Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସିକ୍ୟୁରିଟିଗାର୍ଡଙ୍କ ପୁଅ ହେଲେ ଆଇଏଏସ 

Odisha

ସିକ୍ୟୁରିଟିଗାର୍ଡଙ୍କ ପୁଅ ହେଲେ ଆଇଏଏସ 

Manini Pattanayak
Browse all articles by Manini Pattanayak
·2 years ago·2 min read
ସିକ୍ୟୁରିଟିଗାର୍ଡଙ୍କ ପୁଅ ହେଲେ ଆଇଏଏସ 

ଭଦ୍ରକ:  ବାପାର ଛାତି କୁଣ୍ଢେମୋଟ।  କରତାଳି, ଶୁଭେଚ୍ଛାରେ ସ୍କୁଲ ଗୃହ  ଉଠୁଛି ପଡୁଛି। ବାପାକୁ ଦିଆଯାଉଛି  ସମ୍ବର୍ଦ୍ଧନା । କାରଣ ସ୍କୁଲର ସିକ୍ୟୁରୀଟି ଗ୍ୱାର୍ଡଙ୍କ ପୁଅ ପାଇଛନ୍ତି ଆଇଏଏସ। ଦେଶର ସର୍ବଚ୍ଚ ପ୍ରଶାସନିକ  ପରୀକ୍ଷାରେ  ଉର୍ତ୍ତିର୍ଣ୍ଣ ହୋଇଛନ୍ତି  ସିକ୍ୟୁରୀଟି ପୱନ କୁମାର ସିଂଙ୍କ ପୁଅ  ଅତୁଲ ସିଂ।  ଆଜି ପୁଅ ପାଇଁ ଗର୍ବରେ ଫାଟି ପଡୁଛି ଛାତି।  ଆଖପାଖ ଲୋକମାନେ ମୋତେ ଏବେ  ଜଣେ ଆଇଏଏସ ଅଧିକାରୀର ପିତା ଭାବେ  ସମ୍ବୋଧିତ କରି  ବହୁତ ମାନ ସମ୍ମାନ ଦେଉଛନ୍ତି।  ସତରେ  ମୋତେ ଏତେ ଖୁସି ଲାଗୁଛି ଯାହା ଶଦ୍ଦରେ ବର୍ଣ୍ଣନା କରିପାରୁନି।  ହେଲେ ଏ ଖୁସିର  ପ୍ରକୃତ ହକଦାର ହେଉଛନ୍ତି   ମୋ ସ୍ତ୍ରୀ ବୋଲି ପବନ ସିଂ କହିଛନ୍ତି।  କାରଣ ପବନଙ୍କ କହିଛନ୍ତି  ମୁ ଡ୍ୟୁଟି  ଥାଏ ରେ .. ଘର ଠାରୁ ବହୁ ଦୂରରେ। କିନ୍ତୁ ଘର କାମକାର୍ଯ୍ୟ ସହ ପୁଅର ପାଠପଢା ତ ସବୁ ଦେଖାଦେଖି କରିଥାନ୍ତି ମୋ ସ୍ତ୍ରୀ। । ପୁଅ ମଧ୍ୟ ୧୨/୧୪ ଘଣ୍ଟା ପାଠ ପଢାରେ ଦେଇଥାଏ। ଆଜି ମୋା ପୁଅ ଆଇଏଏସ ଅଫିସର ହୋଇଗଲା।

 ଏ ଶଦ୍ଦ ଥିଲା ଭଦ୍ରକର ଏକ ଘରୋଇ ସ୍କୁଲରେ  ସିକ୍ୟୁରିଗାର୍ଡର  ଚାକିରି କରୁଥିବା  ପବନ ସିଂଙ୍କର।  ଅତୁଲ ସିଂ   ୟୁପିଏସି  ପରୀକ୍ଷା  ୬୭ ରାଙ୍କ ରଖି ପରିବାରକୁ ଗର୍ବି କରିବା ସହ ଦେଶବାସୀଙ୍କୁ ଗର୍ବିତ କରିଛନ୍ତି।  ତେବେ ଅତୁଲଙ୍କ  ସଫଳତାର କାହାଣୀ  ଏକଦମ ଭିନ୍ନ।  ତାଙ୍କର ଏହି ପରିଶ୍ରମ  ଠାରୁ ତାଙ୍କ ପରିବାରର ସଙ୍ଘର୍ଷ   ଅଧିକ ସାମିଲ ଅଛି। ଅତୁଲଙ୍କ ପରିବାର ବିହାରରେ ରହୁଥିବାଳେ ବାପା ତାଙ୍କର  ଭଦ୍ରକରେ  ଚାକିରି  କରନ୍ତି।  ପରିବାରେ କେବଳ ପବନ ହିଁ ରୋଜଗାର କରିଥାନ୍ତି।  ସିକ୍ୟୁରିଟି ଗାର୍ଡ ଭାବେ ଦିନ ରାତି ପରିଶ୍ରମ କରିଥାନ୍ତି  ପବନ।  କେହି ବି ଭାବିନଥିବେ ଯେ  ଦିନେ ସି ଏହି ସିକ୍ୟୁରିଟି ଗାର୍ଡ ଙ୍କ ପୁଅ ଆଇଏଏସ ହୋଇ  ବନିବ ।  ଆଖିରେ ଖୁସିର ଲୁହ ସହ  ପିତା ପବନ ସିଂ ପୁଅର ଫଳତାର  ସଙ୍ଘର୍ଷ କହି ବୁଲୁଛନ୍ତି।  ସ୍କୁଲ କର୍ତ୍ତୃପକ୍ଷ ସମସ୍ତଙ୍କ ସମ୍ମୁଖରେ ସିକ୍ୟୁରିଟି ଗାର୍ଡ ଙ୍କ ପୁଅର ସଫଳତା ବଖାଣି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ଛାତ୍ରୀ ମାନେ ବି ପବନ ଅଙ୍କଲଙ୍କ ପୁଅ  ଆଇଏସଏ ପାଇଥିବାରୁ ସେମାନେ ବହୁତ ଖୁସି ବୋଲି କହିଛନ୍ତି।  ଅନେକ ଛାତ୍ରଛାତ୍ରୀ ସଫଳତା ଛୁଇଁ ନ ପାରିଲେ ପରିବାର ଆର୍ଥିକ ଦୁରବସ୍ଥା କୁ ଦାୟୀ କରିଥାଆନ୍ତି. କିନ୍ତୁ  ଅତୁଲ ଏହାର  ଅତୁଲ ଏହାର ପ୍ରମାଣ କରି ଦେଖାଇଛନ୍ତି ଦୃଢମନୋବଳ ଆଉ ଉଚ୍ଛା ଶକ୍ତି ସବୁଠୁ ବଡ ସମ୍ପତ୍ତି ସଫଳତା ପାଇବାର। 

ଅଧିକ ଦେଖନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Atul Singh, son of a security guard in Bhadrak, Odisha, has achieved an impressive feat by securing AIR-67 in the UPSC | Argus News