Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସନ୍ଧ୍ୟାରେ ବାଜିବ ସାଇରନ୍, ତା' ପରେ ଆରମ୍ଭ ହେବ ଯୁଦ୍ଧ !

Rashmita Mishra
Browse all articles by Rashmita Mishra
·1 year ago·2 min read
ସନ୍ଧ୍ୟାରେ ବାଜିବ ସାଇରନ୍, ତା' ପରେ ଆରମ୍ଭ ହେବ ଯୁଦ୍ଧ !

ଆସନ୍ତାକାଲି ଅପରାହ୍ନ ୪ଟାରେ ହେବ ମକ୍ ଡ୍ରିଲ୍ । ୫ ମିନିଟ୍ ଧରି ବାଜିବ ସାଇରନ୍ । ଏହାପରେ ସମସ୍ତେ ସତର୍କ ରହିବେ। ଶତ୍ରୁ ବିମାନ ଆକ୍ରମଣ କଲେ ସାଧାରଣ ନାଗରିକ ମାନେ କିପରି ପ୍ରସ୍ତୁତ ରହିବେ ସେ ନେଇ ଲୋକମାନଙ୍କୁ ସଚେତନ କରାଯିବ ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ସାଇରନ ବାଜିବା ପରେ ଲୋକମାନେ ସୁରକ୍ଷିତ ରହିବାକୁ କଂକ୍ରିଟ୍ ଛାତ ତଳକୁ ଚାଲିଯିବେ । ବସ୍ତି ବାସିନ୍ଦାମାନଙ୍କୁ ନିର୍ଦ୍ଧାରିତ ଆଶ୍ରୟ ସ୍ଥଳକୁ ନିଆଯିବ । ଆସନ୍ତାକାଲି ସହରାଞ୍ଚଳ ସହ ଉପକୂଳ ଜିଲ୍ଲାରେ ମକ୍ ଡ୍ରିଲ୍ କରାଯିବ । ଏହି ପ୍ରକ୍ରିୟା ୭ଦିନ ଧରି ଚାଲିବ । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବାତ୍ୟା ଆଶ୍ରୟସ୍ଥଳଗୁଡିକରେ ଲୋକମାନେ ଆଶ୍ରୟ ନେଇପାରିବେ । ଆଜି ମକ୍ ଡ୍ରିଲ୍ ପ୍ରସଙ୍ଗରେ ଗୃହ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା।

ଗୃହ ବିଭାଗ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ, ଅଗ୍ନିଶମ ଡିଜିଙ୍କ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । କେନ୍ଦ୍ରର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ । ଆସନ୍ତାକାଲିର ପ୍ରସ୍ତୁତି ନେଇ କରିରିଛନ୍ତି ଆଲୋଚନା । ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକ୍ ଡ୍ରିଲ୍ । ଭୁବନେଶ୍ବର, ତାଳଚେର, ବାଲେଶ୍ବର, କୋରାପୁଟରେ ମକ୍ ଡ୍ରିଲ୍ । ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡାରେ ହେବ ମକ୍ ଡ୍ରିଲ୍ ।

ସେପଟେ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଉପରେ ଦିଆଯାଇଛି ଗୁରୁତ୍ବ । ସବୁ ରାଜ୍ୟର ମୁଖ୍ୟ ସଚିବଙ୍କ ସହ ସିଭିଲ ଡିଫେନସର ଅଧିକାରୀମାନେ ଭିଡିଓ କନଫରେନସିଂରେ ସାମିଲ ହୋଇଥିଲେ । ଓଡ଼ିଶାରୁ ଗୃହ ବିଭାଗ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ, ଅଗ୍ନିଶମ ଡିଜିଙ୍କ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମକ୍ ଡ୍ରିଲ୍ ପାଇଁ ନିର୍ଦ୍ଦେଶ ଦେବା ପରେ ୨୫୯ଟି ଜିଲ୍ଲାର ପ୍ରସ୍ତୁତି ଚାଲିଛି ।

୧୯୭୧ ମସିହା ପରେ ପ୍ରଥମ ଥର ଆସନ୍ତାକାଲି ସାରା ଦେଶରେ ନାଗରିକ ସୁରକ୍ଷା ମକ୍ ଡ୍ରିଲ୍ ପାଇଁ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀକାଳୀନ ପ୍ରସ୍ତୁତି ବୃଦ୍ଧି, କ୍ରାସ୍ ବ୍ଲାକ୍ ଆଉଟ୍ ପାଇଁ ତୟାରୀ, ଯୁଦ୍ଧ ସ୍ଥିତିରେ ସ୍ଥାନାନ୍ତର ଅଭ୍ୟାସରେ ସାମିଲ ହେବେ ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକ । ଜମ୍ମୁ-କାଶ୍ମୀରର ୧୭ଟି ସ୍ଥାନରେ ହେବ ମକ୍ ଡ୍ରିଲ୍ । ଆସନ୍ତାକାଲି ଗାଁରୁ ସହର ଯାଏଁ ମକ୍ ଡ୍ରିଲ୍ ପାଇଁ ପ୍ରସ୍ତୁତି । ଆଜି ଦେଶର ବିଭିନ୍ନ ସ୍ଥାନରେ ମକ୍‌ଡ୍ରିଲ୍‌ର ପୂର୍ବ ପ୍ରସ୍ତୁତି କରାଯାଇଛି । ଦିଲ୍ଲୀ, ଲକ୍ଷ୍ନୌ, ଶ୍ରୀନଗର ଆଦି ସ୍ଥାନରେ ମକ୍‌ଡ୍ରିଲ୍‌ର ପୂର୍ବ ପ୍ରସ୍ତୁତି କରାଯାଇଛି ।

ତେବେ ମକ୍ ଡ୍ରିଲ ସମୟରେ କଣ କରାଯିବ ଜାଣନ୍ତୁ...ବିମାନ ଆକ୍ରମଣ ଚେତାବନୀ ସାଇରନ କାର୍ଯ୍ୟକ୍ଷମ କରାଯିବ । ଜରୁରୀ ସ୍ଥିତିରେ ନିଜ ସୁରକ୍ଷା ପାଇଁ ଛାତ୍ର ଓ ନାଗରିକଙ୍କୁ ତାଲିମ ଦିଆଯିବ । ମକ୍ ଡ୍ରିଲ ସମୟରେ ବ୍ଲାକ୍ ଆଉଟ୍ ବ୍ୟବସ୍ଥା ସହ ବିଦ୍ୟୁତ ସଂଯୋଗ କାଟିଦିଆଯିବ । ଗୁରୁତ୍ବପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନ ଓ ଠିକଣା ଗୁଡ଼ିକୁ ସୁରକ୍ଷିତ କରିବାକୁ ନିଆଯିବ ପଦକ୍ଷେପ । ସ୍ଥାନାନ୍ତର ପ୍ରକ୍ରିୟାର ଅଭ୍ୟାସ ପାଇଁ ରିହର୍ସାଲ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-siren-will-sound-in-the-evening-then-the-war-will-begin | Argus News