତାରେ କାଦୁଅ ଏବଂ ପାଣି ଜମି ରହିବାରୁ ଗ୍ରାମବାସୀ ଭୋଗୁଛନ୍ତି ନର୍କ ଯନ୍ତ୍ରଣା । କାଦୁଅରେ ପାଦ ପସି ଯାଉଛି। ଅବସ୍ଥା ଏମିତି ଚପଲବି କାଦୁଅରୁ ବାହାରୁନି ଆଉ ଏହି କାଦୁଅ ପଚପଚ ରାସ୍ତାରେ ପସି ପ୍ରତିଦିନ ଯିବା ଆସିବା କରୁଛନ୍ତି କୁନିକୁନି ଛାତ୍ରଛାତ୍ରୀ।

ରାସ୍ତା ଦୁର୍ଦ୍ଦଶାର ଏଭଳି ଚିତ୍ର ଆସିଛି ମୟୂରଭଞ୍ଜ ବହଳଦା ବ୍ଲକ ଝରାଡ଼ିହି ଗ୍ରାମପଞ୍ଚାୟତର ବଡକେଡମ୍ ରୁ। ଶତାଧିକା ଆଦିବାସୀ ପରିବାର ବାସ କରୁଥିବା ଏହି ଗାଁରେ ରାସ୍ତା ଦେଉଛି ଯମ ଯନ୍ତ୍ରଣା। କାରଣ ଗାଁକୁ ଯିବାକୁ ହେଲେ ଗୋଟିଏ ମାତ୍ର ମୁଖ୍ୟ ରାସ୍ତା ରହିଥିବା ବେଳେ ରେଳ ଫାଟକ ପ୍ରଧାନମନ୍ତ୍ରୀ ରାସ୍ତା ପାଖରୁ କାସୀଗୋଡା ଦେଇ ମଙ୍ଗଲଡ଼ିହି ପର୍ଯ୍ୟନ୍ତ ଏବଂ ମଙ୍ଗଲଡ଼ିହି ନିମବନ୍ଧ ଠାରୁ ମୋଟ 4 କିଲୋମିଟର ବଡକେଡମ୍ ପ୍ରାଥମିକ ବିଦ୍ୟାଳୟ ଭୂମିଜ ସାହି ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତାର ଅବସ୍ଥା ଏଭଳି ଆମ୍ବୁଲାନ୍ସ, ବାଇକ୍, ସାଇକେଲ, ଚାଲିବା ଦୂରର କଥା ଖାଲି ପାଦରେ ଯାଇ ହେଉନି।

ଗାଁରେ ଥିବା ପାଣି ଟାଙ୍କି ଦେଖି ଆପଣ ଭାବୁଥିବେ ଗାଁରେ ଜଳ ସମସ୍ୟାର ସମାଧାନ ହୋଇଛି। ମାତ୍ର ଏହା ଲୋକ ଦେଖାଣିଆ। ରାଇରଙ୍ଗପୁର ଜଳଯୋଗାଣ ଓ ପଞ୍ଚାୟତ ରାଜ ବିଭାଗ ଅଧୀନରେ ଥିବା ବହଳଦା ଜଳ ଯୋଗାଣ ବିଭାଗ ଦ୍ଵାରା ଲକ୍ଷାଧିକ ଟଙ୍କାରେ ନିର୍ମାଣ କରାଗଲା ବସୁଧା ପ୍ରକଳ୍ପ କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ କାରଣରୁ ଲୋକେ ପାଣି ପାଇ ପାରୁ ନାହାନ୍ତି। ଟାଙ୍କି ଥାଇବି ମଙ୍ଗଲଡ଼ିହି ସାହି, କାସୀଗୋଡା ସାହିର ଶତାଧିକ ପରିବାର ପାନୀୟ ଜଳ ଯୋଗାଣରୁ ବଞ୍ଚିତ ରହିଛନ୍ତି | ଅପରୂପ ସୌନ୍ଦର୍ଯ୍ୟ କୋଳରେ ଅଭିଶପ୍ତ ଗାଁ, ସ୍ଵାଧୀନ ଭାରତର ସାତ ଦଶନ୍ଧି ପରେ ମଧ୍ୟ ଅଣଦେଖା ଏଠାକା ଅଞ୍ଚଳବାସୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The road is knee-deep in mud-Argus News | Argus News