|
logo
Live
Argus News App
GET APP

Argus News - ଅନୁଗୁଳରେ ସ୍ଥିତି ଗମ୍ଭୀର ! ବିନା ମାସ୍କରେ ବାହାରକୁ ବାହାରି ହେଉନି...

Odisha

Pollution / ଅନୁଗୁଳରେ ସ୍ଥିତି ଗମ୍ଭୀର ! ବିନା ମାସ୍କରେ ବାହାରକୁ ବାହାରି ହେଉନି...

Satyendu Sekhar Mishra
Browse all articles by Satyendu Sekhar Mishra
·4 months ago·2 min read
ଅନୁଗୁଳରେ ସ୍ଥିତି ଗମ୍ଭୀର ! ବିନା ମାସ୍କରେ ବାହାରକୁ ବାହାରି ହେଉନି...
Pollution

Key Points

ଆମ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା।
ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅନେକ ଆଇନ ଗଠନ କରିଛନ୍ତି।

ଗମ୍ଭୀର ସ୍ଥିତିରେ ଅନୁଗୁଳରେ ବାୟୁ ଓ ଜଳ ପ୍ରଦୂଷଣ ଧାରଣ କରିଛି । ବାୟୁମାନ ସୂଚକାଙ୍କ ବା ଏକ୍ୟୁଆଇ ୩୦୦ ଉପରେ ରହୁଥିବାରୁ ଏଠାକାର ପ୍ରଦୂଷଣ ଦିଲ୍ଲୀକୁ ବି ପାର୍‌ କରିଗଲାଣି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଗୁଳ ଆଞ୍ଚଳିକ କାର୍ଯ୍ୟାଳୟର ସୂଚନା, ପାଗ ପରିବର୍ତ୍ତନ ପାଇଁ ପ୍ରଦୂଷଣର ମାତ୍ରା ବଢ଼ି ଯାଇଛି । କୁହୁଡ଼ି ପଡ଼ିବାରୁ କ୍ଷୁଦ୍ର ଧୂଳିକଣା ଗୁଡ଼ିକ କୁଆଡ଼େ ଯାଇପାରିଲା ନାହିଁ । ସାଧାରଣତଃ ଶୀତ ଦିନେ ଏମିତି ସମସ୍ୟା ହୁଏ । ତେବେ ହଠାତ୍‌ ପ୍ରଦୂଷଣ ବଢ଼ିଯିବା ପଛରେ ପାଣିପାଗ ସହ ଅନ୍ୟାନ୍ୟ କାରଣ ବି ରହିଛି ।

ଏବେ ନିର୍ମାଣ କାମ ଅଧିକ ଚାଲୁଛି । ଏହା ସହ କିଛି ଦିନ ହେଲା ବର୍ଷା ହୋଇ ନଥିବାରୁ ପ୍ରଦୂଷଣର ମାତ୍ରା ଅଧିକ ରହିଛି । ଖରା ହେଲେ ଧୂଳିକଣା ଉପରକୁ ଚାଲିଯିବ ଏବଂ ସ୍ଥିତିରେ ସୁଧାର ଆସିବ ବୋଲି କୁହାଯାଇଛି । ଅନୁଗୁଳରେ ହଠାତ୍‌ ବାୟୁ ପ୍ରଦୂଷଣ ଏମିତି ବଢ଼ିବାକୁ ପ୍ରଦୂଷଣ ବିଭାଗ ସ୍ବାଭାବିକ କହିଛି । ପାଗ ସୁଧୁରିଲେ ପ୍ରଦୂଷଣ କମିବ ବୋଲି ସୂଚନା ଦେଇଛି ।

ଅନ୍ୟପଟେ ମଙ୍ଗଳବାର ୨ ଡିସେମ୍ବରରେ, ଦେଶ ପାଳୁଛି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଜଳ, ବାୟୁ ଓ ମୃତ୍ତିକାକୁ ପ୍ରଦୂଷଣ ମୁକ୍ତ ରଖିବା । ଶିଳ୍ପ ବିପର୍ଯ୍ୟୟର ନିୟନ୍ତ୍ରଣ ବିଷୟରେ ସଚେତନତା ସୃଷ୍ଟି କରିବା । ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଉଦ୍ୟମ କରିବା। ଆମ ପରିବେଶକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅନେକ ଆଇନ ଗଠନ କରିଛନ୍ତି।

ଏହି ଦିବସକୁ ପାଳନ କରିବା ସହିତ ସରକାର ଗଠନ କରିଥିବା ଆଇନ ପ୍ରତି ସଚେତନ ହେବା । ପ୍ରଦୂଷଣର ଅନେକ କାରଣ ଅଛି । ଫାୟାର କ୍ରାକର, ବୋମା ବିସ୍ଫୋରଣ, ଶିଳ୍ପାଞ୍ଚଳ, ଯାନବାହନରୁ ବିଷାକ୍ତ ଗ୍ୟାସ ଲିକ ପରିବେଶକୁ ପ୍ରଦୂଷଣ କରୁଛି । ଏହି ସମସ୍ତ ପ୍ରଦୂଷଣର ଉତ୍ସକୁ ରୋକିବା ପାଇଁ ଚିନ୍ତା କରିବାର ଆଜି ଦିନ ଟିଏ ।

ସେହିପରି ଦୁଃଖଦ ଭୋପାଳ ଗ୍ୟାସ ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ସ୍ମୃତିରେ ମଧ୍ୟ ଏହି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ କରାଯାଏ । ଭୋପାଳ ଗ୍ୟାସ ବିପର୍ଯ୍ୟୟକୁ ବିଶ୍ଵର ସବୁଠାରୁ ଖରାପ ଶିଳ୍ପ ବିପର୍ଯ୍ୟୟ ଭାବରେ ବିବେଚନା କରାଯାଏ । ଅତ୍ୟଧିକ କ୍ଷତିକାରକ ମିଥାଇଲ ଆଇସୋକିଆନେଟ ଗ୍ୟାସ ଲିକ ଯୋଗୁଁ ଘଟିଥିଲା ଏହି ବିପର୍ଯ୍ୟୟ । ଏହି ଦୁଃଖଦ ଘଟଣାରେ ପ୍ରାୟ ୩ ହଜାର ୭୮୭ ଜଣଙ୍କର ମୃତ୍ୟୁ ଘଟିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pollution: ଅନୁଗୁଳରେ ସ୍ଥିତି ଗମ୍ଭୀର ! ବିନା ମାସ୍କରେ ବାହାରକୁ ବାହାରି ହେଉନି... | Argus News