Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫୁଲୁଛି ସମୁଦ୍ର, ଭିତରକନିକା ଉପରେ ସଂକଟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଫୁଲୁଛି ସମୁଦ୍ର, ଭିତରକନିକା ଉପରେ ସଂକଟ

ଭୟଙ୍କର ରୂପ ନେଉଛି ଜଳବାୟୁ ପରିବର୍ତ୍ତନ । ଯାହାର ସିଧାସଳଖ ପ୍ରଭାବ ପଡୁଛି ସମୁଦ୍ରର ଜଳସ୍ତର ଉପରେ । ଗ୍ଲୋବାଲ୍ ୱାର୍ମିଂ ଫଳରେ ମେରୁରେ ଗଚ୍ଛିତ ବରଫ ତରଳିବା ଫଳରେ ବଢୁଛି ସମୁଦ୍ରର ଜଳପତ୍ତନ। ଆଉ ଆଁ କରି ସମୁଦ୍ରର ଜଳରାଶି ମାଡ଼ି ଆସୁଛି ଗାଁ ଗଣ୍ଡା ଆଡ଼କୁ। ଦିନେ ସମୁଦ୍ରଠାରୁ 3ରୁ 5 କିଲୋମିଟର ଦୂରରେ ଥିବା ସେ ଅଂଚଳ ଏବେ ଜଳସମାଧି ନେବାକୁ ବସିଛି। ଆଉ ୟା ଭିତରେ ଆହୁରି ଡରାଇଦେବା ଭଳି ରିପୋର୍ଟ ପ୍ରକାଶ କରିଛି ଆମେରିକାର ନ୍ୟୁଜର୍ସି ସ୍ଥିତ ବିଜ୍ଞାନ ପତ୍ରିକା କ୍ଲାଇମେଟ୍ ସେଣ୍ଟ୍ରାଲ୍‌ । ଯାହାର ରିପୋର୍ଟରେ କରାଯାଇଛି ଭୟଙ୍କର ଆକଳନ । ରାଜ୍ୟ ସରକାରଙ୍କ ଜଳବାୟୁ ପରିବର୍ତ୍ତନ ଆକ୍ସନ୍ ପ୍ଲାନ୍ ରିପୋର୍ଟରେ ଏହି ତଥ୍ୟର ଉଲ୍ଲେଖ କରାଯାଇଛି। ଏଭଳି ହେଲେ ଭିତରକନିକା ଜାତୀୟ ଉଦ୍ୟାନ ସହ କେନ୍ଦ୍ରାପଡ଼ା ରାଜନଗରର ବହୁ ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଯିବ।

କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଓଡ଼ିଶାର ସାତଭାୟା ଅଞ୍ଚଳରେ ସମୁଦ୍ର ୪ ବର୍ଗ କିମି ବେଳଭୂମିକୁ ଗିଳି ଦେଇଛି। ଅର୍ଥାତ୍ ସମୁଦ୍ର କୂଳ ସମାନ୍ତରାଳ ଭାବେ ୪ କିମି ଖାଇଥିବାବେଳେ ଭିତରକୁ ପ୍ରାୟ ୧ କିମି ଯାଏଁ ମାଡ଼ି ଯାଇଛି। ପେଣ୍ଠ ଅଞ୍ଚଳରେ ୬ ବର୍ଗ କିମିକୁ ମାଡ଼ି ଯାଇଛି ସମୁଦ୍ର। ଏହାବାଦ୍ ସାତଭାୟାରେ ସମୁଦ୍ର କୂଳ ମାଡ଼ିଯିବା ଦ୍ୱାରା ସେଠାକାର ବାସିନ୍ଦାଙ୍କୁ ଅନ୍ୟତ୍ର ଥଇଥାନ କରିବାକୁ ବାଧ୍ୟ ହୋଇଛନ୍ତି ସରକାର ।

ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ସମୁଦ୍ର ଜଳପତ୍ତନ ୭ ଫୁଟ୍ ବୃଦ୍ଧି ହେଲେ ଓଡ଼ିଶାର ୧୪୦ କିମି ବେଳାଭୂମି ସହ ରାଜ୍ୟର ୨୫.୬% ବେଳାଭୂମି ବିପଦରେ ପଡ଼ିବ। ଓଡ଼ିଶାର ପ୍ରାୟ ୨୫.୬% ବେଳାଭୂମିରେ ସମୁଦ୍ର କୂଳ ଲଂଗୁଛି। ୧୪୦.୭ କିମି ବେଳାଭୂମିରେ ସମୁଦ୍ର ମାଡ଼ିବାରେ ଲାଗିଛି । ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର (ଏନ୍‌ସିସିଆର) ରିପୋର୍ଟକୁ ଆଧାର କରି ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି । ଗବେଷଣା ଅନୁସାରେ ପ୍ରାୟ ୩୦ ବର୍ଷ ଭିତରେ କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଜଗତସିଂହପୁର, , ଭଦ୍ରକ, ବାଲେଶ୍ଵର ଜିଲ୍ଲାର ଉପକୂଳ ଅଞ୍ଚଳ ପାଇଁ ସମୁଦ୍ର ଜଳପ୍ଲାବନର ବଡ଼ ଆଶଙ୍କା ରହିଛି । ଏହା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିବ। ଏହିପରି ସମୁଦ୍ର କୂଳ ଲଙ୍ଘିଚାଲିଲେ ଦିନ ଆସିବ ବିଶ୍ୱ ଐତିହ୍ୟ ଭିତରକନିକା ଦିନେ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The sea is swelling, the bhitarkanika being in danger | Argus News