Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀଗୁଣ୍ଡିଚା ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

Odisha

ଶ୍ରୀଗୁଣ୍ଡିଚା ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

Smruti Parija
Browse all articles by Smruti Parija
·2 years ago
ଶ୍ରୀଗୁଣ୍ଡିଚା ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

ପୁରୀ:  ହଟିଲା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ପାର୍ଶ୍ଵ ଅବରୋଧ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଜି ଏହି ଅବରୋଧ ସ୍ଥାନ,ପିଣ୍ଡି ଗୁଡିକ ଉଚ୍ଛେଦ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଚୀର ପାର୍ଶ୍ଵରେ ଏହି ଅବରୋଧ ସ୍ଥାନ ଗୁଡିକ ରହିଥିଲା । ଯାହାଫଳରେ ବିଭିନ୍ନ ଅବରୋଧକାରୀଙ୍କ ଦୌରାତ୍ମ ବଢ଼ିବାରେ ଲାଗିଥିଲା । 

ଶ୍ରୀମନ୍ଦିରରେ ଠେଲାପେଲା, ୧୦ରୁ ଉର୍ଦ୍ଧ୍ବ ଆହତ

ଏଠାରେ ବିଭିନ୍ନ ଛୋଟ ଛୋଟ ମନ୍ଦିର ଓ ପିଣ୍ଡି କରି ଆଡ୍ଡା ଜମାଇଥିଲେ ବିଭିନ୍ନ ବ୍ୟକ୍ତି ବିଶେଷ । ଏହା ମୁଖ୍ୟ ମନ୍ଦିର ଓ ଏହାର କୀର୍ତ୍ତିରାଜିକୁ ଘୋଡାଇ ରଖୁଥିଲା । ଏବେ ଉଚ୍ଛେଦ ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସ୍ଥାନକୁ ବ୍ୟାରିକେଡ ମାଧ୍ୟମରେ ସୁରକ୍ଷିତ କରାଯିବା ସହ ୨୪ ଘଣ୍ଟିଆ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ । ଏହି ସ୍ଥାନରେ ସୌନ୍ଦର୍ଯ୍ୟକରଣ କରାଯିବା ସହ ପ୍ଲାଣ୍ଟେସନ ମଧ୍ୟ କରାଯିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Argus Whatsapp Channel Mobile Top
Sponsored
The side blockade in front of Srigundicha temple was removed | Argus News