Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତୁଟିବ ସେବକ ବିବାଦ, ତ୍ରୁଟିଶୂନ୍ୟ ହେବ ରଥଯାତ୍ରା

Rashmita Mishra
Browse all articles by Rashmita Mishra
·1 year ago·1 min read
ତୁଟିବ ସେବକ ବିବାଦ, ତ୍ରୁଟିଶୂନ୍ୟ ହେବ ରଥଯାତ୍ରା

Key Points

ସେବକ ହେବେ ସମନ୍ୱିତ, ନୀତି ହେବ ସଅଳ ଓ ଶୃଙ୍ଖଳିତ
ତୁଟିବ ସେବକ ବିବାଦ, ତ୍ରୁଟିଶୂନ୍ୟ ହେବ ରଥଯାତ୍ରା
ସେବକଙ୍କ ଅସୁବିଧା ଦୂର ହେବ
ଏସପି କହିଲେ, ନୀତି ଓ ଦର୍ଶନ ଶୃଙ୍ଖଳାର ଗୁରୁ ଦାୟିତ୍ଵ ନେବେ ସେବକ

ଖୁଣ୍ଟିଆ, ଦଇତା, ସୁଆର ସମସ୍ତ ସେବାୟତଙ୍କୁ ଏକାଠି କରି ମତ ନେଇଛନ୍ତି ପୁରୀ ଏସପି । ନୀତି ସଅଳ ଓ ଶୃଙ୍ଖଳିତ ହେଲେ ଦର୍ଶନ ହେବ ଶୃଙ୍ଖଳିତ । ଆଉ ଏ ସମସ୍ତ ଗୁରୁ ଦାୟିତ୍ଵ କୁ ସେବକଙ୍କୁ ଦେବା ପାଇଁ ଅନୁରୋଧ କରିଛନ୍ତି ଏସପି । ସ୍ନାନ ପୂର୍ଣ୍ଣିମାରେ ଜଳ ଲାଗି, ପହଣ୍ଡି, ଶୃଙ୍ଖଳିତ ହେବ ନୀତି । ସମସ୍ତ ସେବକଙ୍କ ଅସୁବିଧା ଶୁଣିବା ସହ ପ୍ରତିଶ୍ରୁତି ଦେଇଛନ୍ତି ଏସପି । ଏବେ ଭକ୍ତ ଙ୍କୁ ସେବକ ଓ ପ୍ରଶାସନ ନୂଆ ଅନୁଭୁତି ଦେବା ନେଇ ଚାଲିଛି ପ୍ରସ୍ତୁତି ।

ସେପଟେ ଚଳିତ ସ୍ନାନ ଯାତ୍ରା ଓ ରଥଯାତ୍ରାରେ ଜଗିବେ ଆଣ୍ଟି କ୍ରାଇମ୍ ୟୁନିଟ୍ । ସାଧା ପୋଷାକରେ ରହି ଅପରାଧ ରୋକିବ ଏହି ସ୍ବତନ୍ତ୍ର ୟୁନିଟ୍ । ୭୦ ପ୍ଲାଟୁନ ଫୋର୍ସ,୪ ଏସପି ରାଙ୍କ ଅଧିକାରୀଙ୍କ ସମେତ ୪୫୦ ଜଣ ଅନ୍ୟ ଅଧିକାରୀ ସ୍ନାନଯାତ୍ରା ପାଇଁ ନିୟୋଜିତ ହେବେ। ଭିଡ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ରହିବ ମୁଖ୍ୟ ଉଦ୍ଦେଶ୍ୟ । ଧାଡ଼ି ରେ ଯାଇ ସହଜ ଦର୍ଶନ କରିବେ ଶ୍ରଦ୍ଧାଳୁ । ରଥ ଖଳା ରେ ମଧ୍ୟ ଗରଗରା କାମ ଚାଲିଛି । ସ୍ନାନ ଯାତ୍ରା ପୂର୍ବରୁ ରଥକୁ ଚାରି ନାହକା ଉଠିବା ପାଇଁ ହୋଇଛି ପ୍ରସ୍ତୁତି ।

ଚଳିତବର୍ଷ ରଥଯାତ୍ରାରେ ଭକ୍ତ ଙ୍କୁ ନୂଆ ଅନୁଭୁତି ଦେବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ଆସନ୍ତା ୯ ତାରିଖରେ ଦ୍ଵିତୀୟ ରଥ ସମନ୍ଵୟ ବୈଠକରେ ରଥଯାତ୍ରା ପାଇଁ ଟିପ୍ସ ଦେବେ ଆଇନମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-servant-dispute-will-be-resolved-the-rath-yatra-will-be-error-free | Argus News