Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗାଁକୁ ସଂଯୋଗ ହୋଇପାରିନି ରାସ୍ତା

Odisha

ଗାଁକୁ ସଂଯୋଗ ହୋଇପାରିନି ରାସ୍ତା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗାଁକୁ ସଂଯୋଗ ହୋଇପାରିନି ରାସ୍ତା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଗୁଣ୍ଡୁରୀପଶିଠାରୁ ପାଦଚଲା ପଥୁରିଆ ଜଙ୍ଗଲୀ ବାଟରେ ପାଖାପାଖି 4 କିଲୋମିଟର ଗଲେ ପଡେ ସାପନାଳ ଗାଁ । ଯେଉଁଠି ପାଖାପାଖି ଷାଠିଏ ପରିବାର ବସବାସ କରନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ସଂଯୋଗ ହୋଇ ପାରିନି ଭଲ ରାସ୍ତା । ଗାଁରୁ ବାହାରକୁ ଯିବାକୁ ହେଲେ ଚାଲି ଚାଲି 4 କିଲୋମିଟର ଯିବାକୁ ପଡେ । ଅନେକ ସମୟରେ ଆମ୍ବୁଲାନ୍ସ କିମ୍ବା ଗାଡି ଏଠାକୁ ପହଞ୍ଚି ପାରୁନଥିବାରୁ ରୋଗୀଙ୍କୁ ଖଟିଆ ଅବା ଭାରା ଭରସାରେ ମେଡିକାଲ ନିଆଯାଏ । ପୁଣି ବର୍ଷାଦିନେ ଏମାନଙ୍କର କଷ୍ଟ ଦୁଇ ଗୁଣା ବଢିଯାଏ । ଘରୁ ପଦାକୁ ବାହାରିଲେ ବାଟସାରା କାଦୁଅ ପଚପଚ ହୋଇଯାଏ । ଫଳରେ ବର୍ଷ ତମାମ ଏଠାକାର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

ପୂର୍ବ ସରକାରର ବସୁଧା ଯୋଜନା ଏମାନଙ୍କ ପାଇଁ କେବଳ ଖାଲି ଗୋଟିଏ ଯୋଜନା । ଏହି ଯୋଜନାରେ ଲୋକେ କେତେ ଉପକୃତ ହେଉଛନ୍ତି ତାହା ଏହି ଗାଁକୁ ଦେଖିଲେ ବେଶ ଅନୁମେୟ । ପାଖାପାଖି ଷାଠିଏ ପରିବାରକୁ ଗୋଟିଏ ନଳକୂପ ଯାହା ପୁଣି ଖରାଦିନେ ଶୁଖିଯାଏ । ପ୍ରତିଦିନ ରାତି ପାହିଲେ ନଳକୂପ ସାମ୍ନାରେ ଲାଗିଯାଏ ପାଣି ସଂଗ୍ରହ କରିବାକୁ ଲୋକଙ୍କ ପ୍ରତିଯୋଗିତା । କେବେ କେବେ ପାଣି ନମିଳିଲେ ପାଞ୍ଚ ଛଅ କିଲୋମିଟର ଦୂରରେ ଥିବା ନାଳ ପୋଖରୀ ଉପରେ ପାଣି ପାଇଁ ନିର୍ଭର କରିଥାନ୍ତି ଏଠାକାର ଲୋକେ।

ବର୍ଷ ବର୍ଷ ଧରି ସାପନାଳ ବାସୀ ପାଣି ଏବଂ ରାସ୍ତା ସମସ୍ୟାରେ ଯମ ଯନ୍ତ୍ରଣା ଭୋଗୁଥିବା ବେଳେ 24 ବର୍ଷର ସ୍ଥିର ସରକାର ଏମାନଙ୍କ ଦୁଃଖ ବୁଝିନଥିଲା । ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ବହୁବାର ଗୁହାରି କରି ଥିବାବେଳେ ଏପର୍ଯ୍ୟନ୍ତ ସମସ୍ୟା ସମାଧାନ ହୋଇ ପାରିଲା ନାହିଁ । ତେବେ ବର୍ତମାନର ବିଜେପି ସରକାର ସାଧାରଣ ଲୋକଙ୍କ ଦୁଃଖ ଦୂର କରିବା ନେଇ ବେଶ୍ ଆଶା ବାନ୍ଧିଛନ୍ତି ଏଠାକାର ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The road to the village is not connected. | Argus News