Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆର୍ଯ୍ୟପଲ୍ଲୀରେ କୂଳ ଲଙ୍ଘୁଛି ସମୁଦ୍ର, ୨୦ ମିଟର ବାଲୁକା ଶଯ୍ୟାକୁ ଲୀନ କରିସାରିଲାଣି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆର୍ଯ୍ୟପଲ୍ଲୀରେ କୂଳ ଲଙ୍ଘୁଛି ସମୁଦ୍ର, ୨୦ ମିଟର ବାଲୁକା ଶଯ୍ୟାକୁ ଲୀନ କରିସାରିଲାଣି

Key Points

ଗଞ୍ଜାମ ଆର୍ଯ୍ୟପଲ୍ଲୀରେ କୂଳ ଲଙ୍ଘୁଛି ସମୁଦ୍ର

ସମୁଦ୍ର ଆଁରେ ପଶିଲା ୨ଟି ମନ୍ଦିର

୨୦ ମିଟର ବାଲୁକା ଶଯ୍ୟାକୁ ନିଜ ଭିତରେ ଲୀନ କରିସାରିଲାଣି ସମୁଦ୍ର

ଗଞ୍ଜାମ ଆର୍ଯ୍ୟପଲ୍ଲୀରେ କୂଳ ଲଙ୍ଘୁଛି ସମୁଦ୍ର । ସମୁଦ୍ର ଆଁରେ ପଶିଲା ୨ଟି ମନ୍ଦିର । ବର୍ତ୍ତମାନ ସୁଦ୍ଧା ୨୦ ମିଟର ବାଲୁକା ଶଯ୍ୟାକୁ ନିଜ ଭିତରେ ଲୀନ କରି ସାରିଲାଣି ସମୁଦ୍ର । ଗାଁର ଦୁଇଟି ମନ୍ଦିର ଗଙ୍ଗାଦେବୀ ପୀଠ ଓ ଠାକୁରାଣୀ ପୀଠ ସମୁଦ୍ର ପାଣିରେ ଲୀନ ହୋଇଯାଇଛି । ସେପଟେ ଶୁଖୁଆ ପ୍ଲାଟ୍‌ଫର୍ମ ବିପଦସଙ୍କୁଳ ସଙ୍କୁଳ ଅବସ୍ଥାରେ ରହିଛି । ପୂର୍ବରୁ ଗାଁର ମତ୍ସ୍ୟଜୀବୀମାନେ ସମୁଦ୍ରରୁ ମାଛ ଧରିବା ପରେ ତାକୁ ଶୁଖୁଆ କରିବା ପାଇଁ ଏହି ପ୍ଲାଟଫର୍ମକୁ ବ୍ୟବହାର କରୁଥିଲେ । ସେଠାରୁ ଆଉ ମାତ୍ର ଅଳ୍ପ ଦୂରରେ ରହିଛି ଉଚ୍ଚା ଢେଉ । ଶୀଘ୍ର ପ୍ଲାଟ୍‌ଫର୍ମ ସମେତ ହରଚଣ୍ଡୀ ମନ୍ଦିର ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା କରିଛନ୍ତି ଗାଁଲୋକେ । 

୨ଟି ମନ୍ଦିର ଗାଁ ନିକଟରେ ସମୁଦ୍ର କୂଳ ଲଙ୍ଘୁଥିବାରୁ ପଞ୍ଚାୟତବାସୀ ଭୟଭୀତ ହୋଇପଡିଛନ୍ତି। ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମାଡ଼ି ଆସିବାରୁ ସାନ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ଥିବା ୨ ଟି ମନ୍ଦିର ଭାଙ୍ଗି ସମୁଦ୍ରରେ ଲୀନ ହୋଇଯାଇଛି। ଏପରି କି ଗତ ୩ ବର୍ଷ ମଧ୍ୟରେ ସମୁଦ୍ର ୩ କିଲୋମିଟର ଦୂରତା କୂଳ ଲଂଘୁ ଥିବା ବେଳେ ଆଗାମୀ ଦିନରେ ସମୁଦ୍ର କୂଳରେ ସମ୍ପୂର୍ଣ୍ଣ ଗ୍ରାମଟି ଲୀନ ହୋଇଯିବ ବୋଲି କହିଛନ୍ତି ମତ୍ସଯିବି ମାନେ । ଏହି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।


ଜୁଆର ମାଡ଼ରେ କ୍ଷତିଗସ୍ତ ହୋଇଥିବା ଆଶ୍ରୟସ୍ଥଳୀ ନିକଟରେ କିଛି ଘର ଥିବାରୁ ସଂପୃକ୍ତ ପରିବାର ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପଚାଂୟତବାସୀ କହିବା ମୁତାବକ ପୂର୍ବରୁ ସମୁଦ୍ର ଗ୍ରାମ ଠାରୁ ୨ କି.ମି ଦୂରରେ ଥିବା ବେଳେ ଏବେ ସମୁଦ୍ର କ୍ରମେ ଗ୍ରାମର ନିକଟବର୍ତ୍ତୀ ହେବାରେ ଲାଗିଛି। ଗ୍ରାମ ଠାରୁ ଏବେ ସମୁଦ୍ର ଆଉ ମାତ୍ର ୫୦ ମିଟର ଦୂରରେ ରହିଛି। ଏଣୁ ଗ୍ରାମକୁ ସୁରକ୍ଷା ପ୍ରଦାନ କରିବା ଲାଗି ଗାର୍ଡ ୱେଲ ନିର୍ମାଣ କରିବାକୁ ଦାବି ହୋଇଛି l ଯଦି ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନ ହେଲେ ଗୋପାଳପୁର ପୋର୍ଟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ମାନେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-sea-is-breaking-the-shore-in-aryapalli | Argus News