ବାଲେଶ୍ଵର ଇସାଣୀ ଗାଁ ମଶାଣୀରେ ଶେକକୃତ୍ୟ ସମ୍ପନ୍ନ

ବାଲେଶ୍ବର ଇସାଣୀ ଗାଁ ମଶାଣୀରେ ଶେକକୃତ୍ୟ ସମ୍ପନ୍ନ । ପ୍ରଶାନ୍ତ ଶତପଥୀଙ୍କୁ ମୁଖାଗ୍ନି ଦେଲେ ତାଙ୍କ କୁନି ପୁଅ । ଗାଁଶ୍ମଶାନରେ ଜଳିଲା ଆତଙ୍କୀ ଗୁଳିର ଶିକାର ପ୍ରଶାନ୍ତ ଶତପଥୀଙ୍କ ଚିତା। ଲୁହ ଛଳଛଳ ଆଖିରେ ପ୍ରଶାନ୍ତଙ୍କୁ ଅଶ୍ରୁଳ ବିଦାୟ ଜଣାଇଲା ଜନ୍ମମାଟି। କୁନି ପୁଅ ମୁଖାଗ୍ନି ଦେବା ପରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପ୍ରଶାନ୍ତ ଶତପଥୀ। ବାଲେଶ୍ୱର ଜିଲ୍ଲା ଇସାଣୀ ଗାଁ ଶ୍ମଶାନରେ ଜଳିଛି ପ୍ରଶାନ୍ତଙ୍କ ଚିତା।
ଦିବଂଗତ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶେଷଯାତ୍ରାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ସାମିଲେ ହେଲେ ହଜାର ହଜାର ଲୋକ ।
ବାଲେଶ୍ବର ନିଶାଣୀ ଗାଁରେ ଶୋକାକୁଳ ପରିବେଶ । ପ୍ରଶାନ୍ତଙ୍କୁ ଝୁରୁଛି ଜନ୍ମମାଟି । ବାହୁନି ବାହୁନି କାନ୍ଦୁଛନ୍ତି ପ୍ରଶାନ୍ତଙ୍କ ପରିବାର ଓ ଆତ୍ମୀୟ ସ୍ବଜନ । ସେପଟେ ମୃତ ପ୍ରଶାନ୍ତଙ୍କ ପରିବାର ବର୍ଗଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ ଲକ୍ଷର ସହାୟତ ରାଶି । ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ ଚାକିରି, ପୁଅର ପାଠପଢ଼ା ବ୍ୟବସ୍ଥା କରାଯିବା ନେଇ ସିଏମଙ୍କ ଘୋଷଣା