Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା, ମାର୍ଚ୍ଚ 8ରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ

Odisha

ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା, ମାର୍ଚ୍ଚ 8ରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା, ମାର୍ଚ୍ଚ 8ରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ

ଅର୍ଗସ ବ୍ୟୁରୋ:  ସୁଭଦ୍ରା ଯୋଜନାକୁ ନେଇ ଏମିତି କିଛି ଖବର ଆସିଛି ଯାହା ଆପଣଙ୍କୁ ଖୁସି କରିଦେବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ମାର୍ଚ୍ଚ 7ରେ ମିଳିବ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା । ମାର୍ଚ୍ଚ 8ରୁ ଦ୍ବିତୀୟ କିସ୍ତି ଟଙ୍କା ମିଳିବା ଆରମ୍ଭ ହେବ । ସୁଭଦ୍ରା ଯୋଜନରେ କୋଟିଏ ଚାରି ଲକ୍ଷ ହିତାଧିକାରୀ ରେଜିଷ୍ଟ୍ରେସନ କରିଥିଲେ। ଏବେ ସୁଧା 80 ଲକ୍ଷ 46 ହଜାର ମହିଳାଙ୍କୁ ଟଙ୍କା ମିଳିସାରିଛି। ବାକି ଆବେଦନକାରୀଙ୍କ ଫିଜିକାଲ ଭେରିଫିକେଶନ ପାଇଁ ବ୍ଲକ ସ୍ତରରେ କୁହାଯାଇଛି। 2 ଲକ୍ଷ 67 ହଜାର ଅଯୋଗ୍ୟ ଆବେଦନକାରୀଙ୍କ କ୍ଷେତ୍ରରେ ପ୍ରାୟ ଜିଲ୍ଲାରେ ବିଭାଗୀୟ ଅଧିକାରୀ ରିଭିୟୁ କରି 22 ପ୍ରତିଶତ ଅସୁବିଧା ଦୂର କରିଛନ୍ତି । ମାର୍ଚ୍ଚ ବେଳକୁ ଯୁବତୀ ଯଦି 20 ବୟସ ରୁ 21 ବୟସରେ ପାଦ ଦେଇଥିବେ ତାହେଲେ ସେ ବି ଆବେଦନ କଲେ ଟଙ୍କା ପାଇଯିବେ।

ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ସୁଭଦ୍ରା ଟଙ୍କା ଦେବା ପାଇଁ ଆମେ ଆପଣଙ୍କ ପାଖକୁ ଯିବୁ। ଆଧାର ଆଉ ରାସନ କାର୍ଡରେ ମ୍ୟାଚିଂ ନାହିଁ। ଠିକଭାବେ ଦେଖିକରି ଭେରୀ ଫାଏ କରିଦିଅନ୍ତୁ। ଏବେ ରେଜିଷ୍ଟ୍ରେସନ କଲେ ବି ଫେବୃଆରୀ ରେ ଟଙ୍କା ପାଇବେ। ସୁଭଦ୍ରା ଯୋଜନାରେ ବ୍ୟାଙ୍କ୍ ସମ୍ମୁଖରେ ପ୍ରବଳ ଭିଡ ରହୁଛି। ବ୍ୟାଙ୍କରେ ଅଯଥା ଭିଡ ନ କରିବାକୁ କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରାର ଦ୍ବିତୀୟ କିସ୍ତିର ଶୁଭ ଖବର ପାଇବା ପରେ ହିତାଧିକାରୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ।

ବଣ୍ଡା ଘାଟିରେ 1711 ଜଣ ମହିଳାଙ୍କ ଭିତରୁ 572 ଜଣ ସୁଭଦ୍ରା ପାଇସାରିଲେଣି । ବାକି ଥିବା ଅନ୍ୟମାନନଙ୍କର ଫିଜିକାଲ ଭେରୀଫିକେଶନ ହେଲେ ସେମାନେ ଟଙ୍କା ପାଇବେ । ତାଙ୍କ ପାଖକୁ ଯିବା ପାଇଁ ବିଭାଗୀୟ ସ୍ଥାନୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
The second installment money under Subhadra Yojana will be disbursed in phases from March 8, 2025, | Argus News