Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗାଁରେ ପହଁଞ୍ଚିଛି ଯୋଜନା, ହେଲେ ଲୋକ ପାଉନାହାନ୍ତି ଲାଭ

Odisha

ଗାଁରେ ପହଁଞ୍ଚିଛି ଯୋଜନା, ହେଲେ ଲୋକ ପାଉନାହାନ୍ତି ଲାଭ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗାଁରେ ପହଁଞ୍ଚିଛି ଯୋଜନା, ହେଲେ ଲୋକ ପାଉନାହାନ୍ତି ଲାଭ

ରାୟଗଡ଼ା ସଦର ବ୍ଲକ କୁମ୍ଭୀକଟା ପଞ୍ଚlୟତର ଟିଟିଝୋଲା ଏବଂ ପୋଡ଼ମରା । ଗାଁ କହିଲେ ଯୋଜନାରୁ ବଞ୍ଚିତ, ଲୋକ କହିଲେ ଅସହାୟ। ପୋଡ଼ମରାରେ ୧୦୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି। ପାନୀୟ ଜଳ ନିମନ୍ତେ ମାତ୍ର ଦୁଇଟି ନଳକୂପ ଅଛି। ମାତ୍ର ଏହି ପାଣି ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇବା ପାଇଁ ସମ୍ଭବ ହେଉନି। ଗାଁରେ ଆଜିପର୍ଯ୍ୟନ୍ତ ଆବାସ ଘର ମିଳିନାହିଁ। ଆଜିବି ଲୋକେ କଚ୍ଚା ଘର ଉପରେ ଟିଣ ପକାଇ ରହୁଛନ୍ତି। ଗାଁକୁ ପକ୍କା ସଡ଼କ ସଂଯୋଗ ହୋଇପାରିନି। ଫଳରେ ଲୋକେ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଟିଟିଝୋଲାରେ ୬୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରନ୍ତି । ଏଠି ମଧ୍ୟ ସମାନ ଅବସ୍ଥା। ପାନୀୟ ଜଳ ସଙ୍କଟ ଏଠି ମଧ୍ୟ ଉତ୍କଟତର । ଗାଁ ଦାଣ୍ଡରେ ମାଳମାଳ ଷ୍ଟାଣ୍ଡପୋଷ୍ଟ ଲାଗିଛି ମାତ୍ର ସେଥିରୁ ବାହାରୁନି ପାଣି। ଦିର୍ଘ ଦିନ ହେବ ଖାଲି ଲୋକ ଦେଖାଣିଆ ଭାବେ ଠିଆ ହୋଇଛି ଷ୍ଟାଣ୍ଡପୋଷ୍ଟ। ଏଠି ମଧ୍ୟ ଆବାସ ସମସ୍ୟା। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଅଛି ମାତ୍ର ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଫଳରେ କୋମଳମତି ଶୁଶୁ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ତା ସହ ପୁଷ୍ଟିକର ରନ୍ଧା ଖଦ୍ୟରୁ ବଞ୍ଚିତ ହୋଉଛନ୍ତି।
ସମସ୍ୟା ମଧ୍ୟରେ ଦୁର୍ଗମର ଦୁଇ ଉପାନ୍ତ ଗାଁ। ଏଠି ଯୋଜନା ବିନା ଅସହାୟ ଜୀବନ ବଞ୍ଚିଛନ୍ତି ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
the-scheme-has-reached-the-villages-but-people-are-not-getting-the-benefits | Argus News