Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୭୫ କିମି ଦୈର୍ଘ୍ୟ ନିର୍ମାଣାଧୀନ ରେଳମାର୍ଗରେ ୭ଟି ସୁଡ଼ଙ୍ଗର ଖନନ କାର୍ଯ୍ୟ ସଫଳ

Banajyotshna Ray
Browse all articles by Banajyotshna Ray
·1 year ago·1 min read
୭୫ କିମି ଦୈର୍ଘ୍ୟ ନିର୍ମାଣାଧୀନ ରେଳମାର୍ଗରେ ୭ଟି ସୁଡ଼ଙ୍ଗର ଖନନ କାର୍ଯ୍ୟ ସଫଳ

Key Points

ଖୋଲିଲା ସୁଙ୍ଗଡ

୭ଟି ସୁଡଙ୍ଗର ଖନନ କାର୍ଯ୍ୟ ସଫଳତା

ସୁଡଙ୍ଗ ନମ୍ବର T2 ର ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ


ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପରେ ନୟାଗଡ ଜିଲ୍ଲାର ବୁଗୁଡ଼ା ଏବଂ ଦଶପଲ୍ଲା ମଧ୍ୟରେ ଅବସ୍ଥିତ ସୁଡଙ୍ଗ ନମ୍ବର T2 ର ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ ହୋଇଛି । ଯାହା ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି । ଏହି ରଣନୈତିକ ରେଳ କରିଡରରେ ସମସ୍ତ ୭ଟି ସୁଡଙ୍ଗରେ ଖନନ କାର୍ଯ୍ୟ ସମାପ୍ତ ହେବା ସହିତ ଶେଷ ସୁଡ଼ଙ୍ଗ T2 କାର୍ଯ୍ୟ ୩୦ ମେ ୨୦୨୫ ରେ ସମାପ୍ତ ହୋଇଛି । ଆଧୁନିକ ରେଳ ପଥ ନିର୍ମାଣରେ 1,775 ମିଟର ଦୈର୍ଘ୍ୟ T2 ସୁଡ଼ଙ୍ଗ 2-ଡିଗ୍ରୀ ବକ୍ର ସହ ନିର୍ମାଣ କରାଯାଇଛି । ଏହା ନୂତନ ପ୍ରଯୁକ୍ତିବିଦ୍ୟା ପଦ୍ଧତି - ନୂତନ ଅଷ୍ଟ୍ରିଆନ୍ ଟନେଲିଂ ପଦ୍ଧତି (NATM) ରେ ନିର୍ମିତ ହୋଇଛି ।


ସୁଡଙ୍ଗ T2 ନୟାଗଡ ଜିଲ୍ଲାର ଦ୍ୱିତୀୟ ଦୀର୍ଘତମ ସୁଡଙ୍ଗ ଏବଂ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ଚ୍ୟାଲେଞ୍ଜିଂ ପୂର୍ବଘାଟ ଭୂଖଣ୍ଡକୁ ଦୂର କରିବା ପାଇଁ ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଟନେଲିଂ ପଦ୍ଧତି ବ୍ୟବହାର କରି ନିର୍ମାଣ କରାଯାଇଛି । ଯାହା ଭାରତୀୟ ରେଳବାଇ ପାଇଁ ଭିତ୍ତିଭୂମି କାର୍ଯ୍ୟାନ୍ୱୟନରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି । T2 ସୁଡ଼ଙ୍ଗ ସମାପ୍ତ ହେବା ସହିତ ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ୭୫ କିଲୋମିଟର ଦୈର୍ଘ୍ୟ ନିର୍ମାଣାଧୀନ ରେଳମାର୍ଗରେ ସମସ୍ତ ୭ଟି ସୁଡ଼ଙ୍ଗର ଖନନ କାର୍ଯ୍ୟରେ ସଫଳତା ହାସଲ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-seven-tunnels-on-the-75-km-section-of-the-khurda-road-balangir-railway-line-under-construction-have-been-successfully-excavated-according-to-the-week | Argus News