Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଣ ଭିଡୁଥିବାବେଳେ ବିସ୍ଫୋରଣରେ ଉଡ଼ିଲା ଛାତ

Rashmita Mishra
Browse all articles by Rashmita Mishra
·1 year ago
ବାଣ ଭିଡୁଥିବାବେଳେ ବିସ୍ଫୋରଣରେ ଉଡ଼ିଲା ଛାତ

ଅର୍ଗସ ବ୍ୟୁରୋ: ବାଣ ଭିଡୁଥିବାବେଳେ ବିସ୍ଫୋରଣରେ ଉଡ଼ିଲା ଛାତ । ଯାହାଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ବଡ଼ବାଗ ଗାଁର ସୁଶୀଲ ଦାସଙ୍କ ଘରେ ଏହି ବିସ୍ଫୋରଣ ହୋଇଛି । ଛାତ ଘର ସହ ଇଟା କାନ୍ଥ ବି ଚୁରମାର ହୋଇଯାଇଛି । ସୁଶୀଲଙ୍କ ବଡ଼ ପୁଅ ଏବଂ ବଡ଼ ବୋହୂ ଙ୍କର ଏଥିରେ ମୃତ୍ୟୁ ହୋଇଛି । ସାନ ପୁଅ ଏବଂ ସାନ ବୋହୂ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି । ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇଯାଇଥିଲେ । ସଦର ଥାନା ପୋଲିସ ,ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-roof-was-blown-away-by-the-explosion-while-the-arrows-were-being-fired | Argus News