ଗୋ ତସ୍କରୀର ଭୂସ୍ବର୍ଗ ପାଲଟିଛି ଆଠଗଡ଼ ତିଗିରିଆ ଅଞ୍ଚଳ

Key Points
ଗୋ ତସ୍କରୀର ଭୂସ୍ବର୍ଗ ପାଲଟିଛି ଆଠଗଡ଼ ତିଗିରିଆ ଅଞ୍ଚଳ
ବାରମାଣ ସଂରକ୍ଷିତ ଜଙ୍ଗଲ ପାଲଟିଛି ଗୋ ହତ୍ୟାର ପେଣ୍ଠସ୍ଥଳ
ଜଙ୍ଗଲ ଭିତରେ ପାହାଡ଼ ଭଳି ଗଦା ହୋଇଛି ଲକ୍ଷ ଲକ୍ଷ ଗୋରୁଙ୍କ କଙ୍କାଳ
ଏଠାରୁ ବେଆଇନ ଭାବେ ଚାଲିଛି ଗୋ ମାଂସ ଓ ଚମଡ଼ା ଚୋରା ଚାଲାଣ
ରାଜ୍ୟରେ ଗୋ- ହତ୍ୟା ନିୟନ୍ତ୍ରଣ ଆଇନର ଉଡୁଛି ଧଜ୍ଜିୟା
୨୪ ବର୍ଷ ସରକାରର ସୁରକ୍ଷାରେ କିଏ କରୁଥିଲା ଆଇନର ହତ୍ୟା ?
ଯୁଆଡେ ଚାହିଁବେ କାଲି ଗୋରୁ ହାଡ଼ ଓ କଙ୍କାଳ। କିଲୋମିଟର କିଲୋମିଟର ବ୍ୟାପୀ ଏଭଳି ଦୃଶ୍ୟ। ଗୋରୁ କଙ୍କାଳରେ ପୂରା ପାହଡ଼। ଏ ଦୃଶ୍ୟ କୌଣସି ସନାତନୀର ଚାତି ଥରି ଉଠିବ। ଶହେ କି ହଜାରେ ନୁହେଁ ଲକ୍ଷ ଲକ୍ଷ ଗାଈ ଗୋରୁଙ୍କୁ ବିଭତ୍ସ ହତ୍ୟାର ଚିହ୍ନ ଏଠାରେ ପଦେ ପାଦେ ଦେଖିବାକୁ ମିଳୁଛି। ଏହା ପାକିସ୍ତାନ କିମ୍ବା ବାଙ୍ଗାଲାଦେଶ ନୁହେଁ ଆମ ରାଜ୍ୟର ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିଗିରିଆ ବ୍ଲକର କରଡାପଲ୍ଲୀ ଗାଁର ବାରମାଣ ସଂରକ୍ଷିତ ଜଙ୍ଗଲ। ଯାହାକି ଏବେ ପାଲଟିଛି ଗୋ ମାଂସ ତସ୍କରୀର ଭୂ ସ୍ବର୍ଗ।
ବର୍ଷ ବର୍ଷ ଧରି ଏହି ଜଙ୍ଗଲ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଗାଈଙ୍କୁ ଅଣାଯାଇ ହତ୍ୟା କରାଯିବା ପରେ ମାଂସ ଓ ଚମଡ଼ା ବାହାରକୁ ଚାଲାଣ କରାଯାଉଥିଲା। ଗୋ-ହତ୍ୟା ନିୟନ୍ତ୍ରଣ ଆଇନ ଧଜ୍ଜିୟା ଉଡାଇ ବେଆଇନ ଭାବ ହେଉଥିଲା ଗୋ ହତ୍ୟା। ଅଭିଯୋଗ ହୋଇଛି ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କରୁଥିବା ଦଳର ମାର୍ଫତରେ ଚାଲିଥିଲା ଏହି ବେଆଇନ କାରବାର। ପୋଲିସ, ପ୍ରଶାସନ ସବୁ ଜାଣି ଆଖିବୁଜିଦେଇଥିଲେ। କାରଣ ଗୋ ତସ୍କରୀ ପଛରେ ତତକାଳୀନ ଶାସକ ଦଳର ପ୍ରଭାବଶାଳୀ ଲୋକଙ୍କର ହାତ ଥିଲା। ଏବେ ସରକାର ବଦଳିବା ପରେ ଆକ୍ସନକୁ ଆସିଛି ପୋଲିସ। ଗତ ଦୁଇମାସ ତଳେ କଟକ ଗ୍ରାମାଞ୍ଚଳ ପୋଲିସ ଚଢାଉ କରି ସେହି ବାରମାଣ ଜଙ୍ଗଲରୁ ୫ଶହରୁ ଉର୍ଦ୍ଧ ଗାଈଗୋରୁଙ୍କୁ ଉଦ୍ଧାର କରିଥିଲା।
📱 Get Argus News App
✨ଅର୍ଗସରେ ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ ଦେଖାଇଛି ତତ୍ପରତା। କରଡାପଲ୍ଲୀ ବାରମାଣ ସଂରକ୍ଷିତ ଜଙ୍ଗଲରେ ତିଗିରିଆ ତହସିଲଦାର, ତିଗିରିଆ ଥାନା ଅଧିକାରୀ ପହଞ୍ଚି ଗାଈଗୋରୁଙ୍କ ବିଛିନ୍ନ ହୋଇ ପଡିଥିବା ହାଡ଼ କଙ୍କାଳକୁ ଏକାଛି କରି ପୋତିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।
ଓଡ଼ିଶାରେ ବହୁ ପୂର୍ବରୁ ରହିଛି ଗୋ-ହତ୍ୟା ନିୟନ୍ତ୍ରଣ ଆଇନ। ଆଉ ଆଇନ ଥିବା ସତ୍ତ୍ବେ ବେଆଇନ ଭାବେ ଲକ୍ଷ ଲକ୍ଷ ଗୋ-ମାତାଙ୍କୁ କିଏ କରୁଥିଲା ହତ୍ୟା ? 24 ବର୍ଷର ବିଜେଡି ସରକାର କେଉଁ ସ୍ବାର୍ଥରେ ଚୁପ୍ ବସିଥିଲା ? ବିଜେଡି ଖାଲି ଚୁପ୍ ବସିନଥିଲା ବଂର ବେଆଇନ ଗୋ ହତ୍ୟାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ପ୍ରଶ୍ନ ଉଠୁଛି ୨୪ ବର୍ଷ ସରକାରର ସୁରକ୍ଷାରେ କିଏ କରୁଥିଲା ଆଇନର ହତ୍ୟା ? କିଏ କରୁଥିଲା ହିନ୍ଦୁ ଭାବନା ପ୍ରତି କୁଠାରାଘାତ ?
ଏବେ ରାଜ୍ୟରେ ସରକାର ବଦଳିଛି ଆଉ ଗୋ ହତ୍ୟା ବିରୋଧରେ ଆଭିମୁଖ୍ୟ ମଧ୍ୟ। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ଗୋ ସୁରକ୍ଷା ଉପରେ ଜୋର ଦେଇଛନ୍ତି। ବିଜେଡି ସରକାର ସମୟରେ ଗୋ ତସ୍କରୀର ଅଭୟାରଣ୍ୟ ପାଲଟିଥିଲା ଓଡ଼ିଶା। ସରକାରୀ ପ୍ରୋତ୍ସାହନରେ ରାଜ୍ୟ ସାରା ଚାଲିଥିଲା ବେଆଇନ ଗୋଚାଲାଣ ଓ ଗୋହତ୍ୟା। ଏ ନେଇ ସ୍ବତନ୍ତ୍ର ରାକେଟ୍ କାମ କରୁଥିଲା। ଯାହାର ଚେର ବିଦେଶ ଯାଏଁ ଲମ୍ବିଥିଲା। ସନାତନ ବିରୋଧୀ ମାନସିକତା ଆପଣାଇ ଥିଲେ ବିଜେଡି ସରକାର। ହିନ୍ଦୁ ଭାବନା ଓ ରାଜ୍ୟର କୃଷି ଅର୍ଥନୀତିକୁ ତଳିତଳାନ୍ତ କରୁଥିବା ଏହି ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ?