Ravenshaw University / ରେଭେନ୍ସା ବିଶ୍ୱବିଦ୍ୟାଳୟର ବିକଳ ଦୃଶ୍ୟ, ଖୋଲା ଆକାଶ ତଳେ ପାଠ ପଢ଼ା

Key Points
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିକଳ ଦୃଶ୍ୟ । ରାସ୍ତାରେ ପାଠ ପଢ଼ିଲେ ରେଭେନ୍ସା ୟୁଜି ଓଡ଼ିଆ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ସାର ମଧ୍ୟ ଓଡ଼ିଆ କ୍ଳାସ ନେଇଥିଲେ । କିନ୍ତୁ ତାହା ପୁଣି ଖୋଲା ଆକାଶ ତଳେ । କ୍ଳାସରୁମ ବିପଦସଂକୁଳ ଅବସ୍ଥାରେ ରହିଥିବା କାରଣରୁ ବାଧ୍ୟ ହୋଇ କୁଳପତି କାର୍ଯ୍ୟଳୟ ସାମ୍ନାରେ ପାଠ ପଢ଼ିଥିଲେ ବିଭାଗର ଛାତ୍ରଛାତ୍ରୀ । କୌଣସି ବି ମୁହୂର୍ତ୍ତରେ ସିଲିଂ ଖସିବା ସମ୍ଭାବନା ରହିଥିବା କାରଣରୁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବିଭାଗର ଛାତ୍ରଛାତ୍ରୀ।
୨୦ ଦିନ ହେବ ଏନେଇ ଅଭିଯୋଗ କରିଥିଲେ ସୁଦ୍ଧା ଏଯାବତ କୌଣସି ପଦକ୍ଷେପ ଗ୍ରହଣ ନ କରାଯିବାରୁ ଏଭଳି ପ୍ରତିବାଦ କରିଛନ୍ତି ବିଭାଗର ଛାତ୍ରଛାତ୍ରୀ । ଅନ୍ୟପଟେ ରେଭେନ୍ସା କର୍ତ୍ତୃକ୍ଷଙ୍କ ପ୍ରତିକ୍ରିୟା ଏଯାବତ ମିଳି ପାରିନାହିଁ । ଖବରମୁତାବକ, କିଛି ଦିନ ତଳେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗରେ କ୍ଲାସରୁମ୍ ସିଲିଂ ଖସି ପଡିଥିଲ । ଏହାପରେ ଛାତ୍ରଛାତ୍ରୀମାନେ ମରାମତି ପାଇଁ ରେଜିଷ୍ଟ୍ରାରଙ୍କୁ ଜଣାଇଥିଲେ। ହେଲେ ରେଜିଷ୍ଟ୍ରାର କୌଣସି ପଦକ୍ଷେପ ନେଇନଥିଲେ। ତେବେ ୭/୮ ଦିନ ମଧ୍ୟରେ ମରାମତି ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ ।
📱 Get Argus News App
✨Related Topics
Explore more stories